ମଞ୍ଚ ଉପରେ କଂଗ୍ରେସ ନେତା ହାର୍ଦ୍ଦିକ୍ ପଟେଲଙ୍କୁ ଚାପୁଡା ମାଡ଼, ଭିଡିଓ ହେଲା ଭାଇରାଲ

ଆଜି ଗୁଜୁରାଟ କଂଗ୍ରେସ ନେତା ହାର୍ଦ୍ଦିକ୍ ପଟେଲଙ୍କୁ ମଞ୍ଚ ଉପରେ ଜଣେ ବ୍ୟକ୍ତି ଚାପୁଡା ମାରିଛନ୍ତି । ଏହି ଘଟଣା ସୁରେନ୍ଦ୍ରନଗର ବଢୱାନରେ ହୋଇଛି । ସଭାରେ ଉପସ୍ଥିତ ଥିବା ବ୍ୟକ୍ତି ଚାପୁଡା ମାରିଥିବା ଉକ୍ତ ବ୍ୟକ୍ତିଙ୍କୁ ର୍ନିଧୁମ୍ ଛେଚିଥିବା ଖବର ଆସୁଛି । ପୋଲିସ୍ ଉକ୍ତ ବ୍ୟକ୍ତିଙ୍କୁ ବହୁ କଷ୍ଟରେ ଭିଡ ଭିତରୁ ବଚାଂଇଥିବାବେଳେ, ଅନ୍ୟପଟେ ହାର୍ଦ୍ଦିକଙ୍କୁ ଚାପୁଡା ମାରୁଥିବା ଭିଡିଓ ଏବେ ତୋଫାନ ବେଗରେ ଭାଇରାଲ୍ ହେବାକୁ ଲାଗିଛି । ଚାପୁଡା ଖାଇବା ପରେ ହାର୍ଦ୍ଦିକ୍ କହିଛନ୍ତି କି , ବିଜେପି ବାଲା ମୋତେ ମାରିବାକୁ ଚାହୁଁଛନ୍ତି । ଏହି ଦଳର ଲୋକ ମୋ ଉପରକୁ ଆକ୍ରମଣ କରାଉଛନ୍ତି । କିନ୍ତୁ ଆମେ ଚୁପ୍ ବସିବୁ ନାହିଁ ।

ଦେଖନ୍ତୁ ଭିଡିଓ :

Video Courtesy : ANI

ଭିଡିଓରେ ହାର୍ଦ୍ଦିକ୍ ରାଲିକୁ ସମ୍ବୋଧିତ କରୁଥିବା ସମୟରେ ଉକ୍ତ ବ୍ୟକ୍ତିିଜଣକ ମଞ୍ଚ ଉପରକୁ ଆସି କିଛି ଭାବିବା ପୂର୍ବରୁ ହାର୍ଦ୍ଦିକଙ୍କୁ ଚାପୁଡା ମାରିଥିଲେ । ଏହି ସମୟରେ ମଞ୍ଚରେ ଉପସ୍ଥିତ ଥିବା ଲୋକମାନେ ବ୍ୟକ୍ତି ଜଣକୁ ଧରି ନେଇଥିଲେ। ପୋଲିସ୍ ବ୍ୟକ୍ତିଜଣଙ୍କୁ ବଂଚାଇ ହସ୍ପିଟାଲ୍ ନେଇ ଯାଇଥିଲେ । ବର୍ତ୍ତମାନ ପୋଲିସ୍ ଏହି ମାମଲାର ଯାଞ୍ଚ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.