ଚଳନ୍ତା ବାଇକ୍ରେ ରିଲ୍ କରୁଥିଲେ, ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ; ଅନ୍ୟ ଜଣେ ଗୁରୁତର

ଯୁବପିଢ଼ିଙ୍କୁ ସୋସିଆଲ ମିଡିଆରେ ରିଲ୍ସ ନିଶା ଏତେ ଘାରିଛି ଯେ ନିଜ ଜୀବନକୁ ମଧ୍ୟ ବାଜି ଲଗାଇବାକୁ ସେମାନେ ପଛାଉ ନାହାନ୍ତି । କିଛି ଦିନ ତଳେ ଏମିିତି କେତେଗୁଡ଼ିଏ ମାମଲା ସାମ୍ନାକୁ ଆସିଥିଲା । ଏବେ ମହାରାଷ୍ଟ୍ରରେ ମଧ୍ୟ ସମାନ ଏକ ଘଟଣା ଘଟିଛି । ଏଠାରେ ରିଲ୍ସ ନିଶାରେ ଜଣେ ଯୁବକଙ୍କ ପ୍ରାଣବାୟୁ ଉଡ଼ିଯାଇଛି ।
ସୂଚନା ଅନୁସାରେ, ଦୁଇ ଜଣ ଯୁବକ ବାଇକ୍ରେ ରିଲ୍ସ କରି ଯାଉଥିଲେ । ହେଲେ ରିଲ୍ସ ନିଶା ଏତେ ଥିଲା ଯେ ଶେଷରେ ଜଣଙ୍କ ଜୀବନ ଚାଲିଯାଇଥିଲା । ରିଲ୍ସ କରିବା ଚକ୍କରରେ ସେମାନଙ୍କ ବାଇକ୍ ଦୁର୍ଘଟଣାର ଶିକାର ହୋଇଥିଲା । ସୋସିଆଲ ମିଡିଆରେ ଏହି ଘଟଣାର ଭିଡିଓ ସାମ୍ନାକୁ ଆସିଛି, ଯାହା ଖୁବ୍ ଭାଇରାଲ ହେବାରେ ଲାଗିଛି ।
ମହାରାଷ୍ଟ୍ରର ଧୁଲେ-ସୋଲାପୁର ରାଜପଥରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଏଥିରେ ଦେଖାଯାଉଛି କି, ଦୁଇ ଜଣ ଯୁବକ ରାଜପଥରେ ବାଇକ୍ରେ ଯାଉଛନ୍ତି । ଏହି ସମୟରେ ବାଇକ୍ ପଛରେ ବସିଥିବା ଯୁବକ ମୋବାଇଲ୍ ଫୋନ୍ରେ ରିଲ୍ସ କରୁଛନ୍ତି । କିଛି ସମୟ ପରେ ବାଇକ୍ ଚଳାଉଥିବା ଯୁବକ ଭିଡିଓରେ ନିଜ ମୁହଁ ଦେଖାଉଛନ୍ତି । ସେ ମଧ୍ୟ ରିଲ୍ସ ପାଇଁ ପୋଜ୍ ଦେଉଛନ୍ତି । ଶେଷରେ ରିଲ୍ସ ଚକ୍କରରେ ବାଇକ୍ ଦୁର୍ଘଟଣାଗ୍ରସ୍ତ ହେଉଛି ।
ଏହି ଦୁର୍ଘଟଣାରେ ଜଣେ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କ ପରିଚୟ ବର୍ତ୍ତମାନ ଜଣାପଡ଼ି ନାହିଁ ।
କହି ରଖୁଛୁ ଯେ କିଛି ଦିନ ତଳେ ଜଣେ ମହିଳା ରିଲ୍ କରୁଥିବା ବେଳେ ଦୁର୍ଘଟଣାରେ ତାଙ୍କ ଜୀବନ ଚାଲିଯାଇଥିଲା । ମହିଳା ଜଣକ ବ୍ୟାକ୍ ଗିୟରରେ କାର୍ ଚଳାଉଥିଲେ ଏବଂ ତାଙ୍କ ସାଙ୍ଗ ରିଲ୍ କରୁଥିଲେ । ଏହି ସମୟରେ କାର୍ଟି ପଛକୁ ଚାଲିଯାଇଥିଲା ଏବଂ ୩୦୦ ଫୁଟ୍ ଗଭୀର ଖାଇକୁ ଖସି ପଡ଼ିଥିଲା । ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା ।