ଦେଶ ବିଦେଶ

ସାଇକେଲ ନିଜ ପତ୍ନୀଙ୍କ ମୃତଦେହ ଧରି ବୁଲିଲେ ବୃଦ୍ଧ, ପୋଲିସ୍‌ ଆସି କିଛି ଏମିତି କଲା

ଏବେ ସମସ୍ତଙ୍କୁ ଘାରିଛି କରୋନା ଭୟ । ତେଣୁ ମାନବିକତା କଥା ଭୁଲି ଯାଉଛନ୍ତି ସମସ୍ତେ । ଉତ୍ତର ପ୍ରଦେଶ ଜୋନ୍‌ପୁରରେ ଜଣେ ବୟସ୍କ ବ୍ୟକ୍ତିଙ୍କ ପତ୍ନୀର ଦେହାନ୍ତ ହୋଇଗଲା । ହେଲେ ଗାଁ ଲୋକେ ନା ଶବ ଉଠାଇବାକୁ ଆସିଲେ ନା ତାଙ୍କୁ ଗାଁ ଶ୍ମଶାନରେ ଦାହ କରିବାକୁ ଦେଲେ । ତେଣୁ ଗରିବ ଶ୍ରେଣୀର ଏହି ବୃଦ୍ଧ ଜଣକ ନିଜ ପତ୍ନୀର ମୃତଦେହକୁ ନିଜ ସାଇକେଲ ମଝିରେ ରଖି ବୁଲିଲେ । ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ପ୍ରବଳ ଚର୍ଚ୍ଚା ସୃଷ୍ଟି ହୋଇଛି ।

ବ୍ୟକ୍ତିଙ୍କ ନାଁ ହେଉଛି ତିଲକଧାରୀ ସିଂହ । ତାଙ୍କ ପତ୍ନୀ ରାଜକୁମାରୀଙ୍କର ୫୬ ବର୍ଷ ବୟସରେ ମୃତ୍ୟୁ ହୋଇଗଲା । ତେବେ ସେ କରୋନାରେ ମରିଛନ୍ତି କି ନାହିଁ ସେକଥା ସ୍ପଷ୍ଟ ହୋଇନାହିଁ କିନ୍ତୁ କରୋନା ଭୟରେ ଗାଁ ଲୋକେ ତାଙ୍କ ସହାୟତା ପାଇଁ ଆସିଲେ ନାହିଁ । ଗାଁ ଶ୍ମଶାନରେ ମଧ୍ୟ ଶବଦାହ ପାଇଁ ମନାକଲେ । ଶେଷରେ ତିଲକଧାରୀ ସ୍ତ୍ରୀ’ର ଶବକୁ ସାଇକେଲ ଧରି ବିଭିନ୍ନ ଆଡ଼େ ବୁଲିଲେ । ବାଟରେ ଥକି ଯାଇ ଟିକେ ବିଶ୍ରାମ ନେଲା ବେଳେ ସାଇକେଲ ମଝିରେ ଶବଟି ବସ୍ତା ଭଳି ରହିଥିଲା ।

ଏହିଠାରୁ ଫଟୋ ଓ ଭିଜୁଆଲ ଭାଇରାଲ ହୋଇଗଲା । ତେବେ ପରେ ସ୍ଥାନୀୟ ପୋଲିସ୍‌ ପହଞ୍ଚି ରାଜକୁମାରୀଙ୍କ ଶବକୁ ନେଇ ଦାହ କରାଇଥିଲେ । ଯେଉଁଥି ପାଇଁ ସୋସିଆଲ ମିଡିଆରେ ସେମାନଙ୍କୁ ଖୁବ୍‌ ସାବାସୀ ମିଳୁଛି ।

 

KNews Bureau

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

24 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

38 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

53 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago