ପତ୍ନୀ ସବୁ ବେଳେ ଫୋନ୍‌ରେ ବ୍ୟସ୍ତ ରହୁଥିଲେ, ରାଗି ଗଲେ ପତି ଓ ଏମିତି କାଣ୍ଡ କରି ବସିଲେ…

ଦିଲ୍ଲୀର ପ୍ରେମନଗର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ସ୍ତ୍ରୀର ଅବୈଧ ସମ୍ପର୍କକୁ ନେଇ ସନ୍ଦେହ କରୁଥିବା ସ୍ୱାମୀ ଗତ ଶନିବାର ରାତିରେ ସ୍ତ୍ରୀକୁ ମାରି ଟୁକୁଡା ଟୁକୁଡା କରିଦେଇଛି । ପୋଲିସର କହିବା ଅନୁଯାୟୀ ଅଭିଯୁକ୍ତ ନିଜ ପତ୍ନୀର ଫୋନ ସଦାବେଳେ ବ୍ୟସ୍ତ ଆସୁଥିବାରୁ ତାକୁ ସନ୍ଦେହ କରୁଥିଲା । ଏହି କାରଣରୁ ପତି ପତ୍ନୀଙ୍କ ମଧ୍ୟରେ ସବୁବେଳେ ଝଗଡା ଲାଗି ରହୁଥିଲା । ପୋଲିସର ପଚାର ଉଚୁରା ପରେ ସବୁ ସତ ସାମ୍ନାକୁ ଆସିଛି । ଅଭିଯୁକ୍ତର କହିବା ଅନୁଯାୟୀ ସେ ଅନେକ ଥର ନିଜ ପତ୍ନୀଙ୍କ କଲ ଲିଷ୍ଟ ଚେକ କରିବା ପାଇଁ ମଧ୍ୟ ଚେଷ୍ଟା କରିଥିଲେ କିନ୍ତୁ ଫୋନ ଲକ ଥିବା କାରଣରୁ ସେ ଏପରି କରିପାରୁନଥିଲେ । ଏହାଦ୍ୱାରା ତାଙ୍କର ସନ୍ଦେହ ଆହୁରି ବଢି ଯାଇଥିଲା ଏବଂ କ୍ରୋଧରେ ଆସି ସେ ନିଜର ପତ୍ନୀଙ୍କ ହତ୍ୟା କରିଥିଲେ ।

पुलिस की गिरफ्त में आरोपी

ସୂଚନା ଅନୁଯାୟୀ ସଙ୍ଗମ ବିହାରରେ ବାସ କରୁଥିବା ସିମାଙ୍କର ଵିଭାଘର ୟୁପିର ହରଦୋଇରେ ବାସ କରୁଥିବା ଆଶୁଙ୍କ ସହ କରାଯାଇଥିଲା । ସେମାନେ ନିଜର ତିନି ଝିଅଙ୍କୁ ନେଇ କିରାଡ଼ି ପ୍ରେମନଗରରେ ବାସ କରୁଥିଲେ । ଆଶୁ ମାୟାପୁରୀରେ ଜଣେ ହାର୍ଡୱୟାର ଇଂଜିନିୟର ଭାବେ କାମ କରନ୍ତି । ଗତ କିଛିଦିନ ହେବ ଆସୁ ସିମାଙ୍କର ଚରିତ୍ରକୁ ନେଇ ସନ୍ଦେହ କରୁଥିଲେ । ସିମାଙ୍କର ଫୋନ ସବୁବେଳେ ବ୍ୟସ୍ତ ରହୁଥିବା ଯୋଗୁ ତାଙ୍କର ସନ୍ଦେହ ଅଧିକ ମାତ୍ରାରେ ବଢି ଯାଇଥିଲା । ଏହି କଥାକୁ ନେଇ ପତି ପତ୍ନୀଙ୍କର ଅନେକ ସମୟରେ ଝଗଡା ମଧ୍ୟ ହେଉଥିଲା । ଗତ ଶନିବାର ଦିନ ରାତିରେ ମଧ୍ୟ ଦୁହିଁଙ୍କ ମଧ୍ୟରେ ଭୀଷଣ ଝଗଡା ହୋଇଥିଲା ତାପରେ ଉତ୍ତେଜିତ ହୋଇ ଆସୁ ସିମାଙ୍କର ତଂଟି ଚିପି ତାଙ୍କୁ ହତ୍ୟା କରିଦେଇଥିଲେ । ହତ୍ୟା କରିସାରିବା ପରେ ତାଙ୍କର ଶବକୁ ଟୁକୁଡା ଟୁକୁଡା କରି କାଟି ଘର ପଛପାଖେ ଥିବା ସେଫଟିକ ଟ୍ୟାଂକରେ ପକେଇ ଦେଇଥିଲେ ।

