ଦିଲ୍ଲୀ ମେଟ୍ରୋରେ ଅଶ୍ଳୀଳ କାମ କରୁଥିବା ଯୁବକଙ୍କୁ ମୋଷ୍ଟ ଓ୍ଵାଣ୍ଟେଡ ଘୋଷଣା କଲା ପୋଲିସ, ଜାରି କଲା ଫଟୋ
ଦିଲ୍ଲୀ ମେଟ୍ରୋରେ ଅଶ୍ଳୀଳ କାମ କରି ଫସିଲେ ଯୁବକ । ମେଟ୍ରୋ ଭିତରେ ମୋବାଇଲରେ ଭିଡିଓ ଦେଖି ଅଶ୍ଳୀଳ କାମ କରୁଥିବା ଯୁବକଙ୍କୁ ମୋଷ୍ଟ ଓ୍ଵାଣ୍ଟେଡ ଘୋଷଣା କଲା ଦିଲ୍ଲୀ ପୋଲିସ । ପରିଚୟ ଜାଣିବା ପାଇଁ ଜାରି କଲା ଫଟୋ ।
ଦିଲ୍ଲୀ ମେଟ୍ରୋରେ ହସ୍ତମୈଥୁନ କରୁଥିବା ଯୁବକ ମୋଷ୍ଟ ଓ୍ଵାଣ୍ଟେଡ ଘୋଷିତ । ଦିଲ୍ଲୀ ପୋଲିସ ଏହି ଯୁବକଙ୍କ ଫଟୋ ଜାରି କରି ପରିଚୟ ଖୋଜୁଛି । ଗତ କିଛିଦିନ ତଳେ ଦିଲ୍ଲୀ ମେଟ୍ରୋ ଟ୍ରେନରେ ହସ୍ତମୈଥୁନ କରୁଥିବା ଏହି ଯୁବକଙ୍କ ଭିଡିଓ ଭାଇରଲ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା ।
ଦିଲ୍ଲୀ ମେଟ୍ରୋ ପୋଲିସ ଟ୍ଵିଟ୍ କରି କହିଛି, ଏହି ଯୁବକ ଜଣକ ଦିଲ୍ଲୀ ମେଟ୍ରୋରେ ଅଶ୍ଳୀଳ ହରକତ କରୁଥିଲେ । ଏବେ ଏଫଆଇଆର ନଂ ୦୨/୨୩ ଥାନା ଆଇଜିଆଇଏ ମେଟ୍ରୋରେ ଓ୍ଵାଣ୍ଟେଡ ରହିଛନ୍ତି । ଯଦି କିଏ ଏହି ବ୍ୟକ୍ତିଙ୍କ ବିଷୟରେ କିଛି ସୂଚନା ପାଆନ୍ତି, ତୁରନ୍ତ ଆଇଜିଆଇଏ ମେଟ୍ରୋ ୮୭୫୦୮୭୧୩୨୬ କିମ୍ବା ୧୫୧୧ କିମ୍ବା ୧୧୨କୁ ଫୋନ କରି ଜଣାଇବାକୁ ଅନୁରୋଧ । ସୂଚନା ଦେବା ବ୍ୟକ୍ତିଙ୍କ ପରିଚୟ ଗୋପନ ରଖାଯିବ ।
ସୂଚନାଯୋଗ୍ୟ, ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରଲ ହୋଇଥିଲା । ଯେଉଁଥିରେ ଜଣେ ଯୁବକ ଦିଲ୍ଲୀ ମେଟ୍ରୋରେ ଯାତ୍ରା କରୁଥିବା ସମୟରେ ହସ୍ତମୈଥୁନ କରୁଥିଲେ । ଯାହାର ଭିଡିଓ ଭାଇରଲ ହୋଇଥିଲା । ୨୭ ସେକେଣ୍ଡର ଏହି ଭିଡିଓରେ ଯୁବକ ଙ୍କ ନିକଟରେ ଅନ୍ୟ ଜଣେ ଯୁବକ ଏବଂ ଯୁବତୀ ବସିଥିବା ବେଳେ ବ୍ୟକ୍ତି ଜଣକ କାହାକୁ ଖାତିର ନ କରି ମୋବାଇଲରେ ଭିଡିଓ ଦେଖି ଏପରି ହରକତ କରିଥିଲେ । ଦିଲ୍ଲୀ ପୋଲିସ ଏହାକୁ ନେଇ କାର୍ଯ୍ୟାନୁଷ୍ଠାନ ନେଇ ଆଇପିସି ଧାରା ୨୯୪ଅଧିନରେ ମାମଲା ରୁଜୁ କରିଛି ।
This man was performing obscene act in Delhi metro and he is now wanted in FIR NO.02/23 PS IGIA metro. Please inform SHO IGIA metro on 8750871326 or 1511 (control room) or 112 (police helpline). Identity of the informer will be kept confidential.
Help Delhi Police
Thank You. pic.twitter.com/Idf6TRKd2n— DCP Metro Delhi (@DCP_DelhiMetro) May 16, 2023
ତେବେ ଦିଲ୍ଲୀ ମେଟ୍ରୋରେ ଦିନକୁ ଦିନ ଅଶ୍ଳୀଳ ମାମଲା ସାମ୍ନାକୁ ଆସିଥିଲା । ପ୍ରେମୀଯୁଗଳ ଟ୍ରେନର ଚଟାଣରେ ବସି ପରସ୍ପରକୁ ଲିପ୍କିସ୍ ଦେଉଛନ୍ତି । ଆଉ ଟ୍ରେନରେ ଥିବା ଏତେ ଲୋକଙ୍କୁ ନେଇ ଲଜ୍ୟା ମଧ୍ୟ କରୁନାହାନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା । ଆଉ ଏହାପରେ ଦିଲ୍ଲୀ ମେଟ୍ରୋ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ଷ୍ଟେସନ ଏବଂ ଟ୍ରେନ ଭିତରେ ସୁରକ୍ଷା ପାଇଁ ଡିଏମଆରସି ସୁରକ୍ଷା କର୍ମୀ ନିୟୋଜିତ କଲେ । ତା’ ପରେ ମଧ୍ୟ ଲଗାତାର ଏଭଳି ଅଶ୍ଳୀଳ ଘଟଣା ଦେଖିବାକୁ ମିଳିଥିଲା ।
Why don’t you change the name of Delhi Metro to P0rnHub.
“OMG WHAT” is this ?? #Delhimetro #viralvideo pic.twitter.com/hiRiAzGyjR— Avnendra Singh (@avnendra_s) May 10, 2023