ସ୍ତ୍ରୀଠୁ ଲୁଚି ପ୍ରେମିକା ସହିତ କୋର୍ଟ ବିବାହ କରିବାକୁ ଯାଉଥିଲା ସ୍ୱାମୀ, ଧରା ପଡ଼ିଯିବାରୁ ରାସ୍ତାରେ ହାଇଭୋଲ୍‌ଟେଜ ଡ୍ରାମା; ଜାଣନ୍ତୁ ପୂରା ଘଟଣା

ବିହାରର କଟିହାରରୁ ଏକ ତ୍ରିକୋଣୀୟ ପ୍ରେମ ସମ୍ପର୍କ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବିବାହିତ ବ୍ୟକ୍ତି ନିଜ ପ୍ରେମିକାକୁ ଧରି କୋର୍ଟ ମ୍ୟାରେଜ୍‌ କରିବାକୁ ଯାଉଥିଲେ। ହେଲେ ଏହି ସମୟରେ ତାଙ୍କ ସ୍ତ୍ରୀ ଏବଂ ଶ୍ୱଶୁର ଘର ଲୋକେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ କାବୁ କରି ନେଇଥିଲେ। ଆଉ ଏହାପରେ ସେମାନେ ଜ୍ୱାଇଁଙ୍କୁ ଏକ ଖୁଣ୍ଟରେ ବାନ୍ଧି ନିର୍ଦ୍ଧୁମ୍‌ ପିଟିଥିଲେ। ବିଚ୍‌ ରାସ୍ତାରେ ଦେଖିବାକୁ ମିଳିଥିଲା ହାଇଭୋଲ୍‌ଟେଜ ଡ୍ରାମା। ଏହି ମାମଲାରେ ଶ୍ୱଶୁର ଘର ଲୋକଙ୍କ କହିବା ହେଲା, ଯେ ପର୍ଯ୍ୟନ୍ତ ତାଙ୍କ ଜ୍ୱାଇଁ ନ ସୁଧୁରିଛି, ସେ ପର୍ଯ୍ୟନ୍ତ ତାଙ୍କୁ ମାଡ଼ ମରା ଚାଲିଥିବ। ଏହି ଘଟଣା ଘଟିଛି କଟିହାରର ଆଜମନଗର ଥାନା ଅଧୀନ ମଲ୍ଲିକପୁର ଗାଁରେ।

ସୂଚନା ମୁତାବକ, ଆବିଦ୍ ଖାନଙ୍କ ବିବାହ ସନା ଖାତୁନଙ୍କ ସହିତ ହୋଇଥିଲା। ବିବାହ ପରେ ସବୁକିଛି ଠିକଠାକ୍‌ ଚାଲିଥିଲା। କିଛି ମାସ ପରେ ଆବିଦ୍ କାମ କରିବାକୁ ମୁମ୍ବାଇ ଚାଲି ଯାଇଥିଲେ। ସେଠାରୁ ଆବିଦ୍ ପ୍ରତି ମାସରେ ନିଜ ସ୍ତ୍ରୀଙ୍କ ପାଖକୁ ଟଙ୍କା ମଧ୍ୟ ପଠାଇବା ଆରମ୍ଭ କରିଥିଲେ, କିନ୍ତୁ ୨୦୨୦ ପରଠାରୁ ହଠାତ୍ ସେ ଟଙ୍କା ଦେବା ବନ୍ଦ କରି ଦେଇଥିଲେ।

ସନା ଖାତୁନଙ୍କ କହିବା ହେଲା କି, ମୁମ୍ବାଇରେ ଆବିଦଙ୍କର ଅନ୍ୟ ଜଣେ ଯୁବତୀଙ୍କ ସହିତ ସମ୍ପର୍କ ଗଢ଼ି ଉଠିଥିଲା। ଯୁବତୀ ଜଣକ କଟିହାରର ପଡୋଶୀ ଗାଁ ତେଲତା ମାଧୋପୁରର ହିଁ ବାସିନ୍ଦା। ସେ ପ୍ରାୟତଃ ମୁମ୍ବାଇ ଯିବାଆସିବା କରୁଥିଲେ। ଆବିଦ୍ ଯୁବତୀଙ୍କୁ ନିଜ ପ୍ରେମ ଜାଲରେ ଫସାଇ ନେଇଥିଲେ ଏବଂ କୋର୍ଟ ମ୍ୟାରେଜ ପାଇଁ ରାଜି କରାଇ ଦେଇଥିଲେ। ଶନିବାର ଆବିଦ୍ ନିଜ ପ୍ରେମିକା ସହ କୋର୍ଟ ମ୍ୟାରେଜ କରିବା ପାଇଁ ଯାଉଥିବା ବେଳେ ଏହି ଖବର ତାଙ୍କ ଶ୍ୱଶୁର ଘର ଲୋକଙ୍କ ପାଖରେ ପହଞ୍ଚି ଯାଇଥିଲା। ସେମାନେ କୋର୍ଟ ମ୍ୟାରେଜ ପୂର୍ବରୁ ହିଁ ଦୁହିଁଙ୍କୁ ଧରି ନେଇଥିଲେ।

ସନା କହିଛନ୍ତି, ଆବିଦ୍‌ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବାକୁ ଯାଉଥିବା ନେଇ ମୁଁ ମୋ ପରିବାର ସଦସ୍ୟଙ୍କୁ ଜଣାଇଥିଲି। ଖବର ପାଇବା ପରେ ଘର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ସେମାନେ ଆବିଦଙ୍କୁ ଧରି ଏକ ଖୁଣ୍ଟରେ ବାନ୍ଧି ଖୁବ୍‌ ପିଟିଥିଲେ। ଆବିଦଙ୍କ ଶ୍ୱଶୁର ଘର ଲୋକେ କହିଛନ୍ତି ଯେ ଆବିଦ ଓ ସନାଙ୍କ ଇଚ୍ଛା ଅନୁସାରେ ହିଁ ବିବାହ ହୋଇଥିଲା। ଏବେ ସେ ନିଜ ସ୍ତ୍ରୀକୁ ଛାଡି ଅନ୍ୟ ଜଣେ ଯୁବତୀଙ୍କ ସହିତ ରହିବାକୁ ଚାହୁଁଛନ୍ତି। ଆବିଦ ନିଜ ସ୍ତ୍ରୀ ପ୍ରତି ବିଶ୍ୱାସଘାତକତା କରିଛନ୍ତି। ଏଥିପାଇଁ ତାଙ୍କୁ ଏକ ଶିକ୍ଷା ଦେବା ପାଇଁ ଖୁଣ୍ଟରେ ବାନ୍ଧି ଖୁବ୍‌ ପିଟାଯାଇଛି।

Leave A Reply

Your email address will not be published.