ବର୍ଷେ ପରେ ଫେରିଥିଲା ଜେଲ୍‌ରୁ , ପ୍ରେମିକାକୁ ଅନ୍ୟ ସହ ଅସଞ୍ଜତ ଅବସ୍ଥାରେ ଦେଖି ଦୁହିଁଙ୍କୁ ହତ୍ୟାକରି ଘରେ ଲଗାଇଲା ନିଆଁ

ପ୍ରେମ କାହାକୁ ଭୁଲ୍‌ ବାଟରୁ ଠିକ୍‌ ବାଟକୁ ଆଣିଥାଏ ତ କାହାର ଅସଜଡ଼ା ଜୀବନକୁ ସଜାଡ଼ି ଦେଇଥାଏ । ଆଉ ଏହି ପ୍ରେମ ପାଇଁ ପୁଣି କାହାର ଗଢ଼ା ସଂସାର ଭାଙ୍ଗି ରୁଜି ଚୂରମାର୍‌ ହୋଇଯାଇଥାଏ । ପୁଣି ଏହି ପ୍ରେମ ପାଇଁ କିଏ ସାଜିଥାଏ ହତ୍ୟାକାରୀ ।

ଏମିତି ଏକ ଘଟଣା ଘଟିଛି ଫ୍ଲୋରିଡା ସହରରେ । ଯେଉଁଠି ଜଣେ ପ୍ରେମିକ ତାର ପ୍ରେମିକା ପାଇଁ ସାଜିଛି ହତ୍ୟାକାରୀ ।
ଏକ ହତ୍ୟା ଉଦ୍ୟମ ଅପରାଧରେ ବର୍ଷେ କାଳ ସଜା କାଟୁଥିବା ପ୍ରେମିକ ଜଣକ ଜେଲ୍‌ରୁ ମୁକୁଳିବା ପରେ ଆସିଥିଲା ପ୍ରେମିକାକୁ ଦେଖା କରିବାକୁ ।

ମାତ୍ର ଘରେ ଆସି ପହଞ୍ଚି ଯାହା ଦେଖିଲା ସେଥିରେ ତା‘ର ମୁଣ୍ଡ ଘୁରିଗଲା । ବେଡ୍‌ ରୁମ୍‌ରେ ନିଜର ପ୍ରେମିକା ସହ ପର ପୁରୁଷକୁ ଅସଂଜତ ଅବସ୍ଥାରେ ଦେଖି ସମସ୍ତ ହିତାହିତ ଜ୍ଞାନ ଭୁଲିଯାଇଥିଲା । ଉଭୟଙ୍କୁ ହାତୁଡ଼ି ଓ ଛୁରି ଦ୍ୱାରା ହତ୍ୟା କରିବା ସହ ବେଡ୍‌ ରୁମ୍‌ରେ ନିଆଁ ଲଗାଇ ଦେଇଥିଲା ।

ଘର ଜଳୁଥିବା ଅବସ୍ଥାରେ ପୋଲିସ ପହଞ୍ଚି ଉଭୟଙ୍କ ମୃତ ଦେହ ଜବତ କରିଥିଲା । ତେବେ ହତ୍ୟା କରିବା ପରେ ପ୍ରେମିକ ଥାନାରେ ଆତ୍ମ ସମର୍ପଣ କରିବା ସହ ପୋଲିସ୍‌ ଆଗରେ ସମସ୍ତ କଥା କହିଥିଲା । ପୁଲିସ୍‌ ଉକ୍ତ ପ୍ରେମିକକୁ ଗିରଫ କରି ଜେଲ୍‌ ପଠାଇ ଦେଇଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.