ଆଜିକାଲି ସାପ ସହ ଖେଳିବା ଲୋକମାନଙ୍କ ପାଇଁ ସୌକ୍ ହୋଇଗଲାଣି। କିଛି ଲୋକମାନେ ସାପକୁ ଗଳାରେ ଗୁଡାଇବା ସହ କିଛି ଲୋକମାନେ ମଧ୍ୟ ସାପର ମୁହଁକୁ ଧରିଥାନ୍ତି। କିନ୍ତୁ ଏଭଳି ସୌକ୍ ରଖିଥିବା ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁର ସାମ୍ନା କରିବାକୁ ପଡ଼ିଛି। ଉକ୍ତ ଯୁବକ ଜଣଙ୍କୁ ସାପ ସହ ନିଜର ଜିଭ ମାରିବା ଖୁବ୍ ସୌକ୍ ରହିଥିଲା।
ସୂଚନା ଅନୁଯାୟୀ ସହାରନପୁର ଥାନା ସ୍ଥିତ ଫତେପୁର ଅଞ୍ଚଳରେ ରହୁଥିବା ଯୁବକ ଓ୍ଵସିମଙ୍କୁ ନିଜ ଜିଭ ସହ ସାପ ସହିତ ଖେଳିବାର ଖୁବ୍ ସୌକ୍ ଥିଲା। କିନ୍ତୁ ତାଙ୍କର ଏହି ଇଛାଶକ୍ତି ଦିନେ ତାଙ୍କ ଜୀବନ ନେଇଯିବ ବୋଲି ସେ ଜାଣି ନଥିଲେ। ଗତ ବୁଧବାର ଦିନ ଓ୍ଵସିମ ଗୋଟିଏ ସାପ ଧରି ଖେଳିଥିଲେ। ଏହି ସମୟରେ ତାଙ୍କର ଏହି ଖେଳ ଦେଖିବା ପାଇଁ ଲୋକମାନଙ୍କ ଭିଡ ଜମିଥିଲା। କିନ୍ତୁ ଖେଳିବା ସମୟରେ ହିଁ ସାପଟି ସତରେ ଓ୍ଵସିମଙ୍କୁ ଚୋଟ ମାରିଦେଇଥିଲା। ଘଟଣା ସ୍ଥଳରେ ଓ୍ଵସିମଙ୍କ ଶରୀରରେ ବିଷ ଚରିଯିବା ସହ କିଛି ସମୟ ପରେ ସେ ବେହୋସ୍ ହୋଇଯାଇଥିଲେ। ଶେଷରେ ଘର ଲୋକ ତାଙ୍କୁ ସରକାରୀ ଡାକ୍ତରଖାନା ନେଇଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…
ଭଦ୍ରକ (କେନ୍ୟୁଜ୍) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…
ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…