ରାଗରେ ପରିବାରର ୩ ଜଣଙ୍କୁ କାର ଚଢାଇଦେଲେ ବ୍ୟକ୍ତି, ଜଣେ ମୃତ

ଘରେ ଝଗଡା ହେଲା ବୋଲି ପରିବାରର ୩ ଜଣ ଲୋକଙ୍କୁ କାର୍‌ ଚଢାଇ ମାରିଦେଲେ । ଆଉ ଘଟଣାରେ ଜଣକର ଜୀବନ ଚାଲିଯାଇଛି । ଏମିତି ଘଟଣା ପଞ୍ଜାବର ମୋହାଲୀ ଠାରେ ଘଟିଛି । ଜଣେ ଯୁବକ ନିଜ ପରିବାର ଲୋକଙ୍କ ହତ୍ୟା କରିଛନ୍ତି । ମୋହଲୀର ଏକ ଗାଁରେ ମନୋଲୀରେ ଯୁବକ ରାଗରେ ଆସି ଏପରି କାଣ୍ଡ କରିଛନ୍ତି ।

ପଞ୍ଜାବ ମୋହାଲୀର ଏକ ଗାଁରେ ଯୁବକ ଜଣକ ରାଗରେ ଆସି ଘରର ୩ ଜଣ ଲୋକଙ୍କ ଉପରେ ରେଞ୍ଜ ରୋଭର କାର ଚଢାଇଦେଇଥିଲେ । ଏହି ଘଟଣାରେ ହସପିଟାଲରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋହଇଛନ୍ତି । ଘଟଣା ପରେ ଅଭିଯୁକ୍ତ ଫେରାର ହୋଇଯାଇଛି। ଯାହାକୁ ଏବେ ପୋଲିସ ଖୋଜୁଛି ।

ବଲଜିତ ସିଂ ପୋଲିସ ନିକଟରେ ଅଭିଯୋଗ କରିଥିଲେ, ତାଙ୍କ ଦାଦା ପୁଅ ଭାଇ ଦେବେନ୍ଦର ସହିତ ପରିବାରର ଝଗଡା ହୋଇଥିଲା। ତେବେ ଦେବେନ୍ଦର ରାଗରେ ଆସି ନିଜ ରେଞ୍ଜ ରୋଭର କାରକୁ ନେଇ ଘରୁ ବାହାରକୁ ଚାଲିଯାଇଥିଲେ । ଏହା ଦେଖି ଭାଇ ରଂଜିତ ସିଂ, ଦାଦା ଜରନେଲ ସିଂ ଏବଂ ଦେବେନ୍ଦରଙ୍କ ମା ମନଜିତ ତାଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ । ଆଉ ସେମାନଙ୍କୁ ଡରାଇବା ପାଇଁ ଦେବେନ୍ଦର କାର ଚଢାଇଦେଇଥିଲେ ।

କାର ଧକ୍କା ଦେବା ପରେ ସମସ୍ତେ ତଳେ ପଡିଯାଇଥିଲେ । ଆଉ ଗୁରୁତର ଆହତ ହୋଇଥିଲେ । ତିନି ଜଣକୁ ମୋହଲୀ ଫେଜ-୮ସ୍ଥିତ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଆଉ ଏଠାରେ ରଂଜିତଙ୍କ ମୃତ୍ୟୁ ହୋଇଥିଲା ବୋଲି ଡାକ୍ତର ଘୋଷଣା କରିଥିଲେ । ଘଟଣାରେ ଦେବେନ୍ଦରଙ୍କ ମା’ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଦାଦା ଜରନେଲ ସିଂଙ୍କ ଅବସ୍ଥା ଠିକ୍‌ ରହିଛି। ହସପିଟାଲରୁ ଚିକିତ୍ସିତ ହେବା ପରେ ତାଙ୍କୁ ଘରକୁ ପଠାଯାଇଛି ।

 

Leave A Reply

Your email address will not be published.