ଠିକ ଭାବରେ ଶାଢ଼ୀ ପିନ୍ଧି ପାରୁନଥିଲେ ସ୍ତ୍ରୀ, ଆତ୍ମହତ୍ୟା କଲେ ସ୍ୱାମୀ: ସୁଇସାଇଡ ନୋଟରେ ଲେଖିଲେ ଏମିତି କିଛି

ନୂଆଦିଲ୍ଲୀ : ମହାରାଷ୍ଟ୍ରର ଔରଙ୍ଗାବାଦ ସହରରୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଓ ଚକିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୨୪ ବର୍ଷୀୟ ବ୍ୟକ୍ତି ସାମାନ୍ୟ ଘଟଣା ପାଇଁ ଆତ୍ମହତ୍ୟା କରିଛନ୍ତି। ମଙ୍ଗଳବାର ଦିନ ପୋଲିସ ଏହି ସୂଚନା ଦେଇଛି। ପୋଲିସ ଏହା ମଧ୍ୟ କହିଛି ଯେ ଉକ୍ତ ବ୍ୟକ୍ତି ଜଣକ ତାଙ୍କ ପତ୍ନୀଙ୍କ ଉପରେ ଅସନ୍ତୁଷ୍ଟ ବୋଲି ଦାବି କରି ଆତ୍ମହତ୍ୟା କରିଛନ୍ତି।

ପୋଲିସର କହିବା ଅନୁସାରେ ମୁକୁନ୍ଦନଗରରେ ରହୁଥିବା ଯୁବକ ନିଜ ଘରେ ବେକରେ କପଡ଼ା ଲଗାଇ ଆତ୍ମହତ୍ୟା କରିଛନ୍ତି। ସୋମବାର ରାତିରେ ଏହା ଘଟିଥିବା ବେଳେ ମଙ୍ଗଳବାର ସକାଳୁ ପୂରା ଘଟଣା ସାମ୍ନାକୁ ଆସିଛି। ଆତ୍ମହତ୍ୟା ସମ୍ପର୍କରେ ଖବର ପାଇ ମୁକୁନ୍ଦୱାଡି ପୁଲିସ୍‌ ଷ୍ଟେସନର ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ।

ମୁକୁନ୍ଦୱାଡି ଥାନାର ଦାୟିତ୍ୱରେ ଥିବା ବ୍ରହ୍ମା ଗିରି କହିଛନ୍ତି ଯେ ଉକ୍ତ ବ୍ୟକ୍ତିଙ୍କ କୋଠରୀରୁ ଏକ ଆତ୍ମହତ୍ୟା ନୋଟ ଉଦ୍ଧାର କରାଯାଇଛି ଯେଉଁଥିରେ ସେ କହିଛନ୍ତି ଯେ ତାଙ୍କ ପତ୍ନୀ ଠିକ ଭାବେ ଶାଢୀ ପିନ୍ଧି ପାରୁ ନଥିଲେ । ଏପରିକି ମାର୍ଜିତ ଢଙ୍ଗରେ କଥାବାର୍ତ୍ତା କରୁ ନଥିଲେ କିମ୍ବା ଠିକ୍‌ ଭାବେ ଚାଲି ପାରୁ ନଥିଲେ। ଏହା ତାଙ୍କୁ ବହୁତ କଷ୍ଟ ଦେଉଥିବା କଥା ସେ ଉଲ୍ଲେଖ କରିଛନ୍ତି। ୬ ମାସ ପୂର୍ବରୁ ଏହି ଯୁବକ ଜଣକ ତାଙ୍କ ଠାରୁ ୬ ବର୍ଷ ବଡ ଥିବା ମହିଳାଙ୍କୁ ବିବାହ କରିଥିଲେ । ତେବେ ତାଙ୍କ ରୁମରେ ହିଁ ମୃତଦେହ ଜବତ ହୋଇଛି ।

ଏଭଳି ଏକ ଅଜବ କାରଣ ଦର୍ଶାଇ ପ୍ରାଣ ହାରିଛନ୍ତି ଏହି ବ୍ୟକ୍ତିଜଣକ । ଏହାପରେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୁଇସାଇଡ ନୋଟ ଆଧାରରେ ତଦନ୍ତ ଆଗକୁ ବଢାଇଛି ପୋଲିସ । ତେବେ ଖୁବ ଶୀଘ୍ର ଏହାର ପ୍ରକୃତ ରହସ୍ୟ ଉପରୁ ପରଦା ଉଠାଇବ ବୋଲି ପୋଲିସ ସୂଚନା ଦେଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.