ଦିଲ୍ଲୀରେ ଲୋମଟାଙ୍କୁରା ହତ୍ୟାକାଣ୍ଡ, ନାବାଳିକା ପ୍ରେମିକାକୁ ୪୦ ଥର ଛୁରୀ ଭୁସିବା ପରେ ପଥରରେ ଛେଚି ହତ୍ୟା କଲା ପ୍ରେମିକ

ନାବାଳିକା ପ୍ରେମିକାକୁ ୪୦ ଥର ଛୁରୀ ଭୁସିବା ପରେ ପଥରରେ ଛେଚିଲା ପ୍ରେମିକ । ବାଟରେ ଲୋକ ଯିବା ଆସିବା କରୁଥିବା ବେଳେ ମଧ୍ୟ କେହି ଅଟକାଇ ନଥିଲେ । ଯାହାର ସିସିଟିଭି ଫୁଟେଜ ଭାଇରଲ ହେଉଛି ।

ନାବାଳିକା ପ୍ରେମିକାକୁ ବିଚ୍‌ ରାସ୍ତାରେ ୪୦ ଥର ଛୁରୀ ଭୁସିବା ପରେ ପଥରରେ ଛେଚି ହତ୍ୟା କଲା ପ୍ରେମିକ । ଏଭଳି ଘଟଣା ଦିଲ୍ଲୀରେ ଘଟିଛି । ଯାହାର ଦୃଶ୍ୟ ସିସି ଟିଭିରେ କଏଦ ହୋଇଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା, ଏଠାରେ ଅନେକ ଲୋକ ଯିବା ଆସିବା କରୁଥିବା ବେଳେ ମଧ୍ୟ କେହି ଯୁବକକୁ ଅଟକାଇ ନଥିଲେ । ସେତିକିରେ ମନ ବୁଝିନଥିଲା ନୃଶଂସ ପ୍ରେମିକର । ପୁଣି ଥରେ ଫେରିଆସି ନାବାଳିକାକୁ ପଥରରେ ଛେଚି ଥିଲା ।

ସୂଚନା ମୁତାବକ, ଦିଲ୍ଲୀର ଶାହବାଦ ଡାୟରୀ ଅଞ୍ଚଳରେ ସାହିଲ ନାମକ ଏହି ବ୍ୟକ୍ତି ୧୬ ବର୍ଷୀୟା ସାକ୍ଷୀଙ୍କୁ ଛୁରୀ ଭୁସିବା ଓ ପରେ ପଥରରେ ଛେଚି ହତ୍ୟା କରିଛି । ଅଭିଯୁକ୍ତ ଜଣକ ସାକ୍ଷୀଙ୍କୁ ରାସ୍ତାରେ ଅଟକାଇ ତାଙ୍କ ଉପରେ ଅତର୍କିତ ଛୁରୀରେ ଆକ୍ରମଣ କରୁଥିବାର ସିସିଟିଭି ଫୁଟେଜ ଦେଖିବାକୁ ମିଳୁଛି ।

ତେବେ ନାବାଳିକା ଜଣକ ନିଜ ସାଙ୍ଗର ଜନ୍ମଦିନ ପାର୍ଟିରେ ଯୋଗ ଦେବାକୁ ଯାଇଥିଲା ବେଳେ ଏଭଳି ଘଟଣା ଘଟିଥିଲ। । ତେବେ ସେହି ରାସ୍ତା ଦେଇ ଯାଉଥିବା ଜଣେ ବ୍ୟକ୍ତି ଅଭିଯୁକ୍ତକୁ ରୋକିବାକୁ ଚେଷ୍ଟାକରିଥିଲେ କିନ୍ତୁ ସେ ଶୁଣିନଥିଲେ । ଫଳରେ ଏଠାରେ ଅନେକ ଲୋକ ଯିବା ଆସିବା କରୁଥିଲେ ସୁଦ୍ଧା କେହି ରୋକିନଥିଲେ ।

ଦିଲ୍ଲୀର ଉତ୍ତର ଜିଲ୍ଲା ଶାହବାଦ ଡାୟରୀ ପୋଲିସ ଥାନା ଅଞ୍ଚଳରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ପୋଲିସ କହିବା ମୁତାବକ, ସାହିଲ ଓ ସାକ୍ଷୀଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା । କିନ୍ତୁ ଗତ ରବିବାର କୌଣସି କାରଣ ନେଇ ଏମାନଙ୍କ ମଧ୍ୟରେ ଝଗଡା ହୋଇଯାଇଥିଲା । ଏହାରି ମଧ୍ୟରେ ସାକ୍ଷୀ ନିଜ ସାଙ୍ଗର ଜନ୍ମଦିନରେ ସାମିଲ ହେବାକୁ ଯାଉଥିବା ବେଳେ ସାହିଲ ତାକୁ ଗଳିରେ ଅଟକାଇ ତା ଉପରେ ଛୁରୀରେ ଆକ୍ରମଣ କରିବା ସହ ପଥରରେ ଛେଚି ହତ୍ୟା କରିଥିଲା । ଆକ୍ରମଣ କରିବା ପରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା ସାହିଲ । ଏହି ମାମଲାରେ ନାବାଳିକାଙ୍କ ବାପା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏବେ ସାହିଲକୁ ଖୋଜିବା ସହିତ ତଦନ୍ତ କରୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.