ସାବରିମାଳା ମନ୍ଦିର ବିବାଦ ପ୍ରସଙ୍ଗ, ପେଟ୍ରୋଲ୍‌ ଢାଳି ଦେହରେ ନିଆଁ ଲଗାଇଲେ ବ୍ୟକ୍ତି

ଥିରୁବନନ୍ତପୁରମ୍‌(କେନ୍ୟୁଜ୍) :  ସାବରିମାଳା ମନ୍ଦିର ବିବାଦ ଦିନକୁ ଦିନ ଉଗ୍ର ରୂପ ନେବାରେ ଲାଗିଛି । ମନ୍ଦିର ପରିସର ଏବଂ  ଏହାର ଆଖପାଖ ସ୍ଥାନରେ କର୍ଫ୍ୟୁ ହଟାଇବା ଦାବିରେ ଆମରଣ ଅନଶନରେ ବିଜେପି ନେତା ସିକେ ପଦ୍ମନାଭନ ବସିଥିବା ବେଳେ, ଅପରପଟେ ଗତକାଲି ଜଣେ ବ୍ୟକ୍ତି ରାଜ୍ୟ ସଚିବାଳୟ ବାହାରେ ନିଜ ଦେହରେ ପେଟ୍ରୋଲ୍‌ ଢାଳି ନିଆଁ ଲଗାଇ ଦେଇଥିବା ଜଣାପଡିଛି। ମୃତ ବ୍ୟକ୍ତି ଜଣଙ୍କ ୪୯ ବର୍ଷୀୟ ବେଣୁଗୋପାଳ ନାୟର। ଯାହାକୁ ନେଇ ବିବାଦ ଆହୁରି ତେଜିଛି ।