ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷାରେ ତ୍ରୁଟି, ରୋଡ୍ ଶୋ’ ବେଳେ ପ୍ରଧାନମନ୍ତ୍ରୀଙ୍କ ଆଡକୁ ଦୌଡି ଆସିଲେ ଯୁବକ
ପୁଣି ଥରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଦେଖା ଦେଇଛି ତ୍ରୁଟି । କର୍ଣ୍ଣାଟକରେ ଏକ ରୋଡ୍ ଶୋ’ରେ ମୋଦୀ ଥିବା ବେଳେ ଜଣେ ଅଜଣା ଯୁବକ ମୋଦିଙ୍କ ରୋଡ ଶୋ’ ଆଡକୁ ମାଡି ଆସିଥିଲେ । ଫଳରେ ସୁରକ୍ଷା କର୍ମୀ ମାନେ ଯୁବକକୁ କାବୁ କରିନେଇଥିଲେ । ତିନି ମାସ ମଧ୍ୟରେ ଏପରି ଘଟଣା ଦ୍ୱିତୀୟ ଥର ପାଇଁ ଘଟିଥିବା ଜଣାଯାଇଛି ।

ବେଙ୍ଗାଲୁର : ପୁଣି ଥରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଦେଖା ଦେଇଛି ତ୍ରୁଟି । କର୍ଣ୍ଣାଟକରେ ଏକ ରୋଡ୍ ଶୋ’ରେ ମୋଦୀ ଥିବା ବେଳେ ଜଣେ ଅଜଣା ଯୁବକ ମୋଦିଙ୍କ ରୋଡ ଶୋ’ ଆଡକୁ ମାଡି ଆସିଥିଲେ । ଫଳରେ ସୁରକ୍ଷା କର୍ମୀ ମାନେ ଯୁବକକୁ କାବୁ କରିନେଇଥିଲେ । ତିନି ମାସ ମଧ୍ୟରେ ଏପରି ଘଟଣା ଦ୍ୱିତୀୟ ଥର ପାଇଁ ଘଟିଥିବା ଜଣାଯାଇଛି । ଯୁବକକୁ ସୁରକ୍ଷା ଏଜେନ୍ସି ପଚରା ଉଚରା କରୁଛନ୍ତି ।
ଆଜି ପ୍ରଧାନମନ୍ତ୍ରୀ ମୋଦୀ କର୍ଣ୍ଣାଟକ ଗସ୍ତରେ ଯାଇ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ । ପରେ ଏକ ରୋଡ୍ ସୋ’ର ଆୟୋଜନ କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ’ ପାଇଁ ତିନିରୁ ଚାରି ସ୍ତରର ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ବ୍ୟାରିକେଡ୍ ରଖାଯାଇଥିଲା। ବ୍ୟାରିକେଡ୍ ଡେଇଁ ରାସ୍ତାକୁ ନଆସିବାକୁ ଲୋକଙ୍କୁ ପୂର୍ବରୁ କୁହାଯାଇଥିଲା।
ତଥାପି ଉକ୍ତ ଯୁବକ ବ୍ୟାରିକେଡ ଡେଇଁ ପ୍ରଧାନମନ୍ତ୍ରୀଙ୍କ ଆଡକୁ ଦୌଡ଼ି ଆସିଥିଲା। ଘଟଣାସ୍ଥଳରେ ଉପସ୍ଥିତ ଥିବା ପୁଲିସ ଓ ସୁରକ୍ଷା କର୍ମୀ ତାଙ୍କୁ କାବୁ କରିନେଇଥିଲେ। ଏବେ ଉକ୍ତ ଯୁବକକୁ ପଚରା ଉଚରା କରାଯାଉଛି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଏହା ଏକ ବଡ଼ ତ୍ରୁଟି ବୋଲି କୁହାଯାଇଛି ।
Video: Man Skips Barricade, Runs Towards PM During Karnataka Roadshow https://t.co/bVnfqo31pa pic.twitter.com/2uOGrrkKeX
— NDTV (@ndtv) March 25, 2023