ନେପାଳରେ ଫସିଲେ ଭାରତୀୟ ମାନସରୋବର ତୀର୍ଥଯାତ୍ରୀ : ଉଦ୍ଧାର କାର୍ୟ୍ୟ ଜାରି

mansaroavarନେପାଳ : ଫସିଛନ୍ତି ୧୫୦୦ ଭାରତୀୟ ମାନସରୋବର ଯାତ୍ରୀ । ଖରାପ ପାଣିପାଗ ଯୋଗୁଁ ତିବ୍ଦତର ନେପାଲଗଞ୍ଜ ଏବଂ ସିମିକୋଟରେ ଅଂଚଳରେ ଏହି ଭାରତୀୟ ତିର୍ଥଯାତ୍ରୀ ଫସିଥିବାର ସୂଚନା ମିଳିଛି । ତେବେ ଯାତ୍ରୀମାନଙ୍କ ସେଠାରୁ ଉଦ୍ଧାର କାର୍ଯ୍ଯ ଜାରି ରହିଛି । ଏହା ସହ ଚିକିତ୍ସା ସହ ଖାଇବା ସୁବିଧା ମଧ୍ୟ କରାଯାଇଛି ।  ଏନେଇ ସୂଚନା ଦେଇଛି କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସ । ମିଳିଥିବା ତାଜା ସୂଚନା ଅନୁଯାୟୀ, ସିମିକୋଟରେ ୫୨୫, ହିଲସାରେ ୫୫୦ ଏବଂ ତିବ୍ଦତରେ ୫୦୦ ତୀର୍ଥଯାତ୍ରୀ ଫସି ରହିଛନ୍ତି ।

ଭାରତୀୟ ବୈଦେଶିକ ମନ୍ତ୍ରାଳୟ କହିଛି କି, ଦୂତାବାସଦ୍ୱାରା ନିଜର ପ୍ରତିନିଧୀଙ୍କୁ ନେପାଲଗଞ୍ଜ ଏବଂ ସେମିକୋଟ ପଠାଯାଇଛି । ସେମାନେ ଫସି ରହିଥିବା ତୀର୍ଥଯାତ୍ରୀଙ୍କ ସହ ସମ୍ପର୍କରେ ଅଛନ୍ତି । ଯଥାସମ୍ଭବ ଯାତ୍ରୀଙ୍କର ସହାୟତା କରାଯାଉଛି ବୋଲି କହିଛି ବିଭାଗ । ସେମିକୋଟକୁ ଏକ ମେଡିକାଲ୍ ଟିମ୍ ମଧ୍ୟ ପଠାଯାଇଛି । ଏହା ବ୍ୟତୀତ ବରିଷ୍ଠ ତୀର୍ଥଯାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥାର ସ୍ଥିତିକୁ ପରଖାଯାଉଛି । ନେପାଳଗଞ୍ଜ ଏବଂ ସିମଲକୋଟରେ ଫସି ରହିଥିବା ତୀର୍ଥଯାତ୍ରୀଙ୍କ ପାଇଁ ଫ୍ଲାଇଟ୍ ଅପରେସନ୍ ସେବା ଆରମ୍ଭ କରାଯାଇଛି ।  ବିକଳ୍ପ ରାସ୍ତାରେ ଯାତ୍ରୀଙ୍କୁ ଉଦ୍ଧାର କରାଯିବ ବୋଲି ମନ୍ତ୍ରାଳୟ କହିଛି । ଅନୁକୂଳ ପାଣିପାଗ ହେଲେ ସଙ୍ଗେ ସଙ୍ଗେ ସେମାନଙ୍କୁ ଉଦ୍ଧାର କରାଯିବ । ଅନ୍ୟ ଏକ ରୁଟ୍ ଦେଇ ସମସ୍ତ ତୀର୍ଥ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବ । ଅସୁସ୍ଥ ହୋଇ ପଡିଥିବା ଯାତ୍ରୀଙ୍କୁ ଅତି ଶୀଘ୍ର ମେଡିକାଲ ପଠାଯିବାନେଇ ବ୍ୟବସ୍ଥା କରାଯାଉଥିବା ମନ୍ତ୍ରାଳୟ କହିଛି ।

ଫସି ରହିଥିବା ତୀର୍ଥଯାତ୍ରୀ ଏବଂ ତାଙ୍କ ପରିବାର ପାଇଁ ହେଲ୍ପଲାଇନ୍ ଜାରି କରାଯାଇଥିବା ଟୁଇଟ୍ କରି କହିଛନ୍ତି ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ।  ଏବଂ ଏହା ଜରିଆରେ ତାମିଲ୍, ତେଲୁଗୁ, କନ୍ନଡ ଏବଂ ମଲାୟାଲମ୍ ଭାଷାରେ ସୂଚନା ପ୍ରଦାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.