ଦିଲ୍ଲୀରେ ବନେଟ୍ ଉପରେ ୩ କିମି ଯାଏ ବ୍ୟକ୍ତିଙ୍କୁ ଘୋଷାଡ଼ି ନେଲା କାର୍, ଅଭିଯୁକ୍ତ ଡ୍ରାଇଭର ଗିରଫ
ରାଜଧାନୀ ଦିଲ୍ଲୀରେ ପୁଣି ହିଟ୍ ଆଣ୍ଡ ଡ୍ରାଗ୍ କେସ୍। ବନେଟ୍ରେ ଓହଳିଥିବା ଜଣେ ବ୍ୟକ୍ତିଙ୍କୁ ୩ କିଲୋମିଟର ଯାଏ ଘୋଷାଡ଼ି ନେଉଛି କାର୍।
![car](https://knewsodisha.com/wp-content/uploads/2023/05/car.jpg)
ରାଜଧାନୀ ଦିଲ୍ଲୀରେ ପୁଣି ହିଟ୍ ଆଣ୍ଡ ଡ୍ରାଗ୍ କେସ୍। ବନେଟ୍ରେ ଓହଳିଥିବା ଜଣେ ବ୍ୟକ୍ତିଙ୍କୁ ୩ କିଲୋମିଟର ଯାଏ ଘୋଷାଡ଼ି ନେଉଛି କାର୍। ଗତ ରବିବାର ରାତିରେ ଆଶ୍ରମ ଚୌକରୁ ନିଜାମୁଦ୍ଦିନ୍ ଦରଗାହ ମଧ୍ୟରେ ଏଭଳି ଏକ ଚକ୍କିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି।
ବନେଟ୍ରେ ଓହଳି ରହିଥିବା ଜଣେ ବ୍ୟକ୍ତିଙ୍କୁ ୨ରୁ ୩ କିମି ଯାଏ କାର୍ଟି ନେଇଯାଉଛି। ଏହାପରେ ଦିଲ୍ଲୀ ପୋଲିସ କାର୍ର ପିଛା କରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିଛି, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସମ୍ପୃକ୍ତ ବ୍ୟକ୍ତି ଜଣକ ଜଣେ କ୍ୟାବ୍ ଡ୍ରାଇଭର।
ତାଙ୍କ କହିବା ଅନୁସାରେ, ଜଣେ ଯାତ୍ରୀଙ୍କୁ ଛାଡ଼ି ଫେରୁଥିବା ବେଳେ ଆଶ୍ରମ ଚୌକ ନିକଟରେ ତାଙ୍କ କାର୍କୁ ଧକ୍କା ଦେଇଥିଲା ଆଉ ଏକ କାର୍। ଏହାପରେ ସେ କାର୍ରୁ ବାହାରି ଧକ୍କା ଦେଇଥିବା କାର୍ ଆଗରେ ଛିଡ଼ା ହୋଇଥିଲେ, ଯାହାପରେ କାର୍ଟି ତାଙ୍କୁ ଧକ୍କା ମାରି ଘୋଷାଡି ନେଇଥିଲା।
ପୋଲିସ ସୂଚନା ମୁତାବକ, କାର୍ଟି ବିହାରର ଲୋକସଭା ସାଂସଦ ଚନ୍ଦନ ସିଂହଙ୍କର ବୋଲି କୁହାଯାଉଛି। ଘଟଣା ସମୟରେ ସାଂସଦ ଗାଡ଼ିରେ ନ ଥିଲେ। ଗାଡ଼ିକୁ ତାଙ୍କ ଡ୍ରାଇଭର ଚଳାଉଥିଲେ। ଅତି ବିପଦଜନକ ଭାବେ ଗାଡ଼ି ଚଳାଉଥିବାରୁ ପୋଲିସ ଏକ ମାମଲା ରୁଜୁ କରିଛି।
ଏହି ଘଟଣା ରବିବାର ରାତି ୧୧ଟା ସମୟର ବୋଲି କୁହାଯାଉଛି। ପୋଲିସ କହିଛି, ଏହି ମାମଲାରେ ଅଭିଯୁକ୍ତ କାର୍ ଡ୍ରାଇଭରଙ୍କୁ ଗିରଫ କରାଯାଇଛି। ପୀଡ଼ିତ ବ୍ୟକ୍ତି ଚେତନଙ୍କ କହିବା ହେଲା, ଯୁକ୍ତିତର୍କ ପରେ ସେ ଅଭିଯୁକ୍ତଙ୍କ କାର୍ ସାମ୍ନାରେ ଛିଡ଼ା ହୋଇ ଯାଇଥିଲେ, ଯାହାପରେ ଅଭିଯୁକ୍ତ ତାଙ୍କୁ ବନେଟ୍ ଉପରେ ଘୋଷାଡ଼ି ନେଇଥିଲେ।
#WATCH | Delhi: At around 11 pm last night, a car coming from Ashram Chowk to Nizamuddin Dargah drove for around 2-3 kilometres with a person hanging on the bonnet. pic.twitter.com/54dOCqxWTh
— ANI (@ANI) May 1, 2023