ବ୍ୟକ୍ତିଙ୍କ ଜାଲରେ ପଡ଼ିଲା ଡାଇନାସୋର୍ ମାଛ, ଭାଇରାଲ୍ ଫଟୋ ଆପଣଙ୍କୁ କରିଦେବ ଆଶ୍ଚର୍ଯ୍ୟ
ନରେଓ୍ଵର ସମୁଦ୍ର ତଟରେ ମାଛ ଧରିବା ସମୟରେ ଜଣେ ମତ୍ସ୍ୟଜୀବୀଙ୍କୁ ବଡ଼ ଝଟକା ଲାଗିଥିଲା। ସେ ଏଭଳି ଏକ ମାଛ ଧରିଥିଲେ, ଯାହାର ଆଖି ବାହାରକୁ ବାହାରି ଆସିଥିଲା। ୧୯ ବର୍ଷୀୟ ଆସ୍କର ଲୁଣ୍ଡାହଲ, ସମୁଦ୍ରରେ ମାଛ ଧରୁଥିବା ଏକ କମ୍ପାନୀରେ ଗାଇଡ୍ ଭାବେ କାମ କରନ୍ତି। ସେ ବ୍ଲୁ ହଲିବୁଟ୍(ଖାଦ୍ୟ ରୂପେ ବ୍ୟବହାର କରାଯାଉଥିବା ଏକ ପ୍ରକାର ସାମୁଦ୍ରିକ ମତ୍ସ୍ୟ) ମାଛ ଧରୁଥିଲେ। କିନ୍ତୁ ଯେତେବେଳେ ତାଙ୍କ ହାତରେ ଏହି ଅଦ୍ଭୁତ ଡାଇନାସୋର୍ ମାଛ ଲାଗିଥିଲା, ସେତେବେଳେ ସେ ମାଛ ଧରିବା ବନ୍ଦ କରିଦେଇଥିଲେ।
ଆସ୍କର କହିଥିଲେ, ‘ଆମେ ନୀଳ ହଲିବୁଟ୍ ଖୋଜୁଥିଲୁ, ଯାହାକି ସମୁଦ୍ର ତଟଠାରୁ ୫ ମାଇଲ୍ ଦୂରରେ ମିଳୁଥିବା ଏକ ଦୁର୍ଲ୍ଲଭ ପ୍ରଜାତି ଅଟେ। ମୋ ପାଖରେ ଗୋଟିଏ ରଶି ଥିଲା, ଯେଉଁଥିରେ ୪ଟି ହୁକ ଲାଗିଥିଲା। ଏହାକୁ ମୁଁ ସମୁଦ୍ର ଭିତରେ ପକାଇଥିଲି। ଟାଣିବା ବେଳେ ଖୁବ୍ ଭାରି ଲାଗିଥିଲା। ସମୁଦ୍ରର ୮୦୦ ମିଟର ଗଭୀରରେ ଥିବାରୁ ଏହାକୁ ରିଲ୍ କରିବା ପାଇଁ ମୋତେ ପାଖାପାଖି ୩୦ ମିନିଟ୍ ସମୟ ଲାଗିଥିଲା। ଦୁଇଟି ହୁକରେ ଦୁଇଟି ହାଲିବୁଟ ଲାଗିଥିଲେ, ଯାହାକୁ ଦେଖି ମୁଁ ଖୁସି ହୋଇଯାଇଥିଲି। କିନ୍ତୁ ଯେତେବେଳେ କିଛି ଅଲଗା ଜିନିଷ ଉପରେ ନଜର ପଡ଼ିଥିଲା, ହଠାତ୍ ଚକିତ ହୋଇଗଲି’।
ଏହାସହ ପଢ଼ନ୍ତୁ: ଗର୍ଭରେ ବଢ଼ୁଥିବା ସନ୍ତାନ ପାଇଁ ଏହି ବ୍ୟକ୍ତି ତିଆରି କଲେ ନୁଡୁଲ୍ସ ଘର, ସୋସିଆଲ ମିଡିଆରେ ୟୁଜର୍ସ ଦେଲେ ଏଭଳି ପ୍ରତିକ୍ରିୟା
‘ବାଜା ଏକ୍ସପେଡିସନ୍ସ’ ନାମକ ସଂସ୍ଥା ମାଛର ଫଟୋକୁ ଟୁଇଟରରେ ସେୟାର କରିବା ପରେ ଖୁବ୍ ଭାଇରାଲ ହେଉଛି। ପୂରା ଇଣ୍ଟରନେଟରେ ଏହା ବ୍ୟାପକ ଭାବେ ପ୍ରସାରିତ ହେବାରେ ଲାଗିଛି। ତେବେ ସୋସିଆଲ ମିଡିଆ ୟୁଜର ଏହି ଅଦ୍ଭୁତ ମାଛକୁ ଦେଖି ସହଜରେ ବିଶ୍ୱାସ କରିପାରୁନାହାନ୍ତି। କୁହାଯାଉଛି କି, ଆସ୍କର ଲୁଣ୍ଡାହଲ ଧରିଥିବା ଏହି ମାଛଟି ହେଉଛି ରାଟ୍ଫିସ୍, ଯାହାର ମୁଣ୍ଡ ସିଂହ ଭଳି ହୋଇଥିବା ବେଳେ ଲାଞ୍ଜ ଅଜଗର ଭଳି। ରାଟ୍ଫିସର ଲାଟିନ୍ ନାମ ଚୀମ୍ରେସ ମ୍ୟାନଷ୍ଟ୍ରୋସା ଲିନିୟସ୍, ଯାହା ଗ୍ରୀକ୍ର ଏକ ପୌରାଣିକ ରାକ୍ଷସ। ଗଣମାଧ୍ୟମ ଅନୁସାରେ, ରାଟ୍ଫିସ୍ ଗଭୀର ପାଣିରେ ରହିଥାଏ। ଏହା ମଣିଷ ପାଇଁ ହାନିକାରକ ହୋଇଥାଏ।
ଆସ୍କର ମାଛ ବିଷୟରେ କହିଥିଲେ ଯେ ‘ଏହା ବହୁତ ଅଦ୍ଭୁତ ଥିଲା। ଏମିତି ମୁଁ ପୂର୍ବରୁ କେବେ ଦେଖି ନ ଥିଲି। ଦେଖିବାକୁ ବଡ ଅଜବ ଲାଗୁଥିଲା। ଟିକେ ଡାଇନାସୋର ଭଳି ଥିଲା’। ତେବେ ମାଛଟି ଧରାହେବା ପରେ ମରିଯାଇଥିଲା। କିନ୍ତୁ ଆସ୍କର ଏହାକୁ ନିଜ ଘରକୁ ନେଇ ରାନ୍ଧିଥିଲେ। ଯଦିଓ ଏହା ଦେଖିବାକୁ ଅସୁନ୍ଦର ଥିଲା, କିନ୍ତୁ ଖାଦ୍ୟ ବହୁତ ସ୍ୱାଦିଷ୍ଟ ଲାଗୁଥିଲା ବୋଲି ଆସ୍କର କହିଥିଲେ।
Oscar Lundahl was trying to catch blue #halibut when he found the unusual #fish on the end of his line off the coast of #Norway. pic.twitter.com/0SCVK5n5od
— Baja Expeditions (@BajaExpeditions) September 16, 2019