ଗରମରେ ଛଟପଟ ହେଉଛନ୍ତି ଏହି ଦେଶର ଲୋକେ, ବିନା ଷ୍ଟୋଭ୍‌ରେ କାର୍‌ ଭିତରେ ସିଝୁଛି ମାଂସ!

ଉତ୍ତର ଭାରତରେ ଯେଉଁଠି ଲୋକେ ଥଣ୍ଡାରେ ଥରୁଛନ୍ତି, ସେଠି ଅଷ୍ଟ୍ରେଲିଆରେ ଲୋକେ ଗରମରେ ଛଟପଟ ହେଉଛନ୍ତି। ଭାରତରେ ଶୀତ ପ୍ରଚଣ୍ଡ ରୂପ ଧାରଣ କରିଥିବା ବେଳେ ସେଠି ପ୍ରବଳ ରାତି ସମସ୍ତ ରେକର୍ଡ ଭାଙ୍ଗିଦେଇଛି। ଅଷ୍ଟ୍ରେଲିଆରେ ଏତେ ଗରମ ଅନୁଭୂତ ହେଉଛି ଯେ ଲୋକେ ନିଜ କାର୍‌ ସିଟ୍‌ରେ ମାଂସ ଭାଜୁଛନ୍ତି। ଏହା ଜାଣି ଆପଣ ଆଶ୍ଚଯ୍ୟର୍ ହେଉଥିବେ ନିଶ୍ଚୟ, କିନ୍ତୁ ଘଟଣାଟି ସତ।

ପଶ୍ଚିମ ଅଷ୍ଟ୍ରେଲିଆରେ ରହୁଥିବା ଷ୍ଟୁ ପେନ୍‌ଗେଲି ନାମକ ବ୍ୟକ୍ତି ଏମିତି ହିଁ କିଛି କରିଛନ୍ତି। ସେ ନିଜ ଫେସ୍‌ବୁକ ଆକାଉଣ୍ଟରେ ଏ ବିଷୟରେ ଜଣାଇଛନ୍ତି। ଯଦିଓ ମାଂସ ଭାଜିବାରେ ତାଙ୍କୁ ୧୦ ଘଣ୍ଟା ସମୟ ଲାଗିଛି।

ଷ୍ଟୁ ପେନ୍‌ଗେଲି ନିଜ କାର୍‌ ସିଟ୍‌ ଉପରେ ଏକ ବେକିଂ ଟ୍ରେ ରଖି ସେଥିରେ ଘୁଷୁରୀ ମାଂସକୁ ରୋଷ୍ଟ କରିଥିଲେ ଏବଂ ଏହାର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଫଟୋଗୁଡ଼ିକ ଶେୟାର କରି ସେ ଲେଖିଥିଲେ, ‘ଯେଉଁମାନେ ମୋର ଏହି ମଜାଦାର ପ୍ରୟୋଗ ନ ଦେଖିଛନ୍ତି, ସେମାନଙ୍କୁ କହି ରଖୁଛି, କାଲି ୧.୫ କିଲୋ ଘୁଷୁରୀ ମାଂସକୁ ମୁଁ ମୋ ପୁରୁଣା ଡେଟ୍‌ସନ କାର୍‌ରେ ୧୦ ଘଣ୍ଟା ଭିତରେ ଭାଜିଥିଲି’।

car2

ଅଷ୍ଟ୍ରେଲିଆର ପାଣିପାଗ ବିଭାଗ ମୁତାବକ, ୧୭ ଡିସେମ୍ବରରେ ଏଠାରେ ବହୁତ ଗରମ ଅନୁଭୂତ ହୋଇଥିଲା। ଗତ ୧୦ ଦିନ ହେବ ଏଠାକାର ତାପମାତ୍ରା ୩୫ ଡିଗ୍ରୀ ସେଲ୍‌ସିୟସ୍‌ ଆଖପାଖରେ ରହିଛି। ମାଂସ ଭାଜିବା ସମୟରେ ଷ୍ଟୁ ସେଠାକାର ତାପମାତ୍ରାର ମଧ୍ୟ ସମସ୍ତ ରିଡିଙ୍ଗ୍‌ସ ନୋଟ୍‌ କରିଥିଲେ। ସେ କହିଥିଲେ, ‘ସେ ସମୟରେ ତାପମାତ୍ରା ୩୯ରୁ ୫୨ ଡିଗ୍ରୀ ପଯ୍ୟର୍ନ୍ତ ପହଞ୍ଚିଯାଇଥିଲା। ଦ୍ୱିପ୍ରହର ୧ଟାରେ ଗାଡ଼ି ଭିତରେ ତାପମାତ୍ରା ଥିଲା ୮୧ ଡିଗ୍ରୀ ସେଲ୍‌ସିୟସ୍‌’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like