ଆରେ ବାଃ, କି ଭାଗ୍ୟ ! ଲିଭ୍‌ଇନ୍‌ ପରେ ତିନି ପ୍ରେମିକାଙ୍କୁ ଏକାଥରେ ବାହା ହେଲେ ଯୁବକ, ବାହାଘରରେ ନାଚିଲେ ପିଲାମାନେ

ଆରେ ଓ୍ଵାଃ, କି ଭାଗ୍ୟ ! ୧୫ ବର୍ଷ ପର୍ଯ୍ୟନ୍ତ ୩ ପ୍ରେମିକାଙ୍କ ସହିତ ଲିଭ ଇନ ରିଲେସନରେ ରହିଥିଲେ ଯୁବକ। ଏବେ ଏକାସାଙ୍ଗରେ ୩ ଜଣଙ୍କୁ ବିବାହ କରିଛନ୍ତି। ଏମିତି ଆଶ୍ଚର୍ଯ୍ୟଜନକ ଘଟଣା ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି। ମଧ୍ୟପ୍ରଦେଶର ଆଦିବାସୀ ଅଞ୍ଚଳ ଅଲିରାଜପୁର ଜିଲ୍ଲାରେ ଜଣେ ବର ଆଦିବାସୀ ରୀତିନୀତି ଅନୁସାରେ ନିଜର ୩ ଜଣ ପ୍ରେମିକାଙ୍କୁ ବିବାହ କରିଛନ୍ତି। ବିବାହ ପୂର୍ବରୁ ବ୍ୟକ୍ତିଙ୍କର ତାଙ୍କ ୩ ପ୍ରେମିକାଙ୍କ ସହ ୬ ଜଣ ସନ୍ତାନ ମଧ୍ୟ ରହିଛନ୍ତି। ସେହି ସନ୍ତାନମାନଙ୍କ ପାଇଁ ସେ ଏହି ବିବାହ କରିଥିବା ଜାଣିବାକୁ ମିଳିଛି।

ତେବେ, ଏହି ବ୍ୟକ୍ତି ଜଣକ ନାମ ହେଉଛି ସମରଥ ମୋର୍ଚା। ସମରଥ ପୂର୍ବରୁ ଏହି ଅଞ୍ଚଳରେ ସରପଞ୍ଚ ହୋଇଥିଲେ। ସମରଥ ଓ ତାଙ୍କର ପିଲାମାନେ ଏହି ବିବାହରେ ଖୁବ୍ ଆନନ୍ଦିତ ଅଛନ୍ତି। ସମରଥଙ୍କ ପିଲାମାନେ ଏହି ବିବାହରେ ଜବରଦସ୍ତ ଡ୍ୟାନ୍ସ ମଧ୍ୟ କରିଥିଲେ। ସବୁଠାରୁ ମଜା କଥା ହେଲା, ବାହାଘର କାର୍ଡରେ ସମରଥଙ୍କ ସହ ତାଙ୍କ ୩ ପ୍ରେମିକାଙ୍କ ନାମ ଲେଖାଯାଇଥିଲା। ସମରଥଙ୍କ କହିବା ଅନୁଯାୟୀ, ଗତ ୧୫ ବର୍ଷ ପୂର୍ବେ ସେ ଖୁବ୍ ଗରିବ ଥିଲେ। ସେହି କାରଣରୁ ବିବାହ କରିପାରିନଥିଲେ।

unique marriage

ରିପୋର୍ଟ ମୁତାବକ, ଗତ ୧୫ ବର୍ଷ ତଳୁ ସମରଥଙ୍କୁ ୩ ଜଣ ଯୁବତୀଙ୍କ ସହ ପ୍ରେମ ହୋଇଥିଲା। ସେ ଥରକୁ ଥର ଫେରାର କରି ୩ ଜଣଙ୍କୁ ଘରକୁ ନେଇଆସିଲେ ଓ ୩ ଜଣଙ୍କୁ ପତ୍ନୀ ପରି ରଖିଲେ। ସେମାନଙ୍କ ସହ ସମରଥଙ୍କର ୬ ପିଲା ମଧ୍ୟ ରହିଛନ୍ତି। ଏବେ ସେ ରୀତିନୀତିର ସହ ଉକ୍ତ ୩ ଜଣଙ୍କୁ ବିବାହ କରିଛନ୍ତି।

ସୂଚନାଯୋଗ୍ୟ, ଭାରତୀୟ ସମ୍ବିଧାନ ଅନୁଚ୍ଛେଦ ୩୪୨ ଆଦିବାସୀ ରୀତିନୀତି ଏବଂ ବିଶିଷ୍ଟ ସାମାଜିକ ପରମ୍ପରାକୁ ସଂରକ୍ଷଣ ଦେଇଥାଏ। ଏହି ଧାରା ଅନୁଯାୟୀ ସମରଥ ଏକାସାଙ୍ଗରେ ୩ ଜଣ ପ୍ରେମିକାଙ୍କୁ ବିବାହ କରିଛନ୍ତି।

 

Also Read : ପ୍ରେମିକାର ସଉକକୁ ପୂରଣ କରିବା ପାଇଁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାମରେ ଠକେଇ କରିଛି ପ୍ରେମିକ, ଦେଇଛି କୋଟି କୋଟି ଟଙ୍କାର ଉପହାର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.