ଶାଳିର ପ୍ରଥମ ବିବାହ ବାର୍ଷିକୀରେ ନାଚୁଥିଲେ ଭିଣୋଇ, ଆଉ ଚାଲିଗଲା ଜୀବନ

ଶାଳିର ପ୍ରଥମ ବିବାହ ବାର୍ଷିକୀ ପାର୍ଟିରେ ଖୁସିରେ ନାଚୁଥିଲେ ଭିଣୋଇ । ହଠାତ୍‌ ଆସିଲା ହାର୍ଟଆଟାକ। ଆଉ ଚାଲିଗଲା ଜୀବନ ।

ଶାଳିର ବିବାହ ବାର୍ଷିକୀ ପାର୍ଟିରେ ଭିଣୋଇଙ୍କର ଚାଲିଗଲା ଜୀବନ । ଏଭଳି ଘଟଣା ଉତ୍ତରପ୍ରଦେଶର ପ୍ରୟାଗରାଜରେ ଦେଖିବାକୁ ମିଳିଛି । ପ୍ରଥମ ବିବାହ ବାର୍ଷିକୀ ସେଲିବ୍ରେଟ କରିବା ପାଇଁ ଗେଷ୍ଟ ହାଉସରେ ପାର୍ଟି ଚାଲିଥିଲା। ଆଉ ସବୁ ଖୁସିରେ ମସଗୁଲ ହୋଇ ନାଚୁଥିବା ବେଳେ ଚାଲିଗଲା ଭିଣୋଇଙ୍କ ଜୀବନ । ହାର୍ଟଆଟାକ ଯୋଗୁଁ ଭିଣୋଇଙ୍କ ଜୀବନ ଚାଲିଯାଇଥିବା ଖବର ମିଳିଛି ।

ଖବର ମୁତାବକ, ଉତ୍ତରପ୍ରଦେଶର ପ୍ରୟାଗରାଜରେ ଶାଳିର ପ୍ରଥମ ବିବାହ ବାର୍ଷିକୀ ପାଇଁ ପାର୍ଟିର ଆୟୋଜନ କରାଯାଇଥିଲା। ଆଉ ଏହି ପାର୍ଟିକୁ କନ୍ୟାଙ୍କ ଭଉଣୀ ଏବଂ ତାଙ୍କ ପରିବାର ଲୋକେ ଆସିଥିଲେ । ନବ ବିବାହିତାଙ୍କ ଭଉଣୀ, ଭିଣୋଇଙ୍କ ପରିବାର ବି ଏହି ପାର୍ଟିରେ ସାମିଲ ହୋଇଥିଲେ। ନିଜ ଶାଳିଙ୍କ ଆନିଭର୍ସରୀରେ ଭିଣୋଇ ଅମରଦୀପଙ୍କ ଖୁସି ବନ୍ଧବାଡ଼ ମାନୁ ନ ଥିବା ବେଳେ ସେ ବି ଡ୍ୟାନ୍ସ କରିବାରେ ବ୍ୟସ୍ତ ଥିଲେ।

ପାର୍ଟି ପାଇଁ ଗେଷ୍ଟ ହାଉସ ବୁକ୍‌ ହୋଇଥିଲା। ସେଠାରେ ସମସ୍ତେ ମିଶି ନାଚୁଥିବା ବେଳେ ହଠାତ୍‌ ବଡ ଭିଣୋଇ ତଳେ ପଡିଯାଇଥିଲେ । ପରିବାର ଲୋକେ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହାର୍ଟ ଆଟାକ ଯୋଗୁଁ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ ନାମ ହେଉଛି ଅମରଦୀପ ପ୍ରୟାଗରାଜ। ବୟସ ମାତ୍ର ୪୦ ବର୍ଷ । ସେ ଏକ ଘରୋଇ ସଂସ୍ଥାରେ କାମ କରୁଥିବା ବେଳେ ତାଙ୍କର ୨ ପିଲା ଥିବା ଜଣାଯାଇଛି।

ପାର୍ଟିରେ ଉପସ୍ଥିତ ଜଣେ ବ୍ୟକ୍ତିଙ୍କ କହିବାନୁଯାୟୀ, ତଳେ ପଡ଼ିବାର କିଛି ସମୟ ପୂର୍ବରୁ ଅମରଦୀପଙ୍କୁ ହାଲିଆ ଲାଗିବାରୁ ସେ ବସି ପଡ଼ିଥିଲେ। ଏହାପରେ ପୁଣି ଥରେ ଉଠି ଡ୍ୟାନ୍ସ କରୁ କରୁ ତଳେ ପଡ଼ି ଯାଇଥିଲେ। ଏହାପରେ ତାଙ୍କ ମୃତ୍ୟୁ ଘଟିଥିଲା। ତେବେ ଅମରଦୀପଙ୍କ ମୃତ୍ୟୁ ପରେ ଖୁସିର ମାହୋଲ ଦୁଃଖରେ ପରିଣତ ହୋଇଗଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.