ନୃଶଂସ ସ୍ୱାମୀ ! ବିଚ୍‌ ରାସ୍ତାରେ ପତ୍ନୀକୁ ୭ ଥର ଛୁରୀ ଭୁସି କଲା ହତ୍ୟା, ସିସିଟିଭି ଫୁଟେଜରେ ହେଲା କଏଦ

ତାମିଲନାଡୁର ଭେଲୋରରୁ ପୁଣି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି। ବିଚ୍‌ ରାସ୍ତାରେ ଜଣେ ଯୁବକ ନିଜ ପତ୍ନୀଙ୍କୁ ଛୁରୀ ମାରିଥିଲେ । ଆଖପାଖରେ ଅନେକ ଲୋକ ରହିଥିଲେ କିନ୍ତୁ କେହି ବି ସାହାଯ୍ୟ କରିନଥିଲେ । ସମସ୍ତେ ଏପରି କାଣ୍ଡ ଦେଖୁଥିଲେ । ଯାହାର ଭିଡିଓ ସିସିଟିଭରେ କଏଦ ହୋଛି। ଘଟଣା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।

ସୂଚନା ମୁତାବକ, ପୀଡିତା ଜଣକ ହେଉଛନ୍ତି ପୁନୀତା । ପୁନୀତା ଏକ ଜୋତା କମ୍ପାନୀରେ କାମ କରନ୍ତି। ସୋମବାର ସନ୍ଧ୍ୟାରେ କାମ କରିବା ପରେ ଘରକୁ ଫେରୁଥିବା ବେଳେ ମଝି ରାସ୍ତାରେ ତାଙ୍କ ସ୍ୱାମୀ ଜୟଶଙ୍କର ତାଙ୍କୁ ରୋକିଥିଲେ । କୌଣସି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ କୌଣସି କଥାକୁ ଝଗଡା ହୋଇଥିଲା । ମହିଳା ଜଣକ ବାରମ୍ବାର ଯିବାକୁ ଚେଷ୍ଟା କରୁଥିବା ବେଳେ ଜୟଶଙ୍କର ତାଙ୍କୁ ବାରମ୍ବାର ରୋକିଥିଲେ ।

ମହିଳା ଜଣକ ନ ଯିବାରୁ ବ୍ୟକ୍ତି ଜଣକ ନିଜ ପକେଟରୁ ଛୁରୀ କାଢି ପୁନୀତାକୁ ୭ ଥର ଛୁରୀ ଭୁସିଥିଲେ । ସଡ଼କରେ ଯାଉଥିବା ଲୋକେ ସବୁ ଦେଖୁଥିଲେ କିନ୍ତୁ କେହି ବି ରୋକୁନଥିଲେ । ମହିଳା ଜଣକ ଛୁରାମାଡରୁ ବଞ୍ଚିବା ପାଇଁ ଚେଷ୍ଟା କରୁଥିଲେ ହେଲେ ସବୁକିଛି ବିଳମ୍ବ ହୋଇଯାଇଥିଲା। ପତ୍ନୀଙ୍କୁ ହତ୍ୟା କରିବା ପରେ ଜୟଶଙ୍କର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା ।

ଘଟଣା ପରେ ଗୁରୁତର ଭାବେ ପୁନୀତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହା ପରେ ସିସିଟିଭ ଫୁଟେଜ ସହାୟତାରେ ପୋଲିସ ଅଭିଯୁକ୍ତକୁ ଚିହ୍ନି ଗିରଫ କରିଛି । ଏହି ଘଟଣାରେ ପୋଲିସ ଅଭିଯୁକ୍ତକୁ ପଚରାଉଚରା କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.