ମଝି ଆକାଶରେ ଜରୁରୀକାଳୀନ ଦ୍ବାର ଖୋଲିବାକୁ ଚେଷ୍ଟା କରୁଥିଲେ ଯାତ୍ରୀ, ମନା କରିବାରୁ କଲେ ଆକ୍ରମଣ
ପୁଣି ବିମାନରେ ଉନ୍ମତ୍ତ କାଣ୍ଡ କଲେ ଯାତ୍ରୀ । ମଝି ଆକାଶରେ ଜରୁରୀକାଳୀନ ଦ୍ବାର ଖୋଲିବାକୁ ଚେଷ୍ଟା କରିବା ସହିତ ଜଣେ ବିମାନ କର୍ମଚାରୀଙ୍କ ବେକରେ ଛୁରୀ ମାରିବା ଉଦ୍ୟମ କରିଥିଲେ । ଏହି ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ।

ପୁଣି ବିମାନରେ ଉନ୍ମତ୍ତ କାଣ୍ଡ କଲେ ଯାତ୍ରୀ । ମଝି ଆକାଶରେ ଜରୁରୀକାଳୀନ ଦ୍ବାର ଖୋଲିବାକୁ ଚେଷ୍ଟା କରିବା ସହିତ ଜଣେ ବିମାନ କର୍ମଚାରୀଙ୍କ ବେକରେ ଛୁରୀ ମାରିବା ଉଦ୍ୟମ କରିଥିଲେ । ଏହି ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ।
ଲସ ଏଞ୍ଜେଲସରୁ ବୋଷ୍ଟନ ଅଭିମୁଖେ ୟୁନାଇଟେଡ୍ ଏୟାରଲାଇନ୍ସର ବିମାନରେ ଉଡ଼ାଣ ଭରୁଥିବା ମାସାଚୁସଟ୍ସ ଲିଓମିନଷ୍ଟରର ଜଣେ ୩୩ ବର୍ଷୀୟ ବ୍ୟକ୍ତି ପ୍ରଥମେ ଜରୁରୀକାଳୀନ ଦ୍ବାରା ଖୋଲିବାକୁ ଚେଷ୍ଟା କରିଥିଲେ। ପରେ ଜଣେ ବିମାନ କର୍ମଚାରୀଙ୍କ ବେକରେ ଛୁରୀ ମାରିବା ଉଦ୍ୟମ କରିଥିଲେ। ତେବେ କର୍ମଚାରୀଙ୍କୁ ଆକ୍ରମଣ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।
ଗିରଫ ହୋଇଥିବା ବ୍ୟକ୍ତିଙ୍କ ନାମ ଟୋରେସ୍ । ବିମାନ ଯାତ୍ରାରେ ବାଧା ଏବଂ ବିମାନ କର୍ମଚାରୀଙ୍କୁ ଛୁରୀ ମାରିବା ଅଭିଯୋଗରେ ଗିରଫ କରାଯାଇଛି । ବୋଷ୍ଟନ୍ ଲୋଗାନ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅଭିଯୁକ୍ତ ଟୋରେସ୍ଙ୍କ ଗିରଫ କରାଯାଇଥିଲା ।
ସୂଚନାଯୋଗ୍ୟ, ମାର୍ଚ୍ଚ ୫, ୨୦୨୩ରେ ଟୋରେସ୍ ଲସ ଏଞ୍ଜେଲସ୍ରୁ ବୋଷ୍ଟନ୍ ଅଭିମୁଖେ ଯାଉଥିବା ଏକ ବିମାନରେ ଚଢ଼ିଥିଲେ। ବିମାନଟି ଅବତରଣ କରିବାର ପ୍ରାୟ ୪୫ ମିନିଟ୍ ପୂର୍ବରୁ ବିମାନ କର୍ମଚାରୀମାନଙ୍କୁ କକ୍ପିଟ୍ରୁ ସୂଚାଇ ଦିଆଯାଇଥିଲା ଯେ, ବିମାନର ପାର୍ଶ୍ୱକୁ ଖୋଲିବାକୁ ଉଦ୍ୟମ କରାଯାଉଛି। ବିମାନ କର୍ମଚାରୀ ଲକ ହ୍ୟାଣ୍ଡଲେ ଭାଙ୍ଗିଥିବା ଦେଖିବାକୁ ପାଇଥିଲେ ।
ଏହାପରେ ବିମାନ କର୍ମଚାରୀଙ୍କୁ ଭଙ୍ଗା ଚାମଚରେ ଆକ୍ରମଣ କରିଥିଲେ । ଏହି ସମୟରେ ଅନ୍ୟ ଲୋକ ତାଙ୍କୁ କାବୁ କରିନେଇଥିଲେ । ଆଉ ବିମାନ ଲ୍ୟାଣ୍ଡ କରିବା ପରେ ଗିରଫ କରାଯାଇଥିଲା ।