ସର୍ପରାଜ୍ ବନିଲେ ସର୍ଫରାଜ୍ : ନାଗ କାମୁଡ଼ିବାରୁ ହାତରେ ଧରି ଆଉଥରେ କାମୁଡ଼ିବାକୁ ଦେଲେ ଚ୍ୟାଲେଞ୍ଜ

man-bitten-by-cobraହରଦୋର : ନାଗ ନାମ ଶୁଣିବା ମାତ୍ରେ ସମସ୍ତଙ୍କ ମନରେ ଭୟ ଜାତ ହୋଇଥାଏ। ନିକଟରେ ଉତ୍ତରପ୍ରଦେଶ ହରଦୋର ଜିଲ୍ଲାରେ ଏକ ଆଶ୍ଚର୍ୟ୍ୟକର ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତିଙ୍କୁ ନାଗ ସାପ କାମୁଡ଼ିବାରୁ ସେ ରାଗି ଯାଇଥିଲେ। ପରେ ସେ ନାଗଟିକୁ ହାତରେ ଧରି ତାହାକୁ ଆଉଥରେ କାମୁଡ଼ିବାକୁ କହିଥିଲେ। ଯାହା ଫଳରେ ଦୁଇଥର ଏକ ସ୍ଥାନରେ ସାପ କାମୁଡ଼ିବାରୁ ତାଙ୍କ ସ୍ବସ୍ଥ୍ୟବସ୍ଥା ଗମ୍ଭୀର ହୋଇଥିଲା ଏବଂ ତାଙ୍କୁ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା।ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ଯାବସ୍ଥା ଠିକ୍ ରହିଥିବା ଜଣାପଡ଼ିଛି।

cobra

ଘଟଣା ଅନୁଯାୟୀ, କଛୋନା ଗ୍ରାମର କାମିପୁର ଗ୍ରାମର ଗ୍ରାମବାସୀ ସର୍ଫରାଜ । ସେ ସ୍ଥାନୀୟ ଏକ ଗୋଦାମରେ ଠିକାଦାର କାମ କରନ୍ତି। କିଛି ଦିନ ପୂର୍ବେ ଘରେ ଝଗଡ଼ା ହେବା କାରଣରୁ ସେ ରାଗରେ ଗୋଦାମରେ ପହଞ୍ଚିଥିଲେ। ସେଠାରେ ବସ୍ତା ମଧ୍ୟରେ ହାତ ଭର୍ତ୍ତି କରିବାରୁ ତାଙ୍କୁ ଏକ କଳାନାଗ କାମୁଡ଼ି ଦେଇଥିଲା। ଯାହାପରେ ସର୍ଫରାଜ ସବୁ ରାଗ ସାପଟି ଉପରେ ବାହାର କରିଥିଲେ। ସେ ନାଗଟିକୁ ହାତରେ ଧରି ତାହାକୁ ଆଉଥରେ କାମୁଡ଼ିକୁ ଚ୍ୟାଲେଞ୍ଜ ଦେଇଥିଲେ। ଖାଲି ସେତିକି ନୁହଁ ନାଗଟି ଆଉ ଥରେ ତାଙ୍କୁ ନକାମୁଡ଼ିଲେ ତାକୁ କାଟି ଫିଙ୍ଗିଦେବା କଥା କହିଥିଲେ।

ସେଠାରେ ଉପସ୍ଥିତ ଗ୍ରାମବାସୀଙ୍କ ଅନୁଯାୟୀ, ସର୍ଫରାଜ ସାପଟିକୁ ହାତରେ ଧରି ମତେ ଆଉଥରେ କାମୁଡ଼େ ନହେଲେ ମୁଁ ତତେ କାଟି ଦେବି ବୋଲି କହିଥିଲେ। ଯାହାପରେ ନାଗଟି ତାଙ୍କ ଆଙ୍ଗୁଠିକୁ କାମୁଡ଼ି ଦେଇଥିଲା। ସାପଟି କାମୁଡ଼ିବା ପରେ ତାଙ୍କୁ ତୁରନ୍ତ ଡ଼ାକ୍ତରଖାନା ନିଆଯାଇଥିଲା। ତାଙ୍କୁ ବର୍ତ୍ତମାନ ଡ଼ାକ୍ତରୀ ମଇନାରେ ରଖାଯାଇଥିବା ବେଳେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍ ରହିଛି।

Leave A Reply

Your email address will not be published.