ଗଙ୍ଗାରେ ଗାଧୋଇବାବେଳେ ବଡ଼ ଅଘଟଣ, ଭିଡିଓ କରିବା ଚକରରେ ଚାଲିଗଲା ଜୀବନ

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡ ହରିଦ୍ବାରର ଗୋବିନ୍ଦପୁର ଘାଟିରେ ଗାଧୋଇଲା ବେଳେ ବଡ଼ ଦୁର୍ଘଟଣା ସାମ୍ନାକୁ ଆସିଛି । ବିକାଶ ନାମକ ଜଣେ ବ୍ୟକ୍ତି ତାଙ୍କ ବନ୍ଧୁଙ୍କର ଦ୍ବାରା ଭିଡିଓ ବନାଉଥିଲେ । ଭିଡିଓ ପାଇଁ ଜଣେ ବ୍ୟକ୍ତି ରେଲିଂ ଡେଇଁ ପହଁରୁଥିବା ଦେଖିବାକୁ ମିଳୁଛି । କିଛି ମୁହୂର୍ତ୍ତ ପରେ ବ୍ୟକ୍ତି ଜଣକ ପାଣିରେ ବୁଡ଼ି ଯାଇ ନିଖୋଜ ରହିଥିଲେ । ପରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳୁଛି । ଯାହାର ଭିଡିଓ ବର୍ତ୍ତମାନ ଭାଇରଲ ହେଉଛି ।

ସୂଚନାନୁଯାୟୀ, ରବିବାର ଦିନ ୪୦ ବର୍ଷୀୟ ରାମଚନ୍ଦ୍ରଙ୍କ ପୁଅ ବିକାଶ ତାଙ୍କ ବନ୍ଧୁ ପ୍ରମୋଦ କୁମାର, ସାଗର, ବିବେକ ସହିତ ଗାଧୋଇବା ପାଇଁ  କାରରେ ହରିଦ୍ୱାର ଯାଇଥିଲେ । ସେଠାରେ ପହଞ୍ଚି ଗାଧୋଇଥିଲେ । ଫଳରେ ତାଙ୍କର ଜଣେ ବନ୍ଧୁ ସେହି ସମୟରେ ଭିଡିଓ କରୁଥିଲେ । ଭିଡିଓ କରିବାର ଦେଖି ସେ ରେଲିଂ ପାର୍ କରି ପହଁରିବା ଆରମ୍ଭ କରିଥିଲେ । ଟିକିଏ ଆଗକୁ ଯିବା ପରେ ସେ ପ୍ରଥମେ ରେଲିଂ ପାଖକୁ ଆସିଥିଲେ । କିନ୍ତୁ ପାଣିର ଲହରୀରେ ଫସିଯାଇଥିଲେ ଏବଂ ସେ ପାଣିକୁ ପାର୍ କରି ଆସିପାରି ନଥିଲେ । କିଛି ସମୟ ପାଇଁ ତାଙ୍କ ବନ୍ଧୁମାନେ କିଛି ବୁଝିପାରିନଥିଲେ । ଏହାରି ମଧ୍ୟରେ ବ୍ୟକ୍ତି ଜଣକ ପାଣିରେ ବୁଡ଼ି ନିଖୋଜ ହୋଇଯାଇଥିଲେ । ଯାହାର ସମ୍ପୂର୍ଣ୍ଣ ଭିଡିଓ ଫୋନ୍ କ୍ୟାମେରାରେ କଏଦ ହୋଇ ରହିଛି ।

ଅନ୍ୟପଟେ ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଅନେକ ଖୋଜାଖୋଜି ପରେ ବିକାଶ ନାମକ ବ୍ୟକ୍ତିଙ୍କୁ ସୋମବାର ପଥରି ପାୱାର ହାଉସରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପୋଲିସ ମୃତଦେହ କବଜାରେ ନେଇ ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ପରେ ବିକାଶଙ୍କ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା ପୋଲିସ । ଫଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।

Also Read : ଅହମ୍ମଦାବାଦ ଦୁର୍ଘଟଣାରେ ସାମ୍ନାକୁ ଆସିଲା ନୂଆ ଭିଡିଓ, ଜୀବନ ବଞ୍ଚାଇବାକୁ ଛାତରୁ ଡେଇଁଲେ ଛାତ୍ର