ନାଗପୁର: ଫାଶୀ ପାଇ ନାହାନ୍ତି ନିର୍ଭୟା ନର ପିଶାଚ। ନିର୍ଭୟା ମା ଆଖିରୁ ମଧ୍ୟ ଲୁହ ଶୁଖିନି। ସାରାଦେଶରେ ଏଭଳି ସ୍ପର୍ଶକାତର ପ୍ରସଙ୍ଗରେ ଉଠୁଛି ପଡୁଛି। କିନ୍ତୁ ଏହା ଭିତରେ ଆଉ ଜଣେ ନିର୍ଭୟାକୁ ଶାରୀର ଲୋଭି ରାକ୍ଷାସର ଅତ୍ୟାଚାରର ଶିକାର ହେବାକୁ ପଡିଛି । ସମ୍ପୂର୍ଣ୍ଣ ସମାନ ଧରଣର ଦୁଷ୍କର୍ମ ଘଟିଛି ମହାରାଷ୍ଟ୍ରର ନାଗପୁରର ପାରଡ଼ି ଅଞ୍ଚଳରେ ଏହି ଯୁବତୀଙ୍କ ଉପରେ। ପୋଲିସର କହିବା ମୁତାବକ ପାରାଡି ଥାନା ଅଞ୍ଚଳରେ ପୀଡ଼ିତା ଯୁବତୀ, ତାଙ୍କ ଭାଇ ଓ ଦୁଷ୍କର୍ମ ଅଭିଯୁକ୍ତ ଓ ଅନ୍ୟ ଜଣେ ମହିଳା ଏକ ଭଡ଼ା ଘର କରି ରହୁଥିଲେ । ଗତ ମଙ୍ଗଳବାର ଦିନ ପୀଡ଼ିତାଙ୍କ ଭାଇ ଓ ତାଙ୍କ ମହିଳା ସାଙ୍ଗ କୌଣସି କାମରେ ନିଜ ଗାଁକୁ ଯାଇଥିଲେ। ଏହାର ସୁଯୋଗ ନେଇ ଘରେ ଏକୁଟିଆ ଥିବା ଯୁବତୀଙ୍କୁ ବଳ ପୂର୍ବକ ମୁହଁରେ କପଡା ପୁରାଇ ଅଚେତ କରାଇଦେଇଥିଲା ଅଭିଯୁକ୍ତ। ପରେ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲା।
ଏହା ପରେ ପାଶଚ ଅଭିଯୁକ୍ତର କାମନା ରକ୍ତ ଥଣ୍ଡା ହୋଇନଥିଲା । ଦୁଷ୍କର୍ମ କରିସାରିବା ପରେ ପାଖରେ ଥିବା ଏକ ଏୁହା ରଡକୁ ଯୁବତୀଙ୍କ ଗୁପ୍ତାଙ୍ଗରେ ପୁରାଇ ଦେଇଥିଲା । ଏହା ପରର ଘଟଣା ବର୍ଣ୍ଣନା କରିବା କଷ୍ଟକର କଷ୍ଟସାଧ୍ୟ। କାରଣ ଅଭିଯୁକ୍ତ ଯେଉଁ ହରକତ କରିଛି ତାହା କହିବା କିମ୍ବା ବର୍ଣ୍ଣନା କରିବା ସଭ୍ୟ ସମାଜରେ ଗ୍ରହଣ କଥା ହେବନାହିଁ। ଏହି ଘଟଣା ଘଟାଇ ଅଭିଯୁକ୍ତ ଯୁବକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା।
ଏହାପରେ ନିଜ ଭାଇ ଗାଁରୁ ଆସିବା ପରେ ଯୁବତୀ ଜଣକ କାନ୍ଦି କାନ୍ଦି ନିଜ ସହତ ଘଟିଥିବା ସବୁ ଘଟଣାକୁ ଟିକିନିଖି କରି କହିଥିଲେ। ଯୁବତୀଙ୍କଠାରୁ ସବୁ ଶୁଣିବାପରେ ପୀଡିତାଙ୍କ ଭାଇ ଥାନାରେ ଅଭିଯୋଗ କରିଥିଲେ । ଯୁବତୀଙ୍କ ଅଭିଯୋଗକୁ କେନ୍ଦ୍ର କରି ପୁଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ନାମ ଯୋଗୀଲାଲ ରାହଙ୍ଗଡାଲେ ଓ ତାର ବୟସ ୫୨ ବର୍ଷ । ସେ ଏକ ଚର୍ଖା ମିଲ୍ରେ ସୁପରଭାଇଜର ଭାବେ କରୁଥିବା ଜଣାପଡ଼ିଛି। ତେବେ ଏହି ଘଟଣା ପରେ ସାଧାରଣରେ ଗୋଟିଏ ପଶ୍ନ ଉଠୁଛି ଏତେ ସବୁ କଡା ଦଣ୍ଡ ବିଧାନ ଥାଉ ଥାଉ କେମିତି ଅଭିଯୁକ୍ତମାନେ ଏଭଳି ପଦକ୍ଷେପ ନେବାକୁ ସାହାସ କରୁଛନ୍ତି ?