ଜମ୍ମୁ : ରାଜୌରୀ ଯାଉଥିବାବେଳେ ରେଲିଂରେ ପିଟିହେଲା କାର୍

ଜମ୍ମୁ-କାଶ୍ମୀର : ଆଜି ସକାଳେ ଜମ୍ମୁ କାଶ୍ମୀରର ରାଜୌରୀରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୨ ଜଣଙ୍କର ପ୍ରାଣ ଯାଇଥିଲାବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି । ବର୍ତ୍ତମାନ ଆହତମାନେ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାନୁଯାୟୀ, ସ୍ବିପ୍ଟ କାରରେ ଜମ୍ମୁରୁ ରାଜୌରୀ ଯାଉଥିବା ସମୟରେ ଚିଙ୍ଗୁସ୍ ନିକଟରେ ଏକ ରେଲିଂରେ କାରଟି ପିଟି ହୋଇଥିଲା । ଫଳରେ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣା ପ୍ରାୟ ଭୋର ୪ ଟା ୩୦ ମିନିଟରେ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ କାରରେ ୫ ଜଣ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ଘଟିଥିଲା ଓ ଅନ୍ୟ ୩ ଜଣ ଆହତ ହୋଇଥିଲେ ।

ଅନ୍ୟପଟେ ଦୁର୍ଘଟଣାରେ ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ପରିଚୟ ଚିହ୍ନଟ କରିଛି ପୋଲିସ । ମୃତକଙ୍କ ପୋଷ୍ଟମର୍ଟମ ହେବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଯାହାଫଳରେ ମୃତକଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି । ଏଥିସହ ପୋଲିସ ବର୍ତ୍ତମାନ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

Also Read : ସଂସଦରେ ଏସଆଇଆରକୁ ନେଇ ହୋଇପାରେ ଚର୍ଚ୍ଚା, ପ୍ରଧାନମନ୍ତ୍ରୀ ମୋଦି ଆରମ୍ଭ କରିବେ ଆଲୋଚନା