ଦେଶ ବିଦେଶ

ପୂର୍ବତନ ଆର୍‌ଏଲ୍‌ପି ନେତ୍ରୀଙ୍କୁ ପଥରରେ ଛେଚି ହତ୍ୟା, ଖାଦ୍ୟ ଦେବାକୁ ମନା କରିଦେବାରୁ ସ୍ୱାମୀ ନେଲା ଜୀବନ

ରାଜସ୍ଥାନରେ ପୂର୍ବତନ ଆରଏଲପି (ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ଦଳ) ନେତ୍ରୀ ସୁମନ ବେନିୱାଲଙ୍କୁ ତାଙ୍କ ସ୍ୱାମୀ ରମେଶ ବେନିୱାଲ ପଥରରେ ଛେଚି ହତ୍ୟା କରିଛନ୍ତି। ଯୋଧପୁର-ପୂର୍ବ ଡିସିପି ଅମୃତା ଦୁହନ ଘଟଣାର ଖୁଲାସା କରି କହିଛନ୍ତି ଯେ ସ୍ୱାମୀଙ୍କୁ ଖାଦ୍ୟ ଦେବାକୁ ସୁମନ ମନା କରିଦେଇଥିଲେ, ଯାହାକୁ ନେଇ ଅଭିଯୁକ୍ତ ରାଗିଯାଇଥିଲେ। ହତ୍ୟା ପରେ ଅଭିଯୁକ୍ତ ରାତିସାରା ପତ୍ନୀଙ୍କ ମୃତଦେହ ପାଖରେ ବସିରହିଥିଲେ। ଏହି ସମୟରେ ସେ ତାଙ୍କ ଭିଣୋଇଙ୍କୁ କଲ୍‌ କରି ନିଜର ଦୋଷ ସ୍ୱୀକାର କରିଥିଲେ।

ଏହି ଘଟଣା ଯୋଧପୁରର ମାତା କା ଥାନ ଅଞ୍ଚଳର ବୋଲି ଡିସିପି କହିଛନ୍ତି। ଶୁକ୍ରବାର ରାତିରେ ଯୋଧପୁରରେ ରହୁଥିବା ବେନିୱାଲ ଦମ୍ପତିଙ୍କ ମଧ୍ୟରେ କୌଣସି କଥାକୁ ନେଇ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏଥିରେ ଅତ୍ୟନ୍ତ ରାଗିଯାଇ ରମେଶ ପତ୍ନୀଙ୍କ ମୁଣ୍ଡକୁ ପଥରରେ ଆକ୍ରମଣ କରିଥିଲେ। ହତ୍ୟା ପରେ ଅଭିଯୁକ୍ତ ରାତିସାରା ମୃତ ପତ୍ନୀଙ୍କ ପାଖରେ ବସିରହିଥିଲେ।

ହତ୍ୟା ସମ୍ପର୍କରେ ସେ ନିଜ ଭିଣୋଇଙ୍କୁ ଜଣାଇଥିଲେ। ବିଳମ୍ବିତ ରାତିରେ ଭିଣୋଇଙ୍କ ସହ ଅନ୍ୟ ସମ୍ପର୍କୀୟମାନେ ଅଭିଯୁକ୍ତଙ୍କ ଘରେ ପହଞ୍ଚିଥିଲେ। ହେଲେ ଅଭିଯୁକ୍ତ କବାଟ ଖୋଲିବାକୁ ମନା କରିଦେଇଥିଲେ। ଏହାପରେ ଘର ମାଲିକ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚିବା ପରେ ସେ କବାଟ ଖୋଲିଥିଲେ।

ପୋଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିଛି। ଏହାସହ ହତ୍ୟାରେ ବ୍ୟବହୃତ ପଥରକୁ ମଧ୍ୟ ଜବତ କରିଛି। ମୃତା ସୁମନ ବେନିୱାଲ ଆର୍‌ଏଲ୍‌ପିର ପୂର୍ବତନ ଜିଲ୍ଲା ଅଧ୍ୟକ୍ଷା ଥିଲେ।

Roshni

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

12 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

1 hour ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago