ତ୍ରିପୁରା ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବେ ମାଣିକ ଶାହ

ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବଙ୍କ ଇସ୍ତଫା ପତ୍ର ଦାଖଲ ହେବା ପରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷିତ ହୋଇଛି । ତ୍ରିପୁରା ଭାଜପା ଅଧ୍ୟକ୍ଷ ତଥା ରାଜ୍ୟସଭା ସଂସଦ ମାଣିକ ଶାହଙ୍କୁ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଛି । କେନ୍ଦ୍ରମନ୍ତ୍ରୀ ତଥା ପର୍ଯ୍ୟବେକ୍ଷକ ଭୁପେନ୍ଦ୍ର ଯାଦବ ଏବାବଦରେ ଘୋଷଣା କରିଛନ୍ତି । ଶ୍ରୀ ଯାଦବ କହିଛନ୍ତିଯେ ମାଣିକ ସାହଙ୍କୁ ଅନେକ ଅନେକ ଶୁଭେଚ୍ଛା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନ ଓ ଶ୍ରୀ ଶାହଙ୍କ ନେତୃତ୍ୱରେ ତ୍ରିପୁରା ନିଶ୍ଚିତ ରୂପେ

ବିକାଶର ଗତି ପଥରେ ଯିବ । କହିରଖିବା ଉଚିତ ହେବକି ଆଜି ଅପରାହ୍ନ ସମୟରେ ବିପ୍ଳବ କୁମାର ଦେବ ନିଜ ପଦରୁ ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ରାଜ୍ୟପାଳ ଏସଏନ ଆର୍ଯ୍ୟଙ୍କ ନିକଟରେ ଇସ୍ତଫା ପତ୍ର ଦାଖଲ କରିଛନ୍ତି । ଶୁକ୍ରବାର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିବା ବେଳେ ଆଜି ତାଙ୍କ ଅଚାନକ ଇସ୍ତଫା ସମସ୍ତଙ୍କୁ ଚକିତ କରିଛି | ତ୍ରିପୁରାରେ କିଛି ଭାଜପା ବିଧାୟକ ବିପ୍ଳବଙ୍କ ଉପରେ ଅସନ୍ତୁଷ୍ଟ ଥିବାବେଳେ ଏନେଇ ଖବର ହାଇ କମାଣ୍ଡଙ୍କ ନିକଟରେ ପହଁଚିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.