କରୋନା ଭାଇରସଙ୍କୁ ନେଇ ପ୍ରାଙ୍କ୍ କରିବା ବ୍ୟକ୍ତିଙ୍କୁ ପଡିଲା ମହଙ୍ଗା, ଏବେ ଚକି ପେଷିବେ ଜେଲରେ
ଚୀନରେ କରୋନା ଭାଇରସ ପାଇଁ ପୂରା ଦୁନିଆରେ ଭୟର ସଞ୍ଚାର ଖେଳିଯାଇଛି। କରୋନା ଭାଇରସ୍ କାରଣରୁ ପୂରା ଦୁନିଆରେ ୧,୧୧୫ ଲୋକଙ୍କର ମ୍ରୁତ୍ୟୁ ହୋଇଛି। ସେହିପରି ୪୪ ହଜାରରୁ ଅଧିକ ଲୋକ କରୋନା ଭାଇରସର ଜାଲରେ ଆକ୍ରାନ୍ତ ଅଛନ୍ତି। ଏହି ଭାଇରସର ଭୟ ଲୋକଙ୍କ ମନରେ ଏତେ ମାତ୍ରାରେ ରହିଗଲାଣି ଯେ ଜଣେ ବ୍ୟକ୍ତିଙ୍କୁ ଏହାକୁ ନେଇ ମଜା କରିବା ପଡିଲା ମହଙ୍ଗା। ପୋଲିସ ଖବର ଅନୁଯାୟୀ ଏହିଭଳି କାମ ପାଇଁ ଅଭିଯୁକ୍ତଙ୍କୁ ଅତି ବେଶୀରେ ପାଞ୍ଚ ବର୍ଷ ଜେଲ ଦଣ୍ଡ ଏବଂ ଜରିମାନା ଦେବାକୁ ପଡିପାରେ। ଋଷ୍ ମିଡିଆ ରିପୋର୍ଟ ଅନୁଯାୟୀ ସେଠାକାର ସୁରକ୍ଷା ଏଜେନ୍ସୀଙ୍କର କହିବାକଥା ଯେ କିଛି ଲୋକ ଜାଣିଶୁଣି ଲୋକଙ୍କ ମନରେ ଡର ଆଣିବାକୁ ଚେଷ୍ଟା କରୁଛନ୍ତି।
ସୋସିଆଲ ମିଡିଆରେ ଏବେ ଏକ ଖବର ଖୁବ୍ ଭାଇରାଲ ହେଉଛି। ସୂଚନା ଅନୁଯାୟୀ ଋଷର ଜଣେ ଯୁବକ ମେଟ୍ରୋ ଟ୍ରେନ ଏବଂ ସବ-େଓ୍ଵରେ କରୋନା ଭାଇରସକୁ ନେଇ ପ୍ରାଙ୍କ କରିଛନ୍ତି। ବ୍ୟକ୍ତି ଜଣଙ୍କ ହଠାତ୍ ମେଟ୍ରୋ ଟ୍ରେନର ତଳେ ଗଡି ଜୋର ଜୋରରେ କାସିବାକୁ ଲାଗିଲେ। କେବଳ ଏତିକି ନୁହେଁ ସେ କରୋନା ଭାଇରସର ଲକ୍ଷଣ ସବୁକୁ ଅଭିନୟ କରିବାରେ ଲାଗିଲି। ଯେମିତି ଲୋକଙ୍କୁ ଜଣାପଡିଲା ଯେ ଯନ୍ତ୍ରଣା ପାଉଥିବା ପୀଡିତ ବ୍ୟକ୍ତି କରୋନା ଭାଇରସରେ ଆକ୍ରାନ୍ତ ଅଛନ୍ତି, ସେତେବେଳେ ମେଟ୍ରୋ ଟ୍ରେନରେ ଥିବା ଯାତ୍ରୀଙ୍କ ମନରେ ଭୟର ସଞ୍ଚାର ଖେଳିଗଳା ଏବଂ ଲୋକମାନେ ଇଆଡେ ସିଆଡେ ଦୌଡିବାକୁ ଲାଗିଲେ।
କେବଳ ଏତିକି ନୁହେଁ ଏହି ବ୍ୟକ୍ତି ଜଣଙ୍କ ଏହି ପ୍ରାଙ୍କକୁ ସବ-େଓ୍ଵରେ ମଧ୍ୟ କରିବାକୁ ଲାଗିଲେ। ଯେଉଁ କାରଣରୁ ଲୋକମାନଙ୍କ ମଧ୍ୟରେ ଦୌଡାଦୌଡି ହେଲା ଏବଂ ଲୋକମାନେ ଭାଇରସର ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଲୋକେ ସେହି ବ୍ୟକ୍ତିଙ୍କ ଠାରୁ ଦୂରରେ ରହିବାକୁ ଦୌଡିଲେ। ଯଦି ଏହି ଦୌଡାଦୌଡି ଭିତରେ ଅନ୍ୟ କୌଣସି ଟ୍ରେନ ଆସିଥାନ୍ତା ତେବେ ଲୋକଙ୍କ ଜୀବନ ମଧ୍ୟ ଚାଲି ଯାଇପାରିଥାନ୍ତା। ଲୋକମାନେ ବ୍ୟକ୍ତିଙ୍କର ଏହି ପ୍ରାଙ୍କ୍ ବିଷୟରେ ଜାଣି ତାଙ୍କୁ ପୋଲିସଜିମାରେ ପହଁଚାଇଲେ। ଏହାପରେ ବ୍ୟକ୍ତିଙ୍କୁ ଜେଲର ପବନ ଖାଇବାକୁ ମିଳିବ।