ଦେଶ ବିଦେଶ

ପରିସ୍ରା ଲାଗିବାରୁ ବନ୍ଦେ ଭାରତ ଟ୍ରେନ୍‌ରେ ଚଢ଼ିଗଲେ ବ୍ୟକ୍ତି, ଭୋପାଳରୁ ପହଞ୍ଚିଲେ ଉଜ୍ଜୈନ; ତଣ୍ଡ ଗଣିଲେ ୬୦୦୦

ମଧ୍ୟ ପ୍ରଦେଶରୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ମାମଲା। ଏଠାରେ ଜଣେ ବ୍ୟକ୍ତି ବନ୍ଦେ ଭାରତ ଟ୍ରେନ୍‌ରେ ଚଢ଼ି ୬୦୦୦ ଟଙ୍କା ତଣ୍ଡ ଗଣିଛନ୍ତି। ସୂଚନା ମୁତାବକ, ଭୋପାଳ ଷ୍ଟେସନରେ ଦକ୍ଷିଣ ଏକ୍ସପ୍ରେସ ଟ୍ରେନକୁ ବ୍ୟକ୍ତି ସପରିବାର ଅପେକ୍ଷା କରିଥିଲେ। ଏହି ଟ୍ରେନରେ ତାଙ୍କୁ ହାଇଦ୍ରାବାଦ ସିଙ୍ଗରୌଲି ଯିବାର ଥିଲା। କିନ୍ତୁ ଷ୍ଟେସନରେ ଟ୍ରେନକୁ ଅପେକ୍ଷା କରିଥିବା ବେଳେ ତାଙ୍କୁ ଜୋର୍‌ରେ ପରିସ୍ରା ଲାଗିଥିଲା, ଯାହାଫଳରେ ସେ ପରିସ୍ରା କରିବା ପାଇଁ ବନ୍ଦେ ଭାରତ ଟ୍ରେନରେ ଚଢ଼ିଯାଇଥିଲେ।

ହେଲେ ଏହାପରେ ତାଙ୍କ ସହିତ ଯାହା ହୋଇଥିଲା, ସେ କେହି ବି କଳ୍ପନା କରିପାରିବେ ନାହିଁ। ଏମିତି କରି ବ୍ୟକ୍ତି କେବଳ ୬୦୦୦ ଟଙ୍କା ତଣ୍ଡ ଗଣି ନ ଥିଲେ, ବରଂ ତାଙ୍କୁ ଏବଂ ତାଙ୍କ ପରିବାରକୁ ଏଥିପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ମଧ୍ୟ ପଡ଼ିଥିଲା। ବନ୍ଦେ ଭାରତରେ ଚଢ଼ି ୬୦୦୦ ଟଙ୍କା ଜରିମାନା ଦେଇଥିବା ଏହି ବ୍ୟକ୍ତିଙ୍କ ନାମ ଅବଦୁଲ କାଦିର, ବୟସ ୪୨ ବର୍ଷ। ସେ ସିଙ୍ଗରୌଲିର ବେଢ଼ନ ଅଞ୍ଚଳର ବାସିନ୍ଦା।

ଘଟଣା ଜୁଲାଇ ୧୫ର ବୋଲି ଜଣାପଡ଼ିଛି। ବ୍ୟକ୍ତି ଜଣକ ଷ୍ଟେସନରେ ଥିବା ଶୌଚାଳୟ ପରିବର୍ତ୍ତେ ଇନ୍ଦୋର ଯିବା ପାଇଁ ଛିଡା ହୋଇଥିବା ବନ୍ଦେ ଭାରତ ଟ୍ରେନ୍‌ରେ ଚଢ଼ିଥିଲେ। ଆଉ ଯେତେବେଳେ ସେ ପରିସ୍ରା ସାରି ବାହାରକୁ ଆସିବାକୁ ଚେଷ୍ଟା କରିଥିଲେ, ହଠାତ୍‌ ଟ୍ରେନର କବାଟ ବନ୍ଦ ହୋଇଯାଇଥିଲା। ଏହା ଦେଖି ସେ ଭୟଭୀତ ହୋଇପଡ଼ିଥିଲେ ଏବଂ ଷ୍ଟେସନରେ ଓହ୍ଲାଇପାରି ନ ଥିଲେ।

ଟ୍ରେନ୍ ଚାଲିବା ମାତ୍ରେ ଅବଦୁଲ ଟିଟିଇ ଏବଂ ପୋଲିସର ସହାୟତା ଲୋଡ଼ିଥିଲେ। ଏଥିସହିତ ନିଜ ଭୁଲ୍‌ ମଧ୍ୟ ସ୍ୱୀକାର କରିଥିଲେ। ଭୋପାଳ ଷ୍ଟେସନରେ ବସିଥିବା ତାଙ୍କ ପତ୍ନୀ ଏବଂ ଅସୁସ୍ଥ ପୁଅକୁ ଭେଟିବା ପାଇଁ ଟ୍ରେନ୍‌ ଅଟକାଇବାକୁ ଅବଦୁଲ୍‌ ନେହୁରା ହୋଇ କହିଥିଲେ। ହେଲେ ଟିଟିଇ କି ପୋଲିସ୍ କେହି ଅବଦୁଲଙ୍କ କଥା ଶୁଣି ନ ଥିଲେ। ୧୦୨୦ ଟଙ୍କାର ଟିକେଟ୍‌କୁ କ୍ଷତିପୂରଣ ସହିତ ୬୦୦୦ ଟଙ୍କାରେ କାଟି ଦେଇଥିଲେ। ସେପଟେ ଅନିଚ୍ଛା ସତ୍ତ୍ୱେ ଅବଦୁଲ୍‌ଙ୍କୁ ଉଜ୍ଜୈନ ଆସିବାକୁ ପଡ଼ିଥିଲା ଏବଂ ଉଜ୍ଜୈନରୁ ଭୋପାଳ ଫେରିବା ପାଇଁ ପାଖାପାଖି ୭୦୦ରୁ ୮୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା।

Roshni

Recent Posts

ଅଲାରନାଥଙ୍କ ଅଣସର ଦର୍ଶନ କରିବେ ଭକ୍ତ, ଏବେ ଠାରୁ ଛୁଟିଲାଣି ଭକ୍ତଙ୍କ ସୁଅ

ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…

9 mins ago

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

15 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

45 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

53 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

3 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

3 hours ago