ପ୍ରଥମେ ପ୍ରଧାନମନ୍ତ୍ରୀ, ଏବେ ମନୋଜ ତିୱାରୀଙ୍କୁ ହତ୍ୟା ଧମକ

ପ୍ରଥମେ ପ୍ରଧାନମନ୍ତ୍ରୀ, ଏବେ ମନୋଜ ତିୱାରୀ । ଦିଲ୍ଲୀ ବିଜେପି ଅଧ୍ୟକ୍ଷ ମନୋଜ ତିୱାରୀଙ୍କୁ ହତ୍ୟା ଧମକ । ଶୁକ୍ରବାର ଏକ ଅଜଣା ନମ୍ବରରୁ ମେସେଜରେ ହତ୍ୟା ଧମକ ଆସିଥିବା ଅଭିଯୋଗ କରିଛନ୍ତି ମନୋଜ । ଅଭିଯୋଗ ପରେ ଘଟଣାର ଯାଂଚ କରୁଛି ଦିଲ୍ଲୀ ପୋଲସ୍ ।

ଏହା ପୂର୍ବରୁ ଦୁଇ ଦିନ ତଳେ ବିଜେପି ସାଂସଦ ପ୍ରବେଶ ବର୍ମାଙ୍କୁ ମଧ୍ୟ ଜୀବନରୁ ମାରିଦେବାର ଧମକ ମିଳିଥିଲା । ଏନେଇ ସେ ପୋଲିସ୍ କମିଶନର ଅମୂଲ୍ୟ ପଟ୍ଟନାୟକଙ୍କ ନିକଟରେ ଲିଖିତ ଭାବରେ ଅଭିଯୋଗ କରିଥିଲେ । ପ୍ରବେଶଙ୍କ କହିବା ଅନୁଯାୟୀ ଅବୈଧ ମସଜିଦର ମାମଲା ଉଠୁଥିବାରୁ ଏଭଳି ଧମକ ଦିଆଯାଉଛି ।

ଏହା ସହ ପଢନ୍ତୁ ସୁରକ୍ଷିତ ନାହାନ୍ତି ଦେଶର ପ୍ରଧାନମନ୍ତ୍ରୀ, ମୋଦିଙ୍କୁ ପୁଣି ଥରେ ହତ୍ୟା ଧମକ

ସେହିପରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଆସିଥିଲା ହତ୍ୟା ଧମକ । ଏକ ୫୦୦ ଟଙ୍କିଆ ନୋଟରେ ମଲାୟାଲାମ୍ ଭାଷାରେ ହତ୍ୟା ପାଇଁ ଲେଖାଯାଇଥିଲା । କେରଳର ତ୍ରିଶୁରରେ ଥିବା ଗୁରୁବାୟୁର ମନ୍ଦିରର କାର୍ଯ୍ୟାଳୟକୁ ଏକ ସନ୍ଦିଗ୍ଧ ଚିଠି ଆସିଥିଲା । ଲଫାଫା ମଧ୍ୟରେ ଥିଲା ଗୋଟିଏ ୫୦୦ ଟଙ୍କିଆ ନୋଟ୍ । ଯେଉଁଥିରେ ମାଲାୟାଲାମ୍ ଭାଷାରେ ପିଏମ୍ ମୋଦିଙ୍କୁ ମାରିଦିଆଯିବ, ତାଙ୍କ ଗଳା କାଟିଦିଆଯିବ ବୋଲି ଲେଖାଯାଇଥିଲା । ସୂଚନାଯୋଗ୍ୟ ମାଳଦ୍ୱୀପ ଓ ଶ୍ରୀଲଙ୍କା ଗସ୍ତ ପୂର୍ବରୁ ଉକ୍ତ ମନ୍ଦିର ଦର୍ଶନରେ ଯାଇଥିଲେ ମୋଦି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.