ଅନଲାଇନ୍ ସପିଂ କରୁଛନ୍ତି ? ତେବେ ସାବଧାନ୍, ଆପଣଙ୍କ ଅବସ୍ଥା ମଧ୍ୟ ଏହି ଗ୍ରାହକଙ୍କ ପରି ହୋଇପାରେ

ମହାରାଷ୍ଟ୍ର : ଯଦି ଆପଣ ଅନଲାଇନ୍ ସପିଂ କରୁଛନ୍ତି ତେବେ ଏହି ଖବର ଖାସ୍ ଆପଣଙ୍କ ପାଇଁ । ଜଣେ ଗ୍ରାହକ ଇ କମର୍ସ ସାଇଟରୁ ମଗାଇଥିଲେ ମୋବାଇଲ୍ । ହେଲେ ପ୍ୟାକେଟରେ ଆସିଲା ଇଟା । ଆଜ୍ଞା ହଁ ଆପଣ ପଢୁଥିବା ଏହି ଖବର ସମ୍ପୂର୍ଣ୍ଣ ସତ । ଘଟଣାଟି ହେଉଛି ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲାର ।

ସୂଚନା ଅନୁସାରେ, ଗଜାନନ୍ ଖାରତ୍ ନାମକ ଜଣେ ବ୍ୟକ୍ତି ୯ ତାରିଖରେ ଏକ ଇ କମର୍ସ ସାଇଟରୁ ଦାମୀ ମୋବାଇଲ୍ ଫୋନ୍ ଅର୍ଡର୍ କରିଥିଲେ । ଅର୍ଡର କରିବା ସମୟରେ ସେ ୯୧୩୪ ଟଙ୍କା ପେମେଂଟ୍ କରିଥିଲେ । ତେବେ ଗୋଟିଏ ସପ୍ତାହ ମଧ୍ୟରେ ମୋବାଇଲ୍ ଡେଲିଭର୍ ହୋଇଯିବ ବୋଲି କମ୍ପାନୀ ତରଫରୁ ମେସେଜ୍ ଆସିଥିଲା ।

ତେବେ ଗତ ରବିବାର ଗଜାନନଙ୍କୁ ନିକଟକୁ କମ୍ପାନୀ ତରଫରୁ ଏକ ପ୍ୟାକେଟ୍ ଆସିଥଲା । ତେବେ ପ୍ୟାକେଟ୍ ଖୋଲିବା ପରେ ସେଥିରୁ ମୋବାଇଲ୍ ନୁହେଁ ବାହାରିଥିଲା ଇଟା । ଏବେ ଏନେଇ ପୋଲିସରେ ଅଭିଯୋଗ କରିଛନ୍ତି ଗଜାନନ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.