ମରୁ ମରୁ ବଞ୍ଚିଗଲେ ପର୍ଯ୍ୟଟକ, ନ ହେଲେ ହୋଇଥାନ୍ତେ ସିଂହ ମୁହଁରେ ଜଳଖିଆ

ମରଣ ମୁହଁରୁ ବର୍ତ୍ତୀଲେ ଯୁବକ । ଆଉ ଯଦି ଟିକେ ଦଇବ ସାଥି ଦେଇନଥାନ୍ତା ତେବେ ନିଶ୍ଚିତ ରୂପେ ସିଂହର ଶିକାର ହୋଇଥାନ୍ତେ ଯୁବକ ଜଣକ । ଯେମିତି ସୂତା ଖିଅରେ ବଂଚିଗଲା ଯୁବକ ଜଣଙ୍କର ଜୀବନ । ମଙ୍ଗଳବାର ହାଇଦରାବାଦ ସ୍ଥିତ ନେହେରୁ ଜୁଲୋଜିକାଲ ପାର୍କରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଜଣେ ୩୧ ବର୍ଷୀୟ ଯୁବକ ଆଫ୍ରିକାନ ସିଂହ ସଫାରୀରେ ବୁଲୁଥିବା ସମୟରେ ସିଂହ ଖୁଆଡ ଉପରେ ବସି ପଡ଼ିଥିଲେ । ଏହା ନିଶ୍ଚିତ ରୂପେ ବ୍ୟକ୍ତି ଜଣଙ୍କର ଦୁଃସାହସିକ କାମ ଥିଲା । ଖାଲି ଯେ ପଥର ଉପରେ ବସିଥିଲେ ତାହା ନୁହେଁ ସିଂହକୁ ଅନାଇ ଖତେଇ ହେବା ଭଳି ଆଚରଣ ବି କରୁଥିଲେ । କହିରଖିବା ଉଚିତ ହେବକି ସାଧାରଣତଃ ଏହି ସ୍ଥାନକୁ ସାଧାରଣ ଲୋକଙ୍କୁ ଯିବାକୁ ବାରଣ କରାଯାଇଥାଏ । ଦୃଶ୍ୟକୁ ଦେଖି ଏମିତି ଲାଗୁଥିଲା ଯେମିତି ସିଂହ ସହ ମୁହାଁମୁହିଁ ହେବା ତାଙ୍କର ମସ୍କଦ ଥିଲା । ଆଗରେ ଲୋକଟିକୁ ଦେଖି ହିଂସ୍ର ସିଂହଟିକୁ ଆଉ ସମ୍ଭାଳେ ବା କିଏ । ଶିକାରୀ ଟିକୁ ନିଜ କବଜାକୁ ଆଣିବାକୁ ଡେଇଁ ଡେଇଁ ସେ ବି କଳେବଳେ କୌଶଳେ ଚେଷ୍ଟା ଚଳାଇଥିଲା । ଯଦି ପାଦ ଟିକେ ଖସି ପଡିଥାନ୍ତା ତେବେ ସିଂହର ଶିକାର ହେବା ନିଶ୍ଚିତ ଥିଲା ।  ଏମିତି ଏକ ଦୃଶ୍ୟକୁ ଯିଏ ବି ଦେଖିବ ନିଶ୍ଚିତ ରୂପେ ଶିହରଣ ସୃଷ୍ଟି ହୋଇଯିବ । କିନ୍ତୁ ହୁଏତ ବ୍ୟକ୍ତି ଜଣଙ୍କର ଭାଗ୍ୟ ଆଜି ସାଥ ଦେଇଥିଲା ।

 

 

ଉଭୟେ ଖାଦ୍ୟ ଓ ଖାଦକ ମୁହାଁମୁହିଁ ହେବାର କିଛି ସମୟ ପରେ ଜୁ କର୍ମଚାରୀ ମାନେ ଆସି ବ୍ୟକ୍ତି ଜଣଙ୍କୁ ଉଦ୍ଧାର କରି ନେଇଥିଲେ । ଖାଲି ଉଦ୍ଧାର କରିନଥିଲେ ମଜା ଚଖେଇବା ପାଇଁ ଯୁବକଟିର ଗାଲରେ ଦୁଇ ଚାରିଟା ଶକ୍ତ ଚାପୁଡ଼ା ବି ମାରିଥିଲେ । ଆଉ ଏହା ପରେ ତାଙ୍କୁ ପୋଲିସ ଜିମା ଦେଇ ତା ବିରୋଧରେ ଏତଲା ମଧ୍ୟ ଦାୟର କରିଥିଲେ । ତନାଘନାରୁ ଜଣା ପଡିଥିଲାଯେ ତାଙ୍କ ନାଁ ହେଉଛି ଜି ସାଇ କୁମାର । ତାଙ୍କର ଉଦେଶ୍ୟ ପ୍ରକୃତରେ କଣ ଥିଲା ସେବାବଦରେ ଜଣା ପଡ଼ିନାହିଁ । ଏସମସ୍ତ ଘଟଣା ଏକ କ୍ୟାମେରାରେ କଏଦ ହୋଇଥିଲା । ଆଖ ପାଖରେ ଛିଡା ହୋଇଥିବା ଲୋକେ ଡେଇଁ ଡେଇଁ ବ୍ୟକ୍ତିଜଣଙ୍କୁ ବାରମ୍ବାର ସତର୍କ କରାଉଥିଲେ । ଆଉ ସାହାଯ୍ୟ ପାଇଁ ନିବେଦନ କରିବାରୁ କର୍ମଚାରୀ ମାନେ ଆସି ଯୁବକ ଜଣକୁ ନିଶ୍ଚିତ ମୃତ୍ୟୁ ମୁଖରୁ ରକ୍ଷା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.