ବାପଘରୁ ଆସିଲାନି ସ୍ତ୍ରୀ, ସ୍ବାମୀ ନେଇଗଲା ମାମୁଁ ଶଶୂରଙ୍କ ଜୀବନ

ବାପଘରୁ ସ୍ତ୍ରୀ ଆସିଲାନି ବୋଲି ସ୍ବାମୀ ରଚିଲା ହତ୍ୟାକାଣ୍ଡ । ବାପଘରକୁ ଚାଲିଯାଇଥିଲେ ସ୍ତ୍ରୀ । ସ୍ତ୍ରୀ ଚାଲିଯିବା ପରେ ସ୍ବାମୀ ଘରକୁ ଫେରି ଆସିବା ପାଇଁ ବାରମ୍ବାର ସ୍ବାମୀ ଚାପ ପକାଉଥିଲେ । ହେଲେ ସ୍ତ୍ରୀ ରାଜି ନଥିଲେ । ଶେଷରେ ସ୍ତ୍ରୀକୁ ଆଣିବା ପାଇଁ ତାଙ୍କ ବାପ ଘରକୁ ଯାଇଥିଲେ ସ୍ବାମୀ ହେଲେ ସେଠାରେ ଏମିତି କିଛି କାଣ୍ଡ କରି ବସିଲେ ସମସ୍ତେ ହତବାକ୍ ହୋଇ ରହିଗଲେ । ଜ୍ବାଇଁ ହାତରେ ଚାଲିଗଲା ଶଶ୍ବରର ଜୀବନ । ରାଜସ୍ଥାନ ବୁନ୍ଦି ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଯାଇଛି ।

ହଁ ଆଜ୍ଞା, ସ୍ତ୍ରୀ ବାପ ଘରକୁ ଯାଇ ଫେରି ନଥିଲେ । ସ୍ବାମୀ ତାଙ୍କ ମାମୁଁ ଶଶ୍ବରଙ୍କ ଘରକୁ ଯାଇଥିଲେ ସ୍ତ୍ରୀକୁ ଫେରାଇ ଆଣିବାକୁ । ହେଲେ ସେଠାରେ ମାମୁଁ ଶଶ୍ବରଙ୍କ ସହ ଝଗଡ଼ା ହୋଇଥିଲା । ଆଉ ସାମାନ୍ୟ କଥାରେ ନିଜର ହିତାହିତ ଜ୍ଞାନ ଭୁଲିଗଲେ ଜ୍ବାଇଁ । ସବୁ ସମ୍ପର୍କକୁ ପଛରେ ପକାଇ ମାମୁଁ ଶଶ୍ବରଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କଲେ । ପରେ ସେହି ସ୍ଥାନରୁ ଛୁ ମାରିଲେ ।

ହତ୍ୟାକାରୀ ଜ୍ବାଇଁ ହେଉଛନ୍ତି ଶେହଜାଦ୍ । ତାଙ୍କ ବୟସ ୩୮ ହେବ । ସେ ରାଜସ୍ଥାନ ଆଜମେର ଜିଲ୍ଲାର କିଶନଗଢ଼ରେ ରୁହନ୍ତି । କେଶୋରାୟପାଟନ ଥାନା ଅନ୍ତର୍ଗତ ବସ୍ତିରେ ରହୁଥିଲେ ଶେହଜାଦଙ୍କ ମାମୁଁ ଶଶୂର କଲ୍ଲୁ । ତେବେ ପୋଲିସ କହିବା ଅନୁଯାୟୀ, ଶେହଜାଦ ଏବଂ ତାଙ୍କ ସ୍ତ୍ରୀ ପରସ୍ପର ସବୁବେଳେ ଝଗଡ଼ା ଲାଗୁଥିଲେ । ଏହି ପାରିବାରିକ ବିବାଦ ଏତେ ବଢ଼ି ଯାଇଥିଲା ଯେ ଶେହଜାଦଙ୍କ ସ୍ତ୍ରୀ ତାଙ୍କ ସ୍ବାମୀଙ୍କୁ ଛାଡ଼ି ମାମୁଁଙ୍କ ଘରେ ଆସି ରହୁଥିଲେ । ୩ ମାସ ବିତି ଯାଇଥିଲେ ବି ତାଙ୍କ ସ୍ବାମୀ ପାଖକୁ ଯାଉନଥିଲେ । ସେଥିଲାଗି ତାଙ୍କ ସ୍ବାମୀ ବାରମ୍ବାର ତାଙ୍କୁ ଚାପ ପକାଉଥିଲେ ଫେରି ଆସିବାକୁ । ଯେତେବେଳେ କୌଣସି ପ୍ରକାରରେ ସ୍ତ୍ରୀ ତାଙ୍କ ପାଖକୁ ଫେରି ନଥିଲେ ସେତେବେଳେ ଶେହଜାଦ୍ ତାଙ୍କ ସ୍ତ୍ରୀକୁ ନେବାକୁ ଆସିଥିଲେ ।

ରବିବାର ସକାଳ ୫ ଟା ସମୟରେ ଯେତେବେଳେ ମାମୁଁ ଶଶୂରଙ୍କ ଘରେ ପହଞ୍ଚିଥିଲେ ଆଉ ତା ପରେ ଘଟିଥିଲା ଏହି ହତ୍ୟାକାଣ୍ଡ । ଶେହଜାଦ୍ ତାଙ୍କ ମାମୁଁଙ୍କୁ ପଚାରିଥିଲେ ମୋ ସ୍ତ୍ରୀ କୁଆଡ଼େ ଗଲା ତାକୁ ଡାକ କିନ୍ତୁ ମାମୁଁ ଶଶୂର ଶେହଜାଦଙ୍କୁ ସିଧା ସିଧା ମନା କରିଦେଲେ ଯେ ତମ ସ୍ତ୍ରୀ ଏଠି ରହୁନି ବୋଲି । ଆଉ ଜଣେ ମାମୁଁ ଘରକୁ ପଳାଇଯାଇଛି । ବାସ୍ ଏତିକି କଥାରେ ଶେହଜାଦ୍ ଘରେ ତାଙ୍କ ସ୍ତ୍ରୀକୁ ଖୋଜିଥିଲେ ଯେତେବେଳେ ସେ ପାଇନଥିଲେ ସେ ରାଗିଯାଇ ମାରଣାସ୍ତ୍ରରେ ୩ ରୁ ୪ ଥର ଭୁଷି ଜୀବନ ନେବାକୁ ଚେଷ୍ଟା କରିଥିଲେ । ତା’ ପରେ ସେହି ସ୍ଥାନରୁ ଫେରାର୍ ହୋଇଯାଇଥିଲେ ।

ଆକ୍ରମଣରେ କଲ୍ଲୁଙ୍କର ପେଟରେ ଗଭୀର ଆଘାତ ଲାଗିଥିଲା । ପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲ ନେଇଯାଇଥିଲେ । ସେଠାରେ ଚିକିତ୍ସିତ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ । ଏନେଇ ପୋଲିସ ତାଙ୍କ ମୃତଦେହକୁ ପୋଷ୍ଟମର୍ଟମ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ ।

You might also like