मृतक का फाइल फोटो

ସିମାଙ୍କ ଭାଇ ସନ୍ତୋଷଙ୍କ କହିବା ଅନୁଯାୟୀ ରାତି ପ୍ରାୟ ସାଢେ ଦଶଟା ସମୟରେ ଆସୁ ତାଙ୍କ ଶ୍ବଶୁର ଘରକୁ ଫୋନ କରି ସୀମାର ହତ୍ୟା କରାଯାଇଛି କହି ଫୋନ ବନ୍ଦ କରିଦେଇଥିଲେ । ଏହି କଥା ଶୁଣି ତାଙ୍କ ଶାଶୁ ଚମେଲୀ ଦେବୀ ଅବାକ ହୋଇଯାଇଥିଲେ ସତ କିନ୍ତୁ ଜ୍ୱାଇଁ ମଜାକ କରୁଛି ଭାବି ସେ ଘରର ଅନ୍ୟ ସଦସ୍ୟ ମାନଙ୍କୁ ଏହି ବିଷୟରେ କିଛି ଜଣାଇନଥିଲେ । ସକାଳୁ ସକାଳୁ ଝିଅର ପଡୋଶୀରେ ରହୁଥିବା ଜଣେ ବ୍ୟକ୍ତି ଫୋନ କରି ସବୁକଥା ଜଣାଇଥିଲେ ।

मौके पर पुलिस और लोग

ସୀମାର ପରିବାର ଲୋକେ ଯୌତୁକ ପାଇଁ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ । ପରିବାରଙ୍କ କହିବା ଅନୁଯାୟୀ ଯୌତୁକ ପାଇଁ ଆସୁ ତାଙ୍କ ଝିଅ ଉପରେ ଅତ୍ୟାଚାର କରୁଥିଲା । ତାଙ୍କୁ ସବୁବେଳେ ଘରୁ ଦାମୀ ଦାମୀ ଜିନିଷ ଆଣିବା ପାଇଁ ବାଧ୍ୟ କରୁଥିଲା । ମନାକରିବାରୁ ତାଙ୍କ ସହ ମାଡପିଟ ମଧ୍ୟ କରୁଥିଲା । ସେପଟେ ପଡୋଶୀଙ୍କ କହିବା ଅନୁଯାୟୀ ସେମାନେ ସୀମା ଘରକୁ ଯାଇଥିବାର ଦେଖିଥିଲେ କିନ୍ତୁ ହତ୍ୟା ସମୟରେ କୌଣସି ଶବ୍ଦ କିମ୍ବା ଚିତ୍କାର ଶୁଣି ନଥିଲେ ।

शव के टुकड़े निकालती पुलिस

ରବିବାର ଦିନ ସକାଳ ପ୍ରାୟ ୭ଟା ସମୟରେ ଅଭିଯୁକ୍ତ ଥାନାରେ ଆତ୍ମସମର୍ପଣ କରିବା ସହ ନିଜ ଦୋଷ ସ୍ୱୀକାର କରିଥିଲେ । ଏହାପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଅଭିଯୁକ୍ତ ପତ୍ନୀଙ୍କ ଚରିତ୍ର ଉପରେ ସନ୍ଦେହ କରୁଥିବା କାରଣରୁ ହତ୍ୟା କରିଥିବା ସ୍ୱୀକାର ମଧ୍ୟ କରିଥିଲେ । ପୋଲିସ ଘଟଣା ସ୍ଥଳରେ ପହଂଚି ହତ୍ୟାରେ ବ୍ୟବହାର କରିଥିବା ଛୁରୀ ଏବଂ ସେଫଟିକ ଟ୍ୟାଙ୍କରୁ ଶବର ଟୁକୁଡାକୁ ଜବତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.