ସୁଟକେସରେ କୁମ୍ଭୀର ନେଇ ଯାଉଥିଲେ ଅନ୍ୟଦେଶକୁ, ଏୟାରପୋର୍ଟରେ ଚେକିଂ ପରେ ହେଲା ଏମିତି

ନୂଆଦିଲ୍ଲୀ : ଏୟାରପୋର୍ଟରେ ସିକ୍ୟୁରିଟି ଚେକ୍‌ ବେଳେ ଏମିତି ଏକ ଘଟଣା ସାମନାକୁ ଆସିଛି,ଯାହାକୁ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏଠାରେ ଜଣେ ବ୍ୟକ୍ତି ଏକ କୁମ୍ଭୀର ଛୁଆକୁ ସୁଟକେସରେ ନେଇ ଯାଉଥିବା ଦେଖାଯାଇଥିଲା । ଏହି ଘଟଣା ସାମ୍ନାକୁ ଆସିଥିଲା ଯେତେବେଳେ ଲଗେଜ ସ୍କାନରେ ତାଙ୍କ ସୁଟକେସକୁ ସ୍କାନ କରାଯାଇଥିଲା । ଚେକିଂ କରୁଥିବା କର୍ମଚାରୀମାନେ ସ୍କାନିଂ ବେଳେ ଏକ ଅଜବ ପ୍ରକାରର ଜିନିଷ ସୁଟକେସ ମଧ୍ୟରେ ଦେଖିବା ପରେ ଏହାକୁ ଖୋଲିଥିଲେ । ସୁଟକେସକୁ ଖୋଲିବା ପରେ ଭିତରେ ଏକ କୁମ୍ଭୀର ଛୁଆ ଦେଖି ସମସ୍ତେ ଡରି ଯାଇଥିଲେ ।

ଫଳରେ ରେସ୍କ୍ୟୁ ଟିମକୁ ଡକାଯାଇଥିଲା । ରେସ୍କ୍ୟୁ ଟିମ କୁମ୍ଭୀରଟିକୁ ନେଇ ଚିଡିଆଖାନାରେ ଛାଡିଥିଲେ । ଏହି ଘଟଣାରେ ଜଣେ ୪୨ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ବ୍ୟକ୍ତି ଜଣକ ଆମେରିକାର ନାଗରିକ । ସେ ଜର୍ମାନରୁ ସିଂଗାପୁରକୁ ଯାଉଥିଲେ । ତାଙ୍କ ସୁଟକେସରେ ପ୍ରାୟ ୧ ମିଟର ଲମ୍ବର ଏକ କୁମ୍ଭୀର ଛୁଆ ଥିବା ଦେଖାଯାଇଥିଲା ।

alligator
photo : aajtak.in

ବ୍ୟକ୍ତି ଜଣକ ଏହାର ଚୋରା ଚାଲାଣ କରୁଥିଲେ । ଏହି ପ୍ରକାର ଧଳା ପ୍ରଜାତିର କୁମ୍ଭୀର ପ୍ରାୟ ୫୦-୬୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଥାଏ । ଏବେ ସୁନା ଠାରୁ ଆରମ୍ଭ କରି ସାପ, କଇଁଛ ଆଦି ଚୋରା ଚାଲାଣ ପାଇଁ ବଭିନ୍ନ ତରିକା ଆପଣା ଯାଉଛି । ହେଲେ ପ୍ରଥମ ଥର ପାଇଁ କୁମ୍ଭୀରର ଚୋରା ଚାଲାଣ ଦେଖିବାକୁ ମିଳିଛି । ଯାହା ସମସ୍ତଙ୍କୁ ଚକିତ କରିଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.