ପ୍ରୟାଗରାଜର ଗୋଟିଏ ସ୍ଥାନରେ ଦୁଇଟି ଦୁର୍ଘଟଣା, ୯ ମୃତ

ପ୍ରୟାଗରାଜରେ ଚାଲିଥିବା କୁମ୍ଭମେଳାକୁ ଯାଉଥିବା ଶ୍ରଦ୍ଧାଳୁଙ୍କ ବସ୍ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ୮ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ଜଣ ଆହତ ହୋଇଛନ୍ତି । କୁମ୍ଭ ଯାଉଥିବା ବେଳେ ଟ୍ରକକୁ ପଛପଟୁ ଧକ୍କା ଦେଲା ବସ୍ ।

ଖବର ମୁତାବକ, ଦୁର୍ଘଟଣାଟି ଜୌନପୁର ବଦଲାପୁରରେ ଘଟିଛି । ଡବଲ ଡେକର ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗୁରୁବାର ଭୋରରୁ ଏହି ଦୁର୍ଘଟଣାଟି ଘଟିଥିବା ଜଣାପଡିଛି । ଶ୍ରଦ୍ଧାଳୁଙ୍କ ଡବଲ ଡେକର ବସ୍ ପ୍ରୟାଗରାଜ ମହାକୁମ୍ଭକୁ ଯାଉଥିବା ବେଳେ ପଛରୁ ବସ୍ ଧକ୍କା ଦେଇଥିଲେ । ଧକ୍କା ହେବା ପରେ ଘଟଣା ସ୍ଥଳରେ ଚିତ୍କାର ଶୁଣାଯାଇଥିଲା । ଲୋକମାନେ ଜୀବନ ବଞ୍ଚାଇ ଦୌଡିଥିଲେ ।

ଏହି ଦୁର୍ଘଟଣାରେ ୬ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ଅନ୍ୟମାନେ ଆହତ ହୋଇଛନ୍ତି । ଏମାନେ ୧୫ ଫେବୃଆରୀରୁ ଦିଲ୍ଲୀର କରୋଲ ବାଗରୁ ବାହାରିଥିଲେ । ୨୧ ତାରିଖରେ କୁମ୍ଭରୁ ଏମାନେ ଫେରିଥାନ୍ତେ । ସମସ୍ତେ ଦିଲ୍ଲୀରୁ ପ୍ରୟାଗରାଜକୁ କୁମ୍ଭ ସ୍ନାନ ପାଇଁ ବାହାରିଥିଲେ ।

ସେହିପରି ବଦଲାପୁରରେ ଆଉ ଏକ ଦୁର୍ଘଟଣା ଘଟିଛି । ଏକ ଟ୍ରକ ଏବଂ ସୁମୋ ଧକ୍କା ହୋଇଛି । ଏଥିରେ ଫଳରେ ୩ ମହିଳା ସମେତ ୮ ଜଣ ଯାତ୍ରୀ ଥିଲେ । ଏଥିରେ ୩ ଜଣଙ୍କ ଜୀବନ ଚାଲିଯାଇଛି । ଏମାନେ କାଶୀ ବିଶ୍ବନାଥରୁ ବାରଣାସୀ ଆସୁଥିଲେ । ଏମାନେ ସମସ୍ତେ ଅଯୋଧ୍ୟା ଭଗବାନ ରାମଙ୍କ ଦର୍ଶନ କରିବାକୁ ଯାଉଥିଲେ । ତେବେ ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ, ମଧ୍ୟପ୍ରଦେଶ ଭିଣ୍ଡରେ ବିବାହ ଉତ୍ସବ ସାରି ଫେରୁଥିବା ବେଳେ ପିକଅପ୍ ଭ୍ୟାନଟି ରାସ୍ତା କଡ଼ରେ ଛିଡାହୋଇଥିଲା । ଫଳରେ ଏଥିରୁ କିଛି ଲୋକ ବାହାରେ ରହିଥିଲେ ଆଉ କିଛି ଗାଡିରେ ବସିଥିଲେ । ଠିକ୍ ଏହି ସମୟରେ ହଠାତ୍ ଏକ ଦ୍ରୁତଗାମୀ ଡମ୍ପର ଆସି ପିକଅପ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ୩ ଜଣଙ୍କର ଜୀବନ ଚାଲିଯାଇଥିଲା, ସେହିପରି ଅନ୍ୟ ୨ ଜଣ ପରେ ଜୀବନ ହାରିଥିଲେ ।

Also Read : ମଧ୍ୟପ୍ରଦେଶ ଭିଣ୍ଡରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୫ ମୃତ, ୧୭ ଆହତ