ଅନଲାଇନରେ ପୁରୁଣା ଫ୍ରିଜ୍ କିଣି ରାତାରାତି ବଦଳି ଗଲା ଭାଗ୍ୟ, କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ
କୁହାଯାଏ, କାହାର ଭାଗ୍ୟ କେତେବେଳେ ପରିବର୍ତ୍ତନ ହେବ ତାହା କାହାକୁ ଜଣା ନ ଥାଏ। ଦକ୍ଷିଣକୋରିଆରେ ରହୁଥିବା ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ଏପରି ଘଟିଛି। ବ୍ୟକ୍ତିଜଣକ ଏକ ପୁରୁଣା ଫ୍ରିଜ୍ କିଣିଥିଲେ। ଏଥିରେ ଲୁଚେଇ ରଖାଯାଇଥିବା ୧୩୦୦୦୦ ଡଲାର ଅର୍ଥାତ୍ ୯୬, ୩୫,୮୬୦ ଟଙ୍କା ତାଙ୍କୁ ଏଥିରୁ ମିଳିଛି। ପୋଲିସ ଏହାର ଯାଞ୍ଚ କରୁଛି।
ସୂଚନା ଅନୁସାରେ ଏହି ବ୍ୟକ୍ତିଜଣଙ୍କ ବ୍ୟବହାର ହୋଇଥିବା ପୁରୁଣା ଫ୍ରିଜ୍ କିଣିବା ପାଇଁ ଅନ୍ଲାଇନ୍ରେ ମଗାଇଥିଲେ। ଏଥିରୁ ଏତେ ପରିମାଣର ଟଙ୍କା ଟେପ୍ ଗୁଡ଼ା ହୋଇ ଫ୍ରିଜ୍ ବକ୍ସ ଭିତରେ ରଖାଯାଇଥିଲା। ଏହା ପରେ ବ୍ୟକ୍ତି ଜଣକ ନିଜେ ପୋଲିସକୁ ଏ ବିଷୟରେ ସୂଚନା ଦେଇଥିଲେ। ପୋଲିସର କହିବା ଅନୁସାରେ ବ୍ୟକ୍ତି ଜଣକ ନଗଦ ଟଙ୍କା ପାଇଁ ଅଗଷ୍ଟ ୬ ରେ ଏକ ରିପୋର୍ଟ ଦାଖଲ କରି କହିଥିଲେ ଯେ ନିକଟରେ ଦିଆଯାଇଥିବା ଫ୍ରିଜକୁ ସଫା କରିବାବେଳେ ସେ ଏହା ପାଇଥିଲେ।
ପୋଲିସ କହିଛି, ଏହି ଫ୍ରିଜ୍ ମାଲିକ ଏବଂ ଏହାକୁ ପରିବହନ କରିଥିବା ଲୋକଙ୍କୁ ଏ ବିଷୟରେ ପଚରାଉଚରା କରାଯିବ। ଏତେ ପରିମାଣର ଟଙ୍କା କାହିଁକି ଫ୍ରିଜ୍ ଭିତରେ ଲୁଚାଇ ରଖାଯାଇଥିଲା। ଏହାର ପ୍ରକୃତ ଉଦ୍ଦେଶ୍ୟ କ’ଣ ତଦନ୍ତ ପରେ ଜଣାପଡ଼ିବ ବୋଲି ପୋଲିସ ଅଧିକାରୀ ଜଣକ କହିଛନ୍ତି। ଅନ୍ୟପଟେ ଆଉ ଜଣେ ପୋଲିସ ଅଧିକାରୀ କହିଛନ୍ତି, “ଏହା ବହୁ ପରିମାଣର ଅର୍ଥ ଥିଲା। ଏପରି ଘଟଣା ପ୍ରଥମ ଥର ପାଇଁ ହୋଇଛି ।
ସବୁଠୁ ବିଶେଷ କଥା ଦକ୍ଷିଣ କୋରିଆର ନିୟମ ଅନୁଯାୟୀ, ଯଦି କେହି ଟଙ୍କା ନେବାକୁ ଆଗକୁ ଆସନ୍ତି ନାହିଁ, ତେବେ ତାହା ପାଇଥିବା ବ୍ୟକ୍ତିଙ୍କ ନିକଟକୁ ଚାଲିଯିବା । କେବଳ ତାଙ୍କୁ ସରକାରଙ୍କୁ ୨୨% ଟିକସ ଦେବାକୁ ପଡିବ।