ଭାବପ୍ରବଣ ହୋଇ ନିଜ ଅନୁଭୂତି ବଖାଣିଲେ ବିମାନ ଦୁର୍ଘଟଣାରେ ବଞ୍ଚିଥିବା ବ୍ୟକ୍ତି

ଏ ପୃଥିବୀରେ ମଣିଷ ଜନ୍ମ ହୋଇଛି ମାନେ ମୃତ୍ୟୁ ସୁନିଶ୍ଚିତ । ମୃତ୍ୟୁର ସମୟସୀମା ପୂର୍ବ ନିର୍ଦ୍ଧାରିତ । ସେଥିପାଇଁ ତ କଥାରେ କୁହାଯାଏ ଦଣ୍ଡେ ନିମିଷେ ଥିଲେ ପ୍ରାଣ ନେଇ ନପାରେ ଜନ୍ତୁରାଣ ….। କିଏ କେତେବେଳେ ମୃତ୍ୟୁବରଣ କରିବ ସେଇଟା ଭଗବାନଙ୍କ ଦରବାରରେ ନିଷ୍ପତ୍ତି କରାଯାଏ । ଅନେକ ଉଦାହରଣ ଆମ ନଜିର ରହିଥିବା ବେଳେ ଆଜି ଏଭଳି ଏକ ଘଟଣା ଘଟିଛି ଯାହା ଜାଣିଲେ ଆପଣ ଆଚମ୍ବିତ ହୋଇଯିବେ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଆଜିର ବିମାନ ଦୁର୍ଘଟଣା । ଯେଉଁଥିରେ ୬୨ ଜଣ ମୃତ୍ୟୁବରଣ କରିଥିଲେ । ସେହି ୬୨ ଜଣ କେବେ ଭାବିନଥିଲେ ଯେ ବିମାନରେ ଆକାଶକୁ ଯିବା ପରେ ସେ ଏପରି ଭାବେ ତଳକୁ ଆସିବେ ବୋଲି । ସତେ ଯେମିତି ସେହି ଆକାଶରୁ ଯମ ତାଙ୍କ ହାତ ଧରି ଡାକିନେଲା ।

ତେବେ ଆପଣ ଭାବୁଥିବେ ଆମେ କାହିଁକି କହୁଛୁ ମୃତ୍ୟୁ ପୂର୍ବ ନିର୍ଦ୍ଧାରିତ ବୋଲି ! କଣ ଏହି ବିମାନରେ ସବୁ ଯାତ୍ରୀଙ୍କୁ ଏକା ସାଙ୍ଗରେ ଜୀବନ ଯିବାର ଥିଲା । ହଁ ଆଜ୍ଞା, ଏକଥା ସମ୍ପୂର୍ଣ୍ଣ ସତ । କାରଣ ଏହି ବିମାନରେ ଯାତ୍ରା କରିବାକୁ ଥିବା ୨ ଜଣ ଯାତ୍ରୀ ବିମାନ ଦୁର୍ଘଟଣାରୁ ବଞ୍ଚିଯାଇଛନ୍ତି । ଏଠାରେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ ଦୁର୍ଘଟଣାରେ ସମସ୍ତେ ତ ଜୀବନ ହରାଇଲେ ସେମାନଙ୍କ ମଧ୍ୟରୁ ବଞ୍ଚିଲା କିଏ ଏବଂ କେମିତି ? ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ । ଦୁର୍ଘଟଣାରୁ ବ୍ୟକ୍ତିଙ୍କ ଜୀବନ ବଞ୍ଚିବା ପରେ କିପରି ବଖାଣୁଛନ୍ତି ନିଜର ଅନୁଭୂତି ।

ତେବେ ଆସନ୍ତୁ ଆମେ ଜାଣିବା ପ୍ରକୃତରେ ଏହି ବ୍ୟକ୍ତିଙ୍କ କିପରି ଜୀବନ ବଞ୍ଚିପାରିଛି । ବ୍ରାଜିଲର ସାଓ ପାଉଲୋରେ ଘଟଛି ଭୟଙ୍କର ବିମାନ ଦୁର୍ଘଟଣା । VoePass ଏୟାରଲାଇନ୍ସର ATR ୭୨-୫୦୦ ବିମାନ ବ୍ରାଜିଲର କାସ୍କାବେଲରୁ ସାଓ ପାଉଲୋର ଅନ୍ତରାଷ୍ଟ୍ରୀୟ ବିମାନବନ୍ଦର ଅଭିମୁଖେ ଯାଉଥିଲା । ଏହି ସମୟରେ ହଠାତ୍ ଦୁର୍ଘଟଣାଗ୍ରସ୍ତ ହୋଇ ଥିଲା । ଏଥିରେ ଥିବା ୬୨ ଜଣଙ୍କ ଜୀବନ ଚାଲିଯାଇଛି ।

ଭିଡିଓ ଦେଖିଲେ ଦୁର୍ଘଟଣା କେତେ ଭୟଙ୍କର ଥିଲା, ତାହା ଅନୁମାନ କରିହେବ । ସୋଶାଲ ମିଡିଆରେ ଶେଆର ହୋଇଥିବା ଭିଡିଓ ଅନୁସାରେ, ବିମାନଟି ହଠାତ୍ ଆକାଶରୁ ତଳକୁ ଖସି ଆସୁଛି । ଖୁବ୍ ଜୋରରେ ଘୂରି ଘୂରି ଏକ ଜନବସତି ଅଞ୍ଚଳରେ ପଡୁଛି, ଆଉ ହଠାତ୍ ନିଆଁ ଲାଗିଯାଉଛି । ବିମାନରେ ସମେତ ସମସ୍ତ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇ ଯାଉଛନ୍ତି । ଏହାରି ଭିତରେ ଦୁଇଜଣଙ୍କ ଜୀବନ ବଞ୍ଚିଯାଇଛି । ଜଣେ ବ୍ୟକ୍ତି ବିଳମ୍ବରେ ପହଞ୍ଚିଥିଲେ ଫଳରେ ବିମାନ ଏୟାରପୋର୍ଟର୍ ଛାଡ଼ିସାରିଥିଲା । ସେହିପରି ଅନ୍ୟ ଜଣେ ବ୍ୟକ୍ତିଙ୍କ ନାମ ବିମାନ କତ୍ତୃପକ୍ଷ ନାଁ ଘୋଷଣା କରିନଥିଲେ । ଏବଂ ଯେତେବେଳେ ସେ ଜାଣିବାକୁ ପାଇଥିଲେ ସେହି ବିମାନରେ ହିଁ ତାଙ୍କର ଯାତ୍ରା କରିବାର ଥିଲା କିନ୍ତୁ ସେତେବେଳକୁ ବିମାନ ଉଡ଼ାଣ ଭରିସାରିଥିଲା । ଯେଉଁଥିପାଇଁ ବିମାନ କତ୍ତୃପକ୍ଷଙ୍କ ସହ ଯାତ୍ରୀଙ୍କର ଯୁକ୍ତିତର୍କ ମଧ୍ୟ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.