ବର୍ଷକ ପର୍ଯ୍ୟନ୍ତ ମା’ର ଶବ ସହ ରହିଲା ପୁଅ, କାରଣ ଜାଣିଲେ ହେବ ରକ୍ତ ଗରମ

ମେଡ୍ରିଡ଼୍ : ଧନର ଲୋଭ ଲୋକଙ୍କୁ କେତେ ତଳେ ପକାଇବ ତାହାର ଅନୁମାନ କରିବା ଅସମ୍ଭବ। ସଂପର୍କରେ କଳଙ୍କ ଲଗାଇଥିବା ସେହିଭଳି ଏକ ଘଟଣା ନିକଟରେ ଦେଖିବାକୁ ମିଳିଛି। ସ୍ପେନରେ ଜଣେ ପୁଅ ପାଖାପାଖି ଏକ ବର୍ଷ ପର୍ଯ୍ୟନ୍ତ ନିଜ ମାଁଙ୍କ ମରଶରୀର ସହିତ ରହିବା ସହ ତାଙ୍କଠାରୁ ଟଙ୍କା ନେଉଥିଲା। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ଘଟଣାନୁଯାୟୀ, ସ୍ପେନର ଜଣେ କୁଳାଙ୍ଗାର ପୁଅ ନିଜ ମାଙ୍କ ଶବକୁ ପାଖରେ ରଖିବା ସହ, ତାଙ୍କର ପେନସନ ନେଇ ତାହାକୁ ଖର୍ଚ୍ଚ କରୁଥିଲା।

deadbody ଘଟଣାଟି ସର୍ବସମ୍ମୁଖକୁ ଆସିବା ପରେ ଏବେ ପୁଲିସ ଘଟଣାର ତଦନ୍ତ ଚଲାଇଛି। ମିଳିଥିବା ପୋଲିସ ରିପୋର୍ଟ ମୁତାବକ, ମୃତକ ମହିଳାଙ୍କ ବୟସ ପାଖାପାଖି ୯୨ ବର୍ଷ ରହିଥିଲା। ତାଙ୍କର କେଉଁ କାରଣରୁ ଏବଂ କେବେ ମୂତ୍ୟୁ ହୋଇଥିଲା ତାହାର ଜାଞ୍ଚ ଚାଲିଥିବା ବେଳେ ଘଟଣାରେ ସଂପୃକ୍ତ ଥିବା ୬୨ ବର୍ଷର ଅଭିଯୁକ୍ତ ପୁଅକୁ ଗିରଫ କରାଯାଇଛି। ମୃତକ ମହିଳାଙ୍କ ଶରୀର ସଂପୂର୍ଣ୍ଣ ଭାବେ ସଢ଼ି ଯାଇଥିବା ବେଳେ ସଂପୂର୍ଣ୍ଣ ଫ୍ଳାଟରୁ ଭୟାନକ ଦୁର୍ଗନ୍ଧ ବାହାରୁଥିଲା। ଫଳରେ ପାଖ ପୋଡ଼ଶୀ ଅଭିଯୋଗ କରିଥିଲେ ଏବଂ ସଂପୂର୍ଣ୍ଣ ଘଟଣା ଉପରୁ ପରଦା ଉଠିଥିଲା।

murder_genervic1Sgg

ଘଟଣା ସ୍ଥଳରେ ପୋଲିସ ସଂପୂର୍ଣ୍ଣ ଫ୍ଳାଟର ଅନୁସନ୍ଧାନ କରିଥିବା ବେଳେ ମହିଳାଙ୍କ ସଢ଼ା ଶବ ମିଳିଥିଲା। ପଚରାଉଚରା ସମୟରେ ଅଭିଯୁକ୍ତ ପୁଅ କହିଥିଲା, ତାଙ୍କ ମାଙ୍କ ପେନସନ୍ ଟଙ୍କା ପାଇଁ ସେ ତାଙ୍କ ମାଙ୍କ ମରଣ ଖବର କାହାକୁ କହିନଥିଲେ। ତେବେ ମୃତ ଶରୀର ଦେଖି ତାହା ବର୍ଷକ ପୁରୁଣା ବୋଲି ଆଶା କରାଯାଉଛି।

You might also like