୮୦ ବର୍ଷର ମା’ଙ୍କୁ ପ୍ରଥମେ ଦୁଷ୍କର୍ମ ଆଉ ତାପରେ ମାଡ଼ ମାରି ଟାଙ୍କି ଭିତରକୁ ଫିଙ୍ଗିଦେଲା ସଇତାନ ପୁଅ

ଚିଲିର ଲସ୍ ଆଞ୍ଜେଲସରେ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି, ଯାହାକୁ କେହିବି ସହଜରେ ବିଶ୍ୱାସ କରିପାରିବେ ନାହିଁ । ଏଠାରେ ଜଣେ ପୁରୁଷ କେବଳ ନିଜର 80 ବର୍ଷ ବୟସ୍କା ମା’ଙ୍କୁ ବଳାତ୍କାର କରିନାହାନ୍ତି ବରଂ ତାଙ୍କୁ ଏତେ ମାଡ ଦେଇଛନ୍ତି ଯେ ବୃଦ୍ଧାଙ୍କ ଅନେକ ହାଡ ମଧ୍ୟ ଭାଙ୍ଗି ଯାଇଛି । ପଡ଼ୋଶୀମାନେ ଏହା ଜାଣି ନପାରନ୍ତୁ ସେଥିପାଇଁ ଏହି ବ୍ୟକ୍ତି ତାଙ୍କ ମା’ଙ୍କୁ ଏକ ସେପ୍ଟିକ୍ ଟାଙ୍କିରେ ବନ୍ଦ କରିଦେଇଥିଲେ ।

ସୂଚନା ଅନୁଯାୟୀ, ଏହି 56 ବର୍ଷ ବୟସ୍କ ବ୍ୟକ୍ତି ଭାବିଥିଲେ ଯେ ତାଙ୍କ ମାଙ୍କର ମୃତ୍ୟୁ ହୋଇଛି କିନ୍ତୁ ସେ ବଞ୍ଚିଥିଲେ । ତେବେ ଏହି ବ୍ୟକ୍ତି ଜଣକ ଘରେ ନଥିବା ବେଳେ ମହିଳା ଜଣକ କୌଣସି ପ୍ରକାରେ ସେପ୍ଟିକ୍ ଟ୍ୟାଙ୍କରୁ ବାହାରି ପୁରା ଘଟଣା ବିଷୟରେ ପୋଲିସକୁ ସୂଚନା ଦେଇଥିଲେ । ସବୁ ଜାଣିବା ପରେ ପୋଲିସ ଘଟଣାସ୍ଥଳକୁ ଆସିବା ଦେଖି ବ୍ୟକ୍ତିଜଣକ ନିଜେ ଯାଇ ସେହି ସେପ୍ଟିକ୍ ଟ୍ୟାଙ୍କରେ ଲୁଚିଗଲେ ଏବଂ ବହୁ କଷ୍ଟରେ ତାଙ୍କୁ ବାହାର କରାଗଲା ।

MP: 30-year-old man rapes mother in front of his minor son

 

ମହିଳାଙ୍କ କହିବା ଅନୁଯାୟୀ ତାଙ୍କ ପୁଅ ଜଣେ ମଦ୍ୟପ ଏବଂ ଅନେକ ସମୟରେ ସେ ମଦ୍ୟପାନ କରନ୍ତି । ଗତ ଶନିବାର ଦିନ ବ୍ୟକ୍ତି ଜଣକ ସବୁ ସୀମା ଅତିକ୍ରମ କରି ତାଙ୍କ ମା’ଙ୍କୁ ବଳାତ୍କାର କରିଥିଲେ । ଯେତେବେଳେ ମା ଖସିଯିବାକୁ ଚେଷ୍ଟା କରିଥିଲେ ସେତେବେଳେ ସେ କେବଳ ତାଙ୍କୁ ପିଟିନଥିଲେ ବରଂ ତାଙ୍କୁ ସେପ୍ଟିକ୍ ଟ୍ୟାଙ୍କରେ ତାଲା ପକାଇ ଦେଇଥିଲେ । ତେବେ ବ୍ୟକ୍ତି ଜଣକ ସେପ୍ଟିକ୍ ଟାଙ୍କିରେ ନିଜକୁ ଲୁଚାଇବାକୁ ଚେଷ୍ଟା କରୁଥିବା ବେଳେ ଖସିପଡି ଆହତ ହୋଇଥିଲେ। ବର୍ତ୍ତମାନ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ କହିଛି ଯେ ଏହି ବ୍ୟକ୍ତିଙ୍କ ଉପରେ ଆକ୍ରମଣ ଏବଂ ଡ୍ରଗ୍ସ ସମ୍ବନ୍ଧୀୟ ଅନେକ ମାମଲା ପୂର୍ବରୁ ରହିଛି । ପୋଲିସର ସୂଚନାନୁସାରେ ଅଭିଯୁକ୍ତଙ୍କ ମାନସିକ ସ୍ଥିତି ମଧ୍ୟ ଅନୁସନ୍ଧାନ କରାଯାଉଛି । ଯଦି ଏହି ଅଭିଯୋଗଗୁଡିକ ସତ ପ୍ରମାଣିତ ହୁଏ ତେବେ ଅଭିଯୁକ୍ତଙ୍କୁ 17 ବର୍ଷ ଜେଲ ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.