ମଧ୍ୟପ୍ରଦେଶ : ବୀଭତ୍ସ ହତ୍ୟାକାଣ୍ଡ, ଟାଙ୍ଗିଆରେ ହାଣି ୮ ଜଣଙ୍କୁ ମାରିବା ପରେ ନିଜେ ଆତ୍ମହତ୍ୟା କଲା ଯୁବକ

ମଧ୍ୟପ୍ରଦେଶର ଛିନ୍ଦଓ୍ଵାଡା ଜିଲ୍ଲାରେ ବୀଭତ୍ସ ହତ୍ୟାକାଣ୍ଡ । ଟାଙ୍ଗିଆରେ ହାଣି ୮ ଜଣଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କଲା ଯୁବକ । ୮ ଦିନ ପୂର୍ବରୁ ବିବାହ କରିଥିବା ଦିନେଶ ନାମକ ଜଣେ ୨୭ ବର୍ଷୀୟ ଯୁବକ ପୂରା ପରିବାରକୁ ହତ୍ୟା କରିଛି । ମୃତକଙ୍କ ଭିତରେ ଅଛନ୍ତି ଯୁବକର ନବ ବିବାହିତା ପତ୍ନୀ, ମାଆ ଓ ପରିବାରର ୩ ଜଣ ଶିଶୁ । ରାତିରେ ବେଳେ ସମସ୍ତେ ନିଦରେ ଶୋଇଥିବା ବେଳେ ହତ୍ୟା କରିଥିଲା ଯୁବକ ।

ଖବର ମୁତାବକ, ମଧ୍ୟପ୍ରଦେଶ ଛିନ୍ଦଓ୍ଵାଡା ଜିଲ୍ଲାର ଥାନା ମାହୁଲଝିର ଅନ୍ତର୍ଗତ ଗ୍ରାମ ବୋଦଲକଛାରରେ ଆଦିବାସୀ ପରିବାରର ୮ ଜଣଙ୍କୁ ସାମହୂକ ହତ୍ୟା କରିବା ପରେ ନିଜେ ଜୀବନ ହାରିଛି ଯୁବକ । ପରିବାରର ସମସ୍ତେ ରାତିରେ ଶୋଇଥିବା ବେଳେ କୁରାଢୀ ହାଣିଥିଲା ଯୁବକ । ଯୁବକ ଜଣକ କୁରାଢୀରେ ବାପା, ମା, ସ୍ତ୍ରୀ, ପିଲା ଏବଂ ଭାଇ ଭାଉଜ ସହିତ ପରିବାରର ୮ଜଣଙ୍କୁ ହତ୍ୟା କରିଛନ୍ତି । ପରିବାରର ସମସ୍ତଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି ଯୁବକ ।

ପୋଲିସକୁ ଘଟଣା ବିଷୟରେ ସୂଚନା ମିଳିବା ପରେ ପୁରା ଗାଁକୁ ସିଲ୍‌ କରିଛି ପୋଲିସ । ଘଟଣା ସ୍ଥଳକୁ ପୋଲିସ ଡିଜି ଗସ୍ତ କରିଛନ୍ତି । ତେବେ କାହିଁକି ଏଭଳି ହତ୍ୟାକାଣ୍ଡ ହୋଇଛି, ତାହା ଜଣାପଡିଛି । ପୋଲିସ ମାମଲାର ଯାଞ୍ଚ କରୁଛି ।

ଜଣେ ସଂପର୍କୀୟ କହିଛନ୍ତି ବର୍ଷେ ପୂର୍ବରୁ ଯୁବକ ଦିନେଶ ନିଜ ମାନସିକ ସନ୍ତୁଳନ ହରାଇଥିଲା । ତେବେ ଚିକିତ୍ସା ପରେ ସେ ସ୍ବାଭାବିକ ହୋଇଥିଲା ।

ଏହି ମାମଲାରେ ମୁଖ୍ୟମନ୍ତ୍ରୀ ମୋହଦ ଯାଦବ ଦୁଃଖ ପ୍ରକାଶ କରିବା ସହିତ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

You might also like