ଗଛ ବଞ୍ଚାଇବା ପାଇଁ ଏହି ବ୍ୟକ୍ତି ନେଲେ ଭଗବାନଙ୍କ ସାହାରା, ଏବେ କାଟିବାକୁ ଡରୁଛନ୍ତି ଲୋକେ

ଆପଣ ପିକେ ଫିଲ୍ମର ସେହି ସିନ୍‌ ନିଶ୍ଚୟ ଦେଖିଥିବେ, ଯେତେବେଳେ ଅମିର ଖାନ୍‌ ନିଜକୁ ବଞ୍ଚାଇବା ପାଇଁ ନିଜ ମୁହଁରେ ଭଗବାନଙ୍କ ଷ୍ଟିକର ଲଗାଇ ଦେଉଛନ୍ତି ଆଉ ମାଡ଼ ଖାଇବାକୁ ବଞ୍ଚିଯାଉଛନ୍ତି। ଠିକ୍‌ ଏମିତି ହିଁ ଜଣେ ବ୍ୟକ୍ତି ଭଗବାନଙ୍କ ସାହାରା ନେଇଛନ୍ତି। ଏଠି ସେ ନିଜ ପାଇଁ ନୁହେଁ, ବରଂ ଗଛ ପାଇଁ ଏଭଳି କାମ କରିଛନ୍ତି।

ଉତ୍ତର ପ୍ରଦେଶର ଗୋଡ଼ାରେ ରହୁଥିବା ଜଣେ ବ୍ୟକ୍ତି ଗଛକୁ ବଞ୍ଚାଇବା ତଥା ସୁରକ୍ଷିତ ରଖିବା ପାଇଁ ଏକ ନୂଆ ଉପାୟ ଆପଣାଇଛନ୍ତି। ଗଛ କାଟିବାରୁ ବଞ୍ଚାଇବା ପାଇଁ ସେ ଦେବଦେବୀଙ୍କ ସାହାରା ନେଉଛନ୍ତି। ଏହି ବ୍ୟକ୍ତିଙ୍କ ନାଁ ପରାଗଦତ୍ତ ମିଶ୍ର, ଯିଏକି ଗୋଡ଼ା ଜିଲା ବଜିରଗଞ୍ଜ ବିକାଶ ଖଣ୍ଡର ନଗଓ୍ଵା ଗ୍ରାମ ପଞ୍ଚାୟତର ମୁଖିଆ।

tr3

ଗଛକୁ ସୁରକ୍ଷିତ ରଖିବା ପାଇଁ ପରାଗଦତ୍ତ ଗଛଗୁଡ଼ିକରେ ଦେବଦେବୀଙ୍କ ଛବି ଆଙ୍କି କିମ୍ବା ସେମାନେ ଧାରଣ କରୁଥିବା ଅସ୍ତ୍ରର ଚିତ୍ର ଆଙ୍କି ସେଥିରେ ସିନ୍ଦୂର ଲଗାଇ ଦେଉଛନ୍ତି। ଗଛରେ ହୋଇଥିବା ଦେବଦେବୀଙ୍କ ଚିତ୍ର ଦେଖି ଲୋକେ ଏହାକୁ କାଟିବାକୁ ଭୟ କରୁଛନ୍ତି। ଏଭଳି ନିଆରା ଉପାୟରେ ପରାଗଦତ୍ତ ହଜାର ହଜାର ଗଛଗୁଡ଼ିକୁ କାଟିବାରୁ ବଞ୍ଚାଇପାରିଛନ୍ତି।

ପରାଗଦତ୍ତଙ୍କ କହିବା ହେଲା, ସେ ଦେବଦେବୀଙ୍କୁ ଏହି ଗଛଗୁଡ଼ିକର ସଂରକ୍ଷକ କରିଛନ୍ତି। ପେଣ୍ଟିଂର ପୂରା ଖର୍ଚ୍ଚ ସେ ନିଜେ ହିଁ ଉଠାଇଥାଆନ୍ତି। ଏଥିପାଇଁ ସବୁବେଳେ ନିଜ ଗାଡ଼ିରେ ପେଣ୍ଟ୍‌ ଏବଂ ବ୍ରଶ ଧରି ଚାଲିଥାଆନ୍ତି। ଗୋଟିଏ ଗଛରେ ଚିତ୍ର ବନାଇବା ପାଇଁ ପାଖାପାଖି ୨୦୦ ଟଙ୍କା ଖର୍ଚ୍ଚ ହୋଇଥାଏ।

tr4

ସେ ଆହୁରି ମଧ୍ୟ କହିଥିଲେ, ଗତଥର ଯେତେବେଳେ ସେ ଗାଁର ମୁଖିଆ ହୋଇଥିଲେ, ହଜାର ହଜାର ଗଛ ଲଗାଇଥିଲେ। କିନ୍ତୁ ଲୋକେ ସେଗୁଡ଼ିକୁ ଲୁଚିଛପି କାଟିଦେଇଥିଲେ। କିନ୍ତୁ ଏଥର ସେଭଳି ନ ହେବା ପାଇଁ ସେ ନୂଆ ଉପାୟ ବାହାର କରିଛନ୍ତି। ସେପଟେ ତାଙ୍କ ସଫଳତାକୁ ଦେଇ ଆଖପାଖର ଗାଁ ଲୋକ ମଧ୍ୟ ଏହିଭଳି ଉପାୟରେ ଗଛକୁ ବଞ୍ଚାଇବା ପାଇଁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.