ନିଜ କାର ପଛପଟେ କୁକୁରକୁ ବାନ୍ଧି ଏପରି ଘେଷାଡି ଘୋଷାଡି ନେଲେ ବ୍ୟକ୍ତି, ଯାହାର ଭିଡିଓ ଦେଖିଲେ ଥରି ଉଠିବ ଛାତି

ଉଦୟପୁର: ଅମାନବିକତାର ସବୁ ସୀମା ଟପିବାରେ ଲାଗିଛି ମଣିଷ । ରାକ୍ଷସ ଭଳି ଦିନରୁ ଦିନ ଘଟାଉଛି ନୃସଂଶ କାଣ୍ଡ । ଯାହାର ନଗ୍ନ ଉଦାହରଣ ଏବେ ଆପଣଙ୍କ ସାମ୍ନା । ଉଦୟପୁରରୁ ଏହି ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ବ୍ୟକ୍ତି ଗୋଟେ କୁକୁରକୁ ନିଜ କାର୍ ପଛରେ ବାନ୍ଧି କେଲୱା ଅଞ୍ଚଳରେ କିଛି କିଲୋମିଟର ଯାଏଁ ଘୋଷାଡି ଘୋଷାଡି ବୁଲାଇଛି । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ପୋଲିସ୍ କହିଛି କି, ଏହି ଭିଡିଓଟି ଗତ ୫ଦିନ ତଳର ହୋଇଥିବାବେଳେ ସୋଭାଗପୁର ଅଞ୍ଚଳରେ ଏହାକୁ ସୁଟିଙ୍ଗ୍ କରାଯାଇଛି । ଗତ ସପ୍ତାହରେ କୁକୁରଟିର ଶବ ଉକ୍ତ ଅଞ୍ଚଳରୁ ମିଳିଥିଲା । ଘଟଣା ଘଟାଇଥିବା ଅଭିଯୁକ୍ତ ବାବୁ ଖାନର କହିବା ଅନୁସାରେ ତା ଗ୍ୟାରେଜ୍ ବାହାରେ ଏକ ବୁଲା କୁକୁର ମରି ପଡିଥିଲା । ଯେଉଁଥିରୁ ବହୁତ ଗନ୍ଧ ଆସୁଥିଲା । ଫଳରେ ସେ ଶବଟିକୁ ଫୋପାଡିବା ପାଇଁ ଗାଡି ପଛ ପାଖରେ ବାନ୍ଧି ନେଉଥିଲା ।

ଦେଖନ୍ତୁ ଭିଡିଓ:

ଏହି ଘଟଣା ସତେବେଳେ ପଦାକୁ ଆସିଥିଲା ଯେତେବେଳେ ଉକ୍ତ କାର ପଛପାଖରେ ଜଣେ ବ୍ୟକ୍ତି ଏହି ଘଟଣାର ଭିଡିଓ କରି ସୋସିଆଲ ମିଡିଆରେ ଛାଡିଥିଲେ। ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ କୁକୁରଟି ସେହି ସମୟରେ ବଞ୍ଚିଥିଲା । ଅନ୍ୟପଟେ କୁକୁରଟିର ଶବକୁ ବ୍ୟବଚ୍ଛେଦ ରିପୋର୍ଟରେ ଜଣାପଡିଛି କି କୁକୁରଟିକୁ ଆଘାତ ଲାଗିବା କାରଣର ମୃତ୍ୟୁ ହୋଇଛି ।

ଏହାସହ ପଢନ୍ତୁ:

ବିଚ୍ ରାସ୍ତାରେ ଶକ୍ତି ପ୍ରଦର୍ଶନ କଲା ଷଣ୍ଢ, ଦେଖନ୍ତୁ ଏହି ଭିଡିଓ

ଏହି ଘଟଣାରେ ପୋଲିସ୍ ଅଭିଯୁକ୍ତ ବାବୁଖାନକୁ ଗିରଫ କରିଥିବାବେଳେ ସେ ବର୍ତ୍ତମାନ ଜାମିନ୍ ରେ ବାହାକୁ ବାହାରିଛି ।ପୋଲିସ୍ ଏଯାଏଁ କୌଣସି ଚାର୍ଜସିଟ୍ ଦେଇନଥିବାବେଳେ ଯାଞ୍ଚ ପ୍ରକ୍ରିୟା ଶେଷ ହେବା ଯାଏଁ ଅପେକ୍ଷା କରାଯାଇଛି । ଖାନ୍ ବିରୋଧରେ ଆଇପିସି ଧାରା ୪୨୯ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି । ସାଧାରଣରେ ଏହି ଘଟଣାକୁ ଖୁବ୍ ନନ୍ଦା କରାଯାଇଛି ।