ନୂଆବର୍ଷରେ ନିଜ ପରିବାରର ଜୀବନ ନେଇଗଲା ଯୁବକ, ମା’ ଓ ୪ ଭଉଣୀକୁ କଲା ହତ୍ୟା
ନୂଆବର୍ଷରେ ନିଜ ପରିବାରର ୫ ଜଣଙ୍କ ଜୀବନ ନେଲା ଜଣେ ବ୍ୟକ୍ତି । ଜଣେ ଯୁବକ ନିଜର ୪ ଭଉଣୀ ଏବଂ ମା’ର ଜୀବନ ନେଇଯାଇଛି । ଘଟଣା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଯୁବକକୁ ଗିରଫ କରିଛି ପୋଲିସ । ଏଭଳି ଘଟଣା ଉତ୍ତରପ୍ରଦେଶ ଲକ୍ଷ୍ନୌର ନାକା ଥାନା ଅଞ୍ଚଳ ସ୍ଥିତ ହୋଟେଲ ଶରଣଜିତରେ ଘଟିଛି ।
ଖବର ମୁତାବକ, ୨୪ ବର୍ଷୀୟ ବ୍ୟକ୍ତି ଅର୍ଶଦ ନିଜ ମା’ ଏବଂ ୪ ଭଉଣୀଙ୍କ ସହିତ ଆଗ୍ରା ଜିଲ୍ଲା କୁବେରପୁର, ତେହଡି ବଗିୟାରର ଇସଲାମ ନଗରରେ ରହୁଥିଲେ । ୩୦ ଡିସେମ୍ବରରେ ଅର୍ଶଦ ଲକ୍ଷ୍ନୌର ହୋଟେଲ ଶରଣଜିତରେ ରୁମ୍ ନମ୍ବର ୧୦୯ରେ ରହିଥିଲେ । ରୁମରେ ମୋଟ ୭ ଜଣ ରହିଥିଲେ । ଯେଉଁଥିରେ ଅର୍ଶଦଙ୍କ ମା’ ଏବଂ ୪ ଭଉଣୀ ମଧ୍ୟ ଥିଲେ । ଏମାନଙ୍କୁ ଖାଇବାରେ ନିଶା ଦେବା ପରେ ସେମାନଙ୍କ ହାତର ଶିରା କାଟିଦେଇଥିଲା ଅର୍ଶଦ ।
ତେବେ ପୋଲିସ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚି ଅର୍ଶଦକୁ ଗିରଫ କରିଛି । ଏହାପରେ ସମସ୍ତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ କ’ଣ ପାଇଁ ନିଜ ପରିବାରର ସମସ୍ତଙ୍କୁ ହତ୍ୟା କରିଛି, ତାହା ଜଣାପଡିନାହିଁ । ଗିରଫ ଅର୍ଶଦ କେବଳ ଗୋଟିଏ କଥା କହୁଛି, ମୁଁ ଜାଣିଛି ଏମାନେ କ’ଣ କରୁଛନ୍ତି ।
ତେବେ ମୃତକ ୪ ଜଣ ଝିଅ ଭିତରେ ୨ ଜଣ ନାବାଳିକା ରହିଛନ୍ତି । ସେହିପରି ଦୁଇଜଣଙ୍କ ବୟସ ୧୮ ଓ ୧୯ ବର୍ଷ ରହିଛି । ତେବେ ହତ୍ୟାକାଣ୍ଡ ପରେ ସମଗ୍ର ସହରରେ ଆତଙ୍କ ଖେଳିଯାଇଛି । ତେବେ ହୋଟେଲ ରୁମରେ ଅର୍ଶଦଙ୍କ ଛଡା ତାଙ୍କ ବାପା ମଧ୍ୟ ଥିଲେ । ବାପା ଏବେ ଫେରାର ରହିଛନ୍ତି । ପୋଲିସ ଅର୍ଶଦଙ୍କ ବାପା ଉପରେ ମଧ୍ୟ ସନ୍ଦେହ କରୁଛି ।
ମୃତକ :
ଆସମା (ମା)
ରହମେନ (ବୟସ ୧୮ ବର୍ଷ, ଭଉଣୀ)
ଆଲସିୟା (ବୟସ ୧୯, ଭଉଣୀ)
ନାବାଳିକା ଭଉଣୀ (ବୟସ ୧୬ ବର୍ଷ)
ନାବାଳିକା ଭଉଣୀ (ବୟସ ୯ ବର୍ଷ)