ଦେଶ ବିଦେଶ

ନୋଏଡାର GIP ମଲ୍‌ ଓ୍ଵାଟର ପାର୍କରେ ବଡ଼ ଦୁର୍ଘଟଣା, ସାଙ୍ଗମାନଙ୍କ ସହ ଗାଧୋଇବାକୁ ଆସିଥିବା ଯୁବକଙ୍କ ମୃତ୍ୟୁ

ନୋଏଡାର ସେକ୍ଟର-୩୮ଏସ୍ଥିତ ଜିଆଇପି ମଲ୍‌ ଓ୍ଵାଟର ପାର୍କରେ ରବିବାର ଦ୍ୱିପ୍ରହରରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ସାଙ୍ଗମାନଙ୍କ ସହ ଗାଧୋଇବାକୁ ଆସିଥିବା ଦିଲ୍ଲୀର ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ମୃତ୍ୟୁର କାରଣ ଜାଣିବା ପାଇଁ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ପରିବାର ଲୋକଙ୍କ ମୁତାବକ, ଯୁବକଙ୍କ ଶରୀରରେ ଆଘାତ ଚିହ୍ନ ରହିଛି । ପୋଲିସ ଏ ସଂକ୍ରାନ୍ତରେ ଓ୍ଵାଟର ପାର୍କର ପରିଚାଳକଙ୍କୁ ପଚରାଉଚରା କରୁଛି ।

ପୋଲିସ ସୂଚନା ଅନୁସାରେ, ୨୫ ବର୍ଷୀୟ ଧନଞ୍ଜୟ ମାହେଶ୍ୱରୀ ରବିବାର ସକାଳେ ନିଜ ସାଙ୍ଗମାନଙ୍କ ସହିତ ଜିଆଇପି ମଲ୍‌ସ୍ଥିତ ଏଣ୍ଟରଟେନମେଣ୍ଟ ସିଟି ଓ୍ଵାଟର ପାର୍କକୁ ବୁଲିବାକୁ ଆସିଥିଲେ । ଓ୍ଵାଟର ପାର୍କରେ ଧନଞ୍ଜୟ ଏବଂ ତାଙ୍କର ୪ ଜଣ ସାଙ୍ଗ କଷ୍ଟ୍ୟୁମ୍‌ ପିନ୍ଧିବା ପରେ ସ୍ଲାଇଡିଂରେ ପହଞ୍ଚିଥିଲେ । ସେଠାରେ ଜଣଙ୍କ ପରେ ପରେ ସ୍ଲାଇଡିଂ ଆରମ୍ଭ କରିଥିଲେ ।

ଯେମିତି ଧନଞ୍ଜୟ ସ୍ଲାଇଡିଂ କରି ତଳକୁ ଆସିଥିଲେ, ସେତେ ବେଳେ ତାଙ୍କୁ ନିଃଶ୍ୱାସ ନେବାରେ କଷ୍ଟ ହୋଇଥିଲା । ଏ ନେଇ ପାର୍କର ସୁରକ୍ଷା କର୍ମୀମାନେ ତୁରନ୍ତ ନିଜର ଉଚ୍ଚ ଅଧିକାରୀଙ୍କୁ ଜଣାଇଥିଲେ । ମାମଲାକୁ ଗମ୍ଭୀରତାର ସହ ନେଇ ଜିଆଇପି ମଲ୍‌ କର୍ତ୍ତୃପକ୍ଷ ଧନଞ୍ଜୟଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ହେଲେ ସେଠାରେ ତାଙ୍କୁ ଦେଖିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ ।

ଘଟଣାସ୍ଥଳରେ ଉପସ୍ଥିତ ଲୋକଙ୍କ କହିବା ହେଲା, ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହେବାରୁ ଧନଞ୍ଜୟ ତଳେ ଆସି ବସି ପଡ଼ିଥିଲେ । ସେପଟେ ପରିବାର ଲୋକେ କହିଛନ୍ତି ଯେ ଧନଞ୍ଜୟଙ୍କ ଗୋଡ଼ ଓ ଅଣ୍ଟା ପାଖରେ ଆଘାତ ଚିହ୍ନ ରହିଛି, ଯାହାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି ।

ଏସିପି ପ୍ରବୀଣ କୁମାର ସିଂ କହିଛନ୍ତି, ପୋଲିସ ସମସ୍ତ ଦିଗରୁ ମାମଲାର ତଦନ୍ତ କରୁଛି । ଯଦି ମାମଲାରେ କେହି ଦୋଷୀ ମିଳନ୍ତି, ତା’ ହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପରିବାର ଲୋକଙ୍କୁ ଅଭିଯୋଗ ଦେବା ପାଇଁ କୁହାଯାଇଛି । କହି ରଖୁଛୁ, ଧନଞ୍ଜୟଙ୍କ ବାପା କେବୁଲ୍‌ କାମ କରନ୍ତି । ସେ କାମରେ ବାପାଙ୍କୁ ସାହାଯ୍ୟ କରୁଥିଲେ । ତେବେ ଏହି ଘଟଣା ଯେଉଁ ସମୟରେ ଘଟିଥିଲା, ସେହି ସମୟରେ ଓ୍ଵାଟର ପାର୍କରେ ପାଖାପାଖି ୧୦୦ ଲୋକ ଥିଲେ ।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago