ଲକଡାଉନ ସମୟରେ ପୋଲିସ ମାଡ଼ରୁ ବଞ୍ଚିବା ପାଇଁ ଡାକ୍ତର ବେଶ ଧରି ରାସ୍ତାରେ ବୁଲୁଥିଲେ ବ୍ୟକ୍ତି, ପରେ ପୋଲିସ କଣ କଲା ଜାଣନ୍ତୁ

କେନ୍ୟୁଜ(ବ୍ୟୁରୋ): ସାରା ଦେଶକୁ କରୋନା ଭାଇରସରୁ ରକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ୨୧ ଦିନ ପାଇଁ ଲକଡାଉନ ଘୋଷଣା କରିଛନ୍ତି। କିନ୍ତୁ ଅନେକ ଜାଗାରେ ଦେଖା ଯାଇଛିଯେ କିଛି ଅମାନିଆ ବ୍ୟକ୍ତି କୀଚଚି କାମ ନଥିଲେ ମଧ୍ୟ ପଦାକୁ ଆସି ନିର୍ଦ୍ୱନ୍ଦରେ ବୁଲୁଛନ୍ତି। ଆଉ ଯଦି ପୋଲିସ ହାବୁଡ଼ରେ ପଡୁଛନ୍ତି ତେବେ ବିଭିନ୍ନ ବହନ ଦେଖାଇ ଖସି ପଳେଇବାକୁ ପ୍ରୟାସ କରୁଛନ୍ତି। ଏଭଳି ଏକ ଘଟଣା ନୋଏଡାର ସେକ୍ଟର ୨୪ରୁ ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ନିଜକୁ ଡାକ୍ତର ବେଶରେ ସଜାଇ ରାସ୍ତାରେ ଚାଲି ଚାଲି ଯାଉଥିଲେ। ସେହି ବ୍ୟକ୍ତିଙ୍କ ଉପରେ ପୋଲିସର ସନ୍ଦେହ ହେବାରୁ ତାଙ୍କୁ ବାଟରେ ଅଟକାଇ ପଚାରିଥିଲା। ପୋଲିସର ପ୍ରଶ୍ନରେ ବ୍ୟକ୍ତି ଜଣକ ତାଙ୍କ ନାମ ଆଶୁତୋଷ ଶର୍ମା ବୋଲି କହିଥିଲେ। କିନ୍ତୁ ପୋଲିସର ସେହି ଆଶୁତୋଷ ଉପରେ ସନ୍ଦେହ ବଢ଼ିବାରୁ ଟିକେ କଡା ବ୍ୟବହାର ଦେଖାଇ ପଚାରିଥିଲେ। ଏତିକିରେ ବ୍ୟକ୍ତି ଜଣକ କହିଥିଲେ ସେ ଜଣେ ସାଧାରଣ ଲୋକ । କେବଳ ପୋଲିସ ମାଡରୁ ବର୍ତ୍ତିବ ପାଇଁ ଏଭଳି ବେଶ ଧରି ବାହାରକୁ ଆସିଥିଲି। ଏହି ଘଟଣା ପରେ ପୋଲିସ ସେହି ଡାକ୍ତର ବେଶ ଧରିଥିବା ବ୍ୟକ୍ତିକୁ ଗିରଫ କରି ହାଜତରେ ରଖିଛି । ଏହି ଘଟଣାକୁ ନେଇ ଡିସିପି କହିଛନ୍ତି ଯେ ବ୍ୟକ୍ତି ଜଣକ ୧୪୪ ଧାରାକୁ ଉଲଂଘନ କରିଥିବାରୁ ତାଙ୍କୁ ସେକ୍ଟର ୨୪ର ଥାନା ଅଧିକାରୀ ଗିରଫ କରିଛନ୍ତି।

Leave A Reply

Your email address will not be published.