ଟିକା ନ ନେବା ପାଇଁ ଲୋକ ଚଢ଼ିଲେ ଗଛକୁ, କର୍ମଚାରୀ ଗୋଡାଇ ଗୋଡାଇ ନୟାନ୍ତ, ଭିଡିଓ ଭାଇରାଲ
ଲକ୍ଷ୍ମୌ : କୋଭିଡ ଟିକା ସବୁ ଲୋକଙ୍କୁ ଦିଆଯିବା ନେଇ ସରକାର ପ୍ରାଥମିକତା ଦେଉଛନ୍ତି । ଏଥିପାଇଁ ନାନା ବିଜ୍ଞାପନ ଓ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଜାରି ରହିଛି । ହେଲେ ଲୋକେ ତଥାପି ସଚେତନ ହେଉ ନାହାଁନ୍ତି । ଟିକା ନନେବା ପାଇଁ ଏବେ ବି ଲୋକେ ସ୍ୱାସ୍ଥ୍ୟ କର୍ମକର୍ତ୍ତାଙ୍କ ଠାରୁ ଲୁଚୁଛନ୍ତି ।
ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ବାଲିଆ ଜିଲ୍ଲାରେ । ଏଠାରେ ଲୋକେ ଟିକା ନେବା ପାଇଁ ତଥାପି ଚାହୁଁନାହାଁନ୍ତି । ସରକାରୀ କର୍ମଚାରୀମାନେ ଲୋକଙ୍କୁ ଟିକା ନେବା ପାଇଁ ସଚେତନ କଲେ ମଧ୍ୟ ତାହା ସମ୍ଭବ ହେଉନି ।
#WATCH | Ballia, Bihar: Atul Dubey, Block Development Officer, Reoti says, “A man climbed a tree as he didn’t want to take the vaccine, but agreed to take the jab after he was convinced by our team.”
(Source: Viral Video) pic.twitter.com/aI054zh9Y4
— ANI (@ANI) January 20, 2022
ଟିକାକୁ ନେଇ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଯେ କେହି ନହସି ରହିପାରିବେ ନାହିଁ । ଏଠାରେ ଜଣେ ବ୍ୟକ୍ତି ଟିକା ନନେବା ପାଇଁ ଏକ ଗଛକୁ ଚଢ଼ି ଯାଉଥିବାର ଭିଡିଓରେ ଦେଖାଯାଇଛି । ସ୍ୱାସ୍ଥ୍ୟ କର୍ମଚାରୀମାନେ ଯେତେ ବୁଝାଇଲେ ବି ସେ ଟିକା ନେବାକୁ ମଙ୍ଗୁ ନାହାଁନ୍ତି । ବହୁ ସମୟ କସରତ ପରେ ବ୍ୟକ୍ତି ଜଣକ ଗଛରୁ ଓହ୍ଲାଇ ଟିକା ନେଉଛନ୍ତି ।
बागी बलिया
वैक्सीन न लगवाने की जिद पर अड़े नाविक ने स्वास्थ्यकर्मी को पटक दिया pic.twitter.com/A0cktWIVe0
— Utkarsh Singh (@UtkarshSingh_) January 19, 2022
ସେହିପରି ଅନ୍ୟ ଏକ ଭିଡିଓରୁ ଦେଖାଯାଇଛି ଯେ ଜଣେ ନାବିକ ଟିକା ନନେବା ପାଇଁ ସ୍ୱାସ୍ଥ୍ୟ କର୍ମୀଙ୍କ ସହ ଠେଲାପେଲା କରୁଛନ୍ତି । ପରେ ଟିକା ନେବେ ବୋଲି ଜିଦ ମଧ୍ୟ କରୁଛନ୍ତି । ବହୁ ଠେଲାପେଲା ପରେ ସ୍ୱାସ୍ଥ୍ୟ କର୍ମୀ ବ୍ୟକ୍ତି ଜଣଙ୍କୁ ଟିକା ଦେବାରେ ସଫଳ ହେଉଛନ୍ତି । ଏହି ଭିଡ଼ିଓ ଭାଇରାଲ ହେବା ପରେ ଦେଶରେ ଏବେ ବି ଟିକା ସ୍ଥିତି କ’ଣ ରହିଛି ତାହା ଜଣାପଡୁଛି ।