ଯୁବକ ବନାଇଲେ ଏପରି ଗଣେଶ ଯାହା ପାଣିରେ ପକାଇଲେ ହୋଇଯିବ ଗଛ

ସାରା ଦେଶରେ ସେପ୍ଟେମ୍ବର ଦୁଇ ତାରିଖରେ ଗଣେଶ ଚତୁର୍ଥୀ ପାଳନ କରାଯିବ । ଗଣେଶ ଚତୁର୍ଥୀରେ ଲୋକମାନେ ନିଜ ଘରେ ମୂର୍ତ୍ତି ସ୍ଥାପନ କରିଥାନ୍ତି । ଗଣେଷଙ୍କର ଜନ୍ମୋତ୍ସବକୁ ଗଣେଶ ଚତୁର୍ଥୀ ରୂପେ ପାଳନ କରାଯାଇଥାଏ ଏବଂ ଏହି ଉତ୍ସବ ୧୦ ଦିନ ପର୍ଯ୍ୟନ୍ତ ପାଳନ କରାଯାଇଥାଏ । ସାଧାରଣତଃ ଏହିପର୍ବ ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶରେ ବହୁତ ଧୁମଧାମରେ ପାଳନ କରାଯାଇଥାଏ । ଏହି ଅବସରରେ ଅଧିକ ଲୋକ ଘରକୁ ମୂର୍ତ୍ତି ଆଣିଥାନ୍ତି ଏବଂ ଏହି ମୂର୍ତ୍ତି ଗୁଡିକୁ ଦଶ ଦିନ ପର୍ଯ୍ୟନ୍ତ ଘରେ ବହୁତ ଯତ୍ନର ସହିତ ପୂଜା କରାଯାଇଥାଏ । ଶେଷରେ ଅନନ୍ତ ଚତୁର୍ଦ୍ଦଶୀ ଦିନ ଏହାକୁ ଵିସର୍ଜିତ କରାଯାଇଥାଏ ।
ଗଣେଶଙ୍କ ମୂର୍ତ୍ତିକୁ ଵିସର୍ଜିତ କରିବାକୁ ନେଇ ସୋସିଆଲ ମିଡ଼ିଆରେ ୟୁଜର୍ସ ମାନେ ଇକୋଫ୍ରେଣ୍ଡଲି ଗଣେଶ ମୂର୍ତ୍ତି ଘରକୁ ଆଣିବା ପାଇଁ ଅନୁରୋଧ କରୁଛନ୍ତି । ଏପରି ସ୍ଥଳେ ମାଙ୍ଗାଲୁରର ବାସିନ୍ଦା ନିତିନ ବଜ କାଗଜ ଏବଂ ମଞ୍ଜିର ବ୍ୟବହାର କରି ଏକ ଏପରି ଗଣେଶ ମୂର୍ତ୍ତି ପ୍ରସ୍ତୁତ କରିଛନ୍ତି ଯାହାକୁ ଵିସର୍ଜିତ କରିବା ପରେ ଏହା ଏକ ଗଛରେ ପରିଣତ ହେବ ।
Mangaluru-based Nithin Vaj has made Lord Ganesha idol from eco-friendly paper-pulp&seeds; says, “We’ve not used toxic paints or any other toxic materials. This idol is embedded with vegetable seeds & fruit seeds. It’ll grow into a plant after it is dissolved in water”. #Karnataka pic.twitter.com/lsVJJb0ll4
— ANI (@ANI) August 28, 2019
ଏହାସହ ପଢନ୍ତୁ ଫିଲ୍ମ ନେଲା ଫ୍ୟାନଙ୍କ ଜୀବନ, ପ୍ରଭାସଙ୍କ ସାହୋ ପୋଷ୍ଟର ସହ ଲାଗି ମୃତ୍ୟୁବରଣ କଲେ ଯୁବକ
ସୂଚନା ଅନୁଯାୟୀ ଏହି ମୂର୍ତ୍ତିକୁ ଫଳ ଓ ପରିବାର ମଞ୍ଜି ଦ୍ୱାରା ପ୍ରସ୍ତୁତ କରାଯାଇଛି ଏବଂ ଏହା ପାଣିରେ ଅତି ସହଜରେ ମିଳାଇଯିବ । ନିତିନଙ୍କ କହିବା ଅନୁଯାୟୀ ପୁରୁଣା ବହି ଖାତା ଏବଂ ଖବରକାଗଜକୁ ମୋଡି ସେ ଏହି ମୂର୍ତ୍ତିଟି ପ୍ରସ୍ତୁତ କରିଛନ୍ତି । ସେ ଏଥିରେ କୌଣସି କେମିକାଲ କିମ୍ବା ନକଲି ରଙ୍ଗର ବ୍ୟବହାର କରିନାହାନ୍ତି ବରଂ ଫଳ ଏବଂ ପରିବାର ମଞ୍ଜି ଗୁଡିକୁ ସଂଗ୍ରହ କରି ସେ ଏହି ପ୍ରସ୍ତୁତ କରିଛନ୍ତି ଯାହା ପାଣିରେ ପଡିବ ପରେ ଗଛରେ ପରିଣତ ହେବ । ନିତୀନଙ୍କ ଏହି ମୂର୍ତ୍ତିକୁ ସୋସିଆଲ ମିଡିଆରେ ବହୁତ ତାରିଫ କରାଯାଇଛି ।
ଜଣେ ୟୁଜର୍ସ ଲେଖିଛନ୍ତି “ଏହା ପ୍ରକୃତରେ ଆଶ୍ଚର୍ଯ୍ୟଜନକ ଅଟେ, ଏହିଭଳି ଛୋଟ ଛୋଟ ପଦକ୍ଷେପ ଦ୍ୱାରା ଆମେ ନିଶ୍ଚିତ ଭାବେ ପ୍ରଦୂଷଣକୁ ରୋକିପାରିବା” ଏବଂ ଅନ୍ୟଜଣେ ଲେଖିଛନ୍ତି ” ଓଃ ମାଇଁ ଗଡ଼, ଆଶାକରୁଛି ଏହା ସଫଳ ହେଉ ” ।
ନିତିନ କହିଛନ୍ତି “ଏହିବର୍ଷ ମୁଁ ୩୦-୪୦ଟି ମୂର୍ତ୍ତି ପ୍ରସ୍ତୁତ କରିଛି କାରଣ ଚଳିତ ବର୍ଷ ମାଙ୍ଗାଲୁରରୁ ଏହାକୁ ନେଇ ଅଧିକ ଡିମାଣ୍ଡ ଆସିନାହିଁ । କିନ୍ତୁ ଆସନ୍ତା ବର୍ଷ ଏହାକୁ ବୃଦ୍ଧି କରିବି ବୋଲି ଆଶା ରଖିଛି” ।