୧୭ ମାସ ପରେ ଜେଲ୍ରୁ ମୁକୁଳିବେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଅବକାରୀ ଦୁର୍ନୀତି ମାମଲାରେ ସୁପ୍ରିମ୍କୋର୍ଟ ଆଜି ସିସୋଦିଆଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି । ଜଷ୍ଟିସ୍ ବିଆର୍ ଗଭଇ ଓ ଜଷ୍ଟିସ୍ କେଭି ବିଶ୍ୱନାଥଙ୍କ ଖଣ୍ଡପୀଠ ୩ ଦିନ ପୂର୍ବେ ଅର୍ଥାତ୍ ଅଗଷ୍ଟ ୬ରେ ଏହି ମାମଲାର ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ ।
ହାଇକୋର୍ଟ ତାଙ୍କର ଜାମିନ୍ ଆବେଦନକୁ ଖାରଜ କରିଦେଇଥିଲେ । ଏହାପରେ ମନୀଷ ସିସୋଦିଆ ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ସର୍ବୋଚ୍ଚ ଅଦାଲତ ସିସୋଦିଆଙ୍କୁ ୩ଟି ସର୍ତ୍ତରେ ଜାମିନ୍ ପ୍ରଦାନ କରିଛନ୍ତି । ପ୍ରଥମତଃ, ତାଙ୍କୁ ୧୦ ଲକ୍ଷ ଟଙ୍କା ବଣ୍ଡ୍ ଭରିବାକୁ ପଡ଼ିବ ଏବଂ ଏହାସହ ଦୁଇ ଜାମିନ୍ଦାର ତାଙ୍କୁ ଉପସ୍ଥାପନ କରିବାକୁ ହେବ । ତୃତୀୟ ସର୍ତ୍ତ ହେଉଛି, ସିସୋଦିଆ ନିଜର ପାସ୍ପୋର୍ଟ ସରେଣ୍ଡର୍ କରିବେ ।