କାମନା ଚରିତାର୍ଥ ନ ହେବାରୁ ମହିଳାଙ୍କୁ ହତ୍ୟା କଲା ସଇତାନ୍‌, ପୁଅ ଆଗରେ ଘଟିଲା ସବୁ

କାମନା ଚରିତାର୍ଥ ନ ହେବାରୁ କାମ ପିପାସୁ ଜଣେ ମହିଳାଙ୍କୁ ହତ୍ୟା କରିଛି। ଆଉ ହତ୍ୟା ବେଳର ସମ୍ପୂର୍ଣ୍ଣ ଦୃଶ୍ୟକୁ ମହିଳାଙ୍କ ଛୁଆ ନିଜ ଆଖିରେ ଦେଖିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଲୁଧିଆନାର ଗୁରମେଲ ନଗରରେ। ଗୁରମେଲ ନଗରର ପ୍ରତିମା ସୁଇସାଇଡ୍‌ ମାମଲାର ପର୍ଦ୍ଦାଫାସ ହେବା ପରେ ଏହି ହୃଦୟଥରା ଘଟଣା ସାମ୍ନାକୁ ଆସିଛି। ଯାଞ୍ଚ ବେଳେ ପୋଲିସକୁ ଛୁଆଟି କହିଛି ଯେ ଅଙ୍କଲ ମମିଙ୍କୁ ମାରିଦେଲେ।

ରିପୋର୍ଟ ମୁତାବକ, କିଛି ବର୍ଷ ପୂର୍ବରୁ ସଞ୍ଜୀବ ଏବଂ ଉପେନ୍ଦ୍ରଙ୍କ ପରିବାର ଶିମଲାପୁରୀସ୍ଥିତ ଏକ ବିଲ୍ଡିଂରେ ଏକାଠି ରହୁଥିଲେ। ଏଣୁ ଦୁଇ ପରିବାର ମଧ୍ୟରେ ଭଲ ବନ୍ଧୁତା ହୋଇଯାଇଥିଲା। ପରେ ସଞ୍ଜୀବ ଗୁରମେଲ ନଗରରେ ନିଜର ଏକ ଛୋଟ ଘର କରି ସେଠାକୁ ସ୍ଥାନାନ୍ତର ହୋଇଯାଇଥିଲେ। ଉପେନ୍ଦ୍ର ମଧ୍ୟ ଅନ୍ୟତ୍ର ସ୍ଥାନାନ୍ତର ହୋଇଯାଇଥିଲେ।

କୌଣସି କାମ ପାଇଁ ସଞ୍ଜୀବ ଉପେନ୍ଦ୍ରଙ୍କ ଠାରୁ ୨ ଲକ୍ଷ ଟଙ୍କା ଧାର ନେଇଥିଲେ, ଯାହା ପରେ ଫେରାନଥିଲେ। ନିକଟରେ ଉପେନ୍ଦ୍ର ଟଙ୍କା ମାଗିବାକୁ ସଞ୍ଜୀବଙ୍କ ଘରକୁ ଆସିଥିଲା। ମାତ୍ର ସେତେବେଳେ ଘରେ କେବଳ ତାଙ୍କ ପତ୍ନୀ ପ୍ରତିମା ଓ ତିନି ଛୁଆ ଥିଲେ। ଉପେନ୍ଦ୍ର ପ୍ରତିମାକୁ ଟଙ୍କା ମାଗିବାରୁ ସେ ସଞ୍ଜୀବଙ୍କୁ କହିବାକୁ କହିଥିଲେ। ଏହି ସମୟରେ ଏକାକୀର ସୁଯୋଗ ନେଇ ଉପେନ୍ଦ୍ର ପ୍ରତିମାଙ୍କୁ ବଳାତ୍କାର କରିବାକୁ ଉଦ୍ୟମ କରିଥିଲେ। ମାତ୍ର ପ୍ରତିମା ବିରୋଧ କରିବାରୁ ଭୟରେ ସେ ପ୍ରତିମାର ଓଢ଼ଣୀରେ ତାଙ୍କ ତଣ୍ଟି ଚିପି ଦେଇଥିଲା।

ଏହାସହ ପଢ଼ନ୍ତୁ: ଗାତରେ ଗଳିପଡ଼ିଥିବା ହାତୀ ଛୁଆକୁ ଉଦ୍ଧାର କରିଥିବା ଟିମ୍‌କୁ ଏମିତି ଧନ୍ୟବାଦ ଜଣାଇଲା ମା’, ଦେଖନ୍ତୁ ଭିଡିଓ

ପ୍ରତିମା ବେହୋସ୍‌ ହୋଇଯିବାରୁ ପ୍ରଥମେ ଉପେନ୍ଦ୍ର ତାଙ୍କୁ ନିକଟସ୍ଥ ମେଡିକାଲକୁ ନେଇଥିଲା। ମାତ୍ର ସେଠାରେ ଡାକ୍ତର ସନ୍ଦେହ କରି ପଚରାଉଚରା କରିବାକୁ ଉପେନ୍ଦ୍ର ପ୍ରତିମାକୁ ଆଉ ଏକ ମେଡିକାଲକୁ ନେଇଥିଲା। ମେଡିକାଲରେ ପହଞ୍ଚିବା ପରେ ଉପେନ୍ଦ୍ର ସଞ୍ଜୀବକୁ କଲ୍‌ କରି ପ୍ରତିମା ଦଉଡ଼ି ଦେଇଥିବା କହି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ପରେ ସଞ୍ଜୀବ ଆସି ଦେଖିବା ବେଳକୁ ପ୍ରତିମାଙ୍କ ମୃତ୍ୟୁ ଘଟିସାରିଥିଲା। ମାତ୍ର ଯାଞ୍ଚ ପରେ ପ୍ରକୃତ ସତ ପଦାକୁ ଆସିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.