ଶାହାରୁଖ୍‌ ଖାଁଙ୍କ ଫିଲ୍ମରେ କାମ ଦେବା ବାହାନରେ ଝିଅ ଚାଲାଣ କରୁଥିଲା ଯୁବକ, ଧରାପଡ଼ିବା ପରେ କହିଲା ଏମିତି

ନୂଆଦିଲ୍ଲୀ : ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିଜର ଚାକଚକ୍ୟ ଆକର୍ଷଣରେ କେତେ ଲୋକ ଏଠାକୁ ନିଜର ଭାଗ୍ୟ ଗଢ଼ିବାକୁ ଆସିଥାନ୍ତି । ହେଲେ ଏହି ମାୟା ନଗରୀ କେତେ କଳାକାରଙ୍କ ଭାଗ୍ୟ ଗଢ଼ିଛି ତ କାହାକୁ ଧରାଶାୟୀ କରିଛି । ଏହି ମାୟାନଗରୀ ମାୟା ଦେଖାଇ ବହୁ ସରଳ ବ୍ୟକ୍ତିଙ୍କ ଫାଇଦା ଉଠାଇଛନ୍ତି ଏମିତି କିଛି ଧୋକ୍କେବାଜ ଲୋକ । ଶାହାରୁଖ ଖାନ୍‌ଙ୍କ ଫିଲ୍ମରେ କାମ କରାଇଦେବାକୁ କହି ଠକୁଥିବା ଜଣେ ବ୍ୟକ୍ତିକୁ ପୋଲିସ ଗିରଫ କରିବା ପରେ ବହୁ ତଥ୍ୟ ସାମ୍ନାକୁ ଆସିଛି ।

ଫିଲ୍ମ ନାଁରେ ଝିଅଙ୍କୁ ଫସାଉଥିଲା :

ସୂଚନାନୁସାରେ, ଯୁବକ ଜଣକ ପ୍ରଥମେ ସୋସିଆଲ ମିଡିଆରେ ଇଭେଣ୍ଟ ମ୍ୟାନେଜମେଣ୍ଟ ଭାବେ ନିଜର ପରିଚୟ ଦେଉଥିଲା । ପରେ ଅଭିଯୁକ୍ତ ଜଣକ ଶାହାରୁଖ ଖାନ୍‌ଙ୍କ ଫିଲ୍ମରେ କାମ କରାଇ ଦେବାକୁ କହି ସରଳ ଝିଅମାନଙ୍କୁ ଫସାଉଥିଲା । ପରେ ତାଙ୍କୁ ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିଲା ।

ମୁମ୍ବାଇ ପୋଲିସ ଦ୍ୱାରା ଯୁବକ ଗିରଫ :

ଏହି ଘଟଣାରେ ମୁମ୍ବାଇ ପୋଲିସ ଜଣେ ୧୭ ବର୍ଷ ବୟସ୍କା ଝିଅକୁ ଉଦ୍ଧାର କରିଛି । ଯାହାକୁ ଉକ୍ତ ଯୁବକ ପଶ୍ଚିମବଙ୍ଗର ପଲାଶୀପାରା ଅଞ୍ଚଳରୁ ଆଣିଥିଲା । ଯୁବକ ଜଣକ ପୂର୍ବରୁ ଏପରି ବହୁ ଝିଅକୁ ଆଣି ବିଭିନ୍ନ ସ୍ଥାନକୁ ଚାଲାଣ କରିଥିବା ସ୍ୱୀକାର କରିଛି । ଖାଲି ଶାହାରୁଖ୍‌ ଖାନ୍‌ ନୁହଁନ୍ତି ଏପରି ବହୁ ବଡ଼ ବଡ଼ ଫିଲ୍ମ ଅଭିନେତାଙ୍କ ନାମରେ ବହୁ ଠକ ଏପରି ସରଳ ଝିଅଙ୍କୁ ଫସାଉଥିବା ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